ମୁସ୍ଲିମ ହେବା ସତ୍ବେ ବି ନିଜକୁ ହିନ୍ଦୁ ବୋଲି କୁହନ୍ତି, bollywood ର ଏହି ୫ ବଡ ହିରୋଇନ

ବଲିଉଡର ଅଭିନେତ୍ରୀମାନେ ନିଜର ଅଭିନୟରେ କୋଟି କୋଟି ଦର୍ଶକମାନଙ୍କ ମନ ଜିଣି ନେଇଥାନ୍ତି ଓ କେବଳ ଭାରତରେ ନୁହେଁ ପୁରା ବିଶ୍ବରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏମିତି କିଛି ଅଭିନେତ୍ରୀ ବି ଅଛନ୍ତି ଯେଉଁମାନେ ସଫଳ ହେବା ପାଇଁ ନିଜର ନାମ ବି ଚେଞ୍ଜ କରି ଦେଇଛନ୍ତି । ଏହା ସହିତ କେତେକ ଅଭିନେତ୍ରୀ ତ ମୁସଲମାନ ହୋଇଥିଲେ ମଧ୍ୟ ନିଜର ଅସଲ ନାମକୁ ଲୁଚାଇ ହିନ୍ଦୁ ନାମ ରଖି ସଫଳତା ହାସଲ କରିଛନ୍ତି । ଆଜି ଆମେ ଜାଣିବା ଏହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ।

ଆଲିୟା ଭଟ୍ଟ

ବଲିଉଡର ଚୁଲବୁଲି ଅଭିନେତ୍ରୀ ଅଲିୟା ଭଟ୍ଟ ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । କିନ୍ତୁ ତାଙ୍କର ଏକ ରହସ୍ୟ ଅଛି ଯାହା ବିଷୟରେ କେହି ବି ଜାଣି ନାହାନ୍ତି । ତାଙ୍କ ନାମ ଦ୍ୱାରା ସେ ହିନ୍ଦୁ ଲାଗୁଥିଲେ ବି ସେ ଜଣେ ମୁସଲମାନ ପରିବାରର ସଦସ୍ୟ ଅଟନ୍ତି । ତାଙ୍କ ଜେଜେବାପାଙ୍କ ନାମ ଶୁରେନ ମହାମଦ ଅଲି ଥିଲା ଓ ତାଙ୍କର ମାଙ୍କ ନାମ ସୋନି ରାଜଦାନ ଅଟେ । ଯିଏକି ମୁସଲମାନ ପରିବାରର ଅଟନ୍ତି ।

ମାନ୍ୟତା ଦତ୍ତ

ବଲିଉଡର ବାବା ନାମରେ ପରିଚିତ ସଞ୍ଜୟ ଦତ୍ତଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ବି ମୁସଲମାନ ପରିବାରର ସଦସ୍ୟ ଅଟନ୍ତି । ତାଙ୍କର ଅସଲ ନାମ ଦିଲନବାଜ ଶେଖ ଅଟେ । ମାନ୍ୟତା ଦତ୍ତ ସଞ୍ଜୟ ଦତ୍ତଙ୍କ ତୃତୀୟ ସ୍ତ୍ରୀ ଅଟନ୍ତି । ମାନ୍ୟତା ଫିଲ୍ମ ଲାଇନକୁ ଆସିବା ପୂର୍ବରୁ ତାଙ୍କ ନାଁ ଦିଲନବାଜରୁ ମାନ୍ୟତା ବଦଳେଇ ଦେଇଥିଲେ । ସେ ଫିଲ୍ମ ‘ଗଙ୍ଗାଜରେ’ ଆଇଟମ ଗୀତ କରି ଅଧିକ ଚର୍ଚ୍ଚାରେ ଆସିଥିଲେ ।

ମଧୁବାଲା

ତୃତୀୟରେ ଅଛନ୍ତି ୫୦ – ୬୦ ଦଶକରେ ଦର୍ଶକମାନଙ୍କ ମନରେ ଘର କରିଥିବା ପ୍ରସିଦ୍ଧ ଅଭିନେତ୍ରୀ ମଧୁବାଳାଙ୍କ । ତାଙ୍କର ଅସଲ ନାମ ଥିଲା ମମତାଜ ବେଗମ । ବଲିଉଡକୁ ଆସିବା ମାତ୍ରେ ହିଁ ସେ ତାଙ୍କର ନାମକୁ ବଦଳାଇ ମଧୁବାଲା କରି ଦେଇଥିଲେ । ମଧୁବାଲା ଦିଲ୍ଲୀର ଏକ ମୁସଲମାନ ପରିବାରର ସଦସ୍ୟ ଅଟନ୍ତି । ତାଙ୍କୁ ପ୍ରକୃତରେ ଅସଲ ପରିଚୟ ୧୯୪୭ରେ ଆସିଥିବା ଫିଲ୍ମ ନିଲକମାଲରୁ ମିଳିଥିଲା ।

ତବୁ

ଚତୁର୍ଥରେ ଆସୁଛନ୍ତି ବଲିଉଡର ଜଣା ଶୁଣା ଚେହେରା ତବୁ । ସେ ମଧ୍ୟ ମୁସଲମାନ ପରିବାରର ସଦସ୍ୟ ଅଟନ୍ତି । ତାଙ୍କ ଅସଲ ନାମ ତବସୁମ ଫାତିମା ହାସମୀ ଅଟେ । ସେ ୧୯୮୫ରେ ଫିଲ୍ମ ‘ହମ ନ ଯବାନ’ରୁ ବଲିଉଡକୁ ଡେବ୍ୟୁ କରିଥିଲେ । ଏହା ପରେ ସେ ବହୁତ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି ।

ରୀନା ରୟ

ଜିତେନ୍ଦ୍ରଙ୍କ ହିରୋଇନ କୁହାଯାଉଥିବା ରୀନା ରୟ ମଧ୍ୟ ଜଣେ ମୁସଲମାନ ପରିବାରର ସଦସ୍ୟ ଅଟନ୍ତି । ତାଙ୍କର ଅସଲ ନାମ ଶାୟରା ଅଲ୍ଲୀ ଅଟେ । ସେ ୧୯୭୨ରେ ଫିଲ୍ମ ‘ଜରୁରତ’ରୁ ବଲିଉଡରେ ପ୍ରବେଶ କରିଥିଲେ । ସେ ବଲିଉଡରେ ପାଦ ରଖୁ ରଖୁ ନିଜର ନାମକୁ ବଦଳେଇ ରୀନା ରାୟ ରଖି ଦେଇଥିଲେ ।