ସବୁ ଜୀନ୍ସର ଚେନ ଉପରେ ଲେଖା ହେଇଥାଏ ଏହି ୩ଟି ଅକ୍ଷର, ଜାଣନ୍ତୁ ଏହାର ଅର୍ଥ କଣ

ଜୀନ୍ସ ସମସ୍ତଙ୍କୁ ପସନ୍ଦ ଅଟେ ଓ ପ୍ରାୟତଃ ଦୁନିଆର ସମସ୍ତେ ଜୀନ୍ସ ପିନ୍ଧିଥାନ୍ତି । ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କ ପାଖରେ ବହୁତ ଜୀନ୍ସ ଅଛି । କିନ୍ତୁ କେବେ ଆପଣ ଧ୍ୟାନ ଦେଇଛନ୍ତି କି ଜୀନ୍ସର ଚେନ ଉପରେ କଣ ଲେଖା ହୋଇଥାଏ । ପ୍ରାୟତଃ ଜୀନ୍ସର ଚେନରେ YKK ଲେଖା ହୋଇଥାଏ । କହିବାକୁ ଗଲେ ବହୁତ କମ ଲୋକମାନେ ଏହି କଥା ବିଷୟରେ ଜାଣିଛନ୍ତି ଓ ବହୁତ କମ ଲୋକମାନେ ଏହା ଉପରେ ଧ୍ୟାନ ଦେଇଥାନ୍ତି ।

ଯଦି ଜୀନ୍ସର ଚେନ ଉପରକୁ ଧ୍ୟାନ ଚାଲି ବି ଯାଏ ତେବେ ବି ଏହାର ଅର୍ଥ କେହି ଜାଣି ନ ଥାନ୍ତି । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜୀନ୍ସ ଚେନ ଉପରେ ଲେଖା ହୋଇଥିବା YKKର ଅର୍ଥ କଣ ହୋଇଥାଏ କହି ଦେଉଛୁ । ଦୁନିଆରେ ବହୁତ ଜୀନ୍ସ କମ୍ପାନୀ ଅଛି । ଆମେ ସବୁଦିନ ଜୀନ୍ସ ପିନ୍ଧିଥାଉ । କିନ୍ତୁ ତଥାପି ବି ଆମକୁ ଏହାର ଅର୍ଥ ବିଷୟରେ ଜଣା ନାହିଁ । ସବୁଦିନ ଲୋକମାନେ ଜୀନ୍ସ କ୍ରୟ କରନ୍ତି ଓ ପିନ୍ଧନ୍ତି ।

ଜୀନ୍ସ କ୍ରୟ କରିବା ସମୟରେ ତାହାର ଚେନକୁ ଭଲ ଭାବରେ ଚେକ ବି କରନ୍ତି । ତାହା ଠିକ ରୂପରେ କାମ କରୁଛି ନା ନାହିଁ । କିନ୍ତୁ ତଥାପି ସେମାନେ ଏହାର ଜବାବ ଦେଇ ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ YKKର ଅର୍ଥ କହି ଦେଉଛୁ । ଯାହା ଦ୍ଵାରା ଆପଣ ବି ଏହି ପ୍ରଶ୍ନର ଜବାବ ସହଜରେ କାହାକୁ ଦେଇ ପାରିବେ । କହିବାକୁ ଗଲେ YKKର ଏକ ଶର୍ଟ ଫର୍ମ ଅଟେ । ଏହାର ଫୁଲ ଫର୍ମ ‘Yoshida Kōgyō Kabushikigaisha’ ଅଟେ ।

କହିବାକୁ ଗଲେ ବହୁତ କମ ଲୋକମାନେ ଏହାର ଫୁଲ ଫର୍ମ ବିଷୟରେ ଜାଣିଛନ୍ତି । କହିଦେଉଛୁ କି ଏହା ଦୁନିଆର ସବୁଠୁ ପ୍ରଥମ ଚେନ ନିର୍ମାତା କମ୍ପାନୀ ଅଟେ । ଏକ ରିସର୍ଚ ଦ୍ଵାରା ଏହା ଜଣା ପଡିଛି କି ଦୁନିଆର ଅଧାରୁ ଅଧିକ ଚେନ ଏହି କମ୍ପାନୀ ହିଁ କରିଥାଏ । ବର୍ତ୍ତମାନ ଏହି କମ୍ପାନୀ ୭୧ ଟି ଦେଶରେ ନିଜର ବିଜନେସ କରୁଛି । ଯେଉଁଥିରେ ଭାରତର ନାମ ବି ସାମିଲ ଅଛି । ବର୍ଷ ୧୯୩୪ରେ ଟୋକ୍ୟୋର ଏକ ବ୍ୟାପାରୀ Tadao Yoshida ଏହାର ଆବିଷ୍କାର କରିଥିଲେ ।

ଆବିଷ୍କାର ଭଲ କଥା ଦେଖନ୍ତୁ ସେ କୌଣସି ବଡ ଜିନିଷ ଉପରେ ଧ୍ୟାନ ନ ଦେଇ ମାତ୍ର ଏହି ଛୋଟ ଜିନିଷ ଉପରେ ଧ୍ୟାନ ଦେଲେ ଓ ଆଜି କୋଟି କୋଟି ଲୋକମାନେ ଏହାର ଅଭ୍ୟାସରେ ପଡି ଯାଇଛନ୍ତି । ଏହା ଆମର ଅତି ଦରକାରୀ ଜିନିଷ ମଧ୍ୟରୁ ଗୋଟିଏ ଅଟେ । ଏତିକି ନୁହେଁ ଏହା ଲକ୍ଷ ଲକ୍ଷ ଲୋକମାନଙ୍କ ରୋଜଗାରର ଜରିଆ ବି ଅଟେ ।

ଚେନ ଛଡା YKK କପଡା ଓ ବ୍ୟାଗରେ ଲାଗୁଥିବା ଚେନ ଓ ଅନ୍ୟ ବହୁତ କିଛି ଜିନିଷ ଉତ୍ପାଦନ କରିଥାଏ । ଏହି କମ୍ପାନୀର ସବୁଠୁ ବଡ ପ୍ଳାଣ୍ଟ Georgia, USAରେ ଅଛି । ଏକ ରିପୋର୍ଟ ଅନୁସାରେ ଏଠି ସବୁଦିନ ୭୦ ଲକ୍ଷ ଚେନ ତିଆରି କାରାଯାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।