ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲାର ପୋରସାରେ ଏକ ଶିକ୍ଷକ ନିଜର ହିଁ ଝିଅ ସହିତ ଦୁଇ ଥର ଦୁଷ୍କର୍ମ କରିଛି । ଦୁଷ୍କର୍ମ କରିବା ପୂର୍ବରୁ ଝିଅର ହାତ ଗୋଡ ବାନ୍ଧି ଦିଆ ଯାଉଥିଲା । ଏହା ସହିତ ଝିଅର ଶରୀରରେ କିଛି କଟା ଦାଗ ବି ଦେଖିବାକୁ ମିଳୁଛି । ଏହା ପରେ ପିତା ଉପରେ ନିରନ୍ତର ଦୁଷ୍କର୍ମର ଆରୋପ ଲଗାଇ ପୀଡ଼ିତା ନିଜର ବଡ ଭଉଣୀ ମାଧ୍ୟମରେ ଚାଇଲ୍ଡ ହେଲ୍ପଲାଇନକୁ ଫୋନ କରିଥିଲା ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଲଜ୍ୟାଜନକ ମାମଲାରେ ଶିକ୍ଷକ ପିତା ଓ ମାତା ଉଭୟ ସାମିଲ ଅଛନ୍ତି । ଏହା ପରେ ପୋଲିସ ଆରୋପି ପିତା ଓ ମାତାକୁ ପଚରା ଉଚରା କରିଲେ ଓ ଏହି ଘଟଣାର ପ୍ରାଥମିକ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ ଏହି ମାମଲାର କେସ ଦର୍ଜ କରି ଆରୋପିମାନଙ୍କୁ ଗିରଫ୍ କରି ନେଇଛନ୍ତି । ବୁଧବାର ଦିନ ଦୁଇ ଜଣଙ୍କ ମେଡିକାଲ ଟେସ୍ଟ ବି କରା ଯାଇଛି ।
ଝିଅକୁ ଘରେ ହିଁ କରାଯାଇଥିଲା ବନ୍ଦୀ
ପାଖ ପଡୋଶୀମାନଙ୍କୁ କିଛି ନ ଜଣା ପଡୁ ସେଥିପାଇଁ ଝିଅକୁ ଘରେ ହିଁ ବନ୍ଦୀ କରା ଯାଇ ଥିଲା ଓ ପିତା ଦ୍ଵାରା ହିଁ କିଶୋରୀକୁ ଦୁଷ୍କର୍ମ କରା ଯାଉ ଥିଲା । ଏହା ପରେ କିଛି ଦିନ ପରେ କିଶୋରୀ ଜଣକ ନିଜ ପ୍ରତି ହେଉଥିବା ଏହି ଅତ୍ୟାଚାର ବିଷୟରେ ନିଜର ବଡ ଭଉଣୀକୁ କହିଲା । ଏହା ପରେ ବଡ ଭଉଣୀ ଚାଇଲ୍ଡ ହେଲ୍ପଲାଇନକୁ ଫୋନ କରି ସବୁ କଥା କହିଲ । ଚାଇଲ୍ଡ ହେଲ୍ପଲାଇନର ସଦସ୍ୟମାନେ ପୀଡ଼ିତାର ଘରେ ପହଞ୍ଚି ପୀଡ଼ିତାକୁ ନିଜ ପିତା ମାତାଙ୍କ ଠାରୁ ମୁକ୍ତି କରିଲେ ଓ ପୋଲିସକୁ ସୂଚନା ଦେଲେ । ବର୍ତ୍ତମାନ ପୋଲିସ ବି ମାତା ପିତାକୁ ଗିରଫ କରି ତାଙ୍କୁ ପଚରା ଉଚରା କରୁଛି ।
ଦୁଷ୍କର୍ମ କରିବାରେ ମା ବି ରହିଥିଲା ସାମିଲ
ଏହି ମାମଲାରେ ସବୁଠୁ ବଡ ଦୁର୍ଭାଗ୍ୟର କଥା ଏହା ଅଟେ କି ନିଜ ମା ହିଁ ଝିଅର ଦୁଷ୍କର୍ମରେ ନିଜର ସ୍ଵାମୀ ଉର୍ଫ ଝିଅର ପିତାର ସାଥ ଦେଉଥିଲା । ଆରୋପି ଅନୁସାରେ ପିତା ଦ୍ଵାରା ପୀଡ଼ିତାର ଦୁଇ ବଡ ଭଉଣୀଙ୍କ ସହିତ ବି ବହୁତ ସମୟ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବାର କଥା ବି ସାମ୍ନାକୁ ଆସିଛି । ପୋଲିସ ଦୁଇ ଆରୋପି ଓ ପୀଡ଼ିତାର ଚିକିତ୍ସକୀୟ ପରୀକ୍ଷଣ ମଧ୍ୟ କରିଛି ।
କଲେକ୍ଟର ଦେଲେ କଡା କାର୍ଯ୍ୟାନୁଷ୍ଠାନର ଆଦେଶ
ଏହି ମାମଲା ବିଷୟରେ ମୁରୈନା କଲେକ୍ଟର ପ୍ରିୟଙ୍କା ଦାସ କହିଲେ କି ଶିକ୍ଷକ ଦ୍ଵାରା ନିଜର ଝିଅ ସହିତ ଦୁଷ୍କର୍ମ କରିବାର ଘଟଣା ବହୁତ ହିଁ ଲଜ୍ୟାଜନକ ଅଟେ । ସେ ଆଗକୁ କହିଲେ କି ପ୍ରଶାସନ ଆରୋପି ଉପରେ ଆଇନ ଅନୁସାରେ କାର୍ଯ୍ୟକାରୀ କରିବାରେ କୌଣସି ବି ପ୍ରକାରର ଢିଲା ଦିଆ ଯିବ ନାହିଁ । ନିୟମ ଅନୁସାରେ ଶିକ୍ଷକକୁ ଶୀଘ୍ର ନିଲମ୍ବିତ କରାଯିବ କାରଣ ଶିକ୍ଷକ ନିଜର ପଦ ଉପରେ ଗର୍ବ କରି ଏହିଭଳି ଖରାପ କାର୍ଯ୍ୟ କରିଛି । ଏହା ସହିତ ଶିକ୍ଷକକୁ ଉଚିତ ଦଣ୍ଡ ବି ଦିଆଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।