ପୁରା ଦୁନିଆରେ କେବଳ ୪ଟି ରଙ୍ଗର ହେଇଥାଏ ପାସପୋର୍ଟ, ସବୁର ଅର୍ଥ ହୋଇଥାଏ ଅଲଗା ଅଲଗା

ପାସପୋର୍ଟ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି । ତଥାପି ଆପଣଙ୍କୁ କହିଦେଉଛୁ କି ଏହା କୌଣସି ବି ଦେଶର ସରକାର ଦ୍ଵାରା ଜାରି କରାଯାଇଥିବା ମହତ୍ଵପୂର୍ଣ୍ଣ କାଗଜପତ୍ର ଅଟେ । ଅନ୍ତରାଷ୍ଟ୍ରୀୟ ଯାତ୍ରା ପାଇଁ ପାସପୋର୍ଟ କୌଣସି ବି ବ୍ୟକ୍ତିର ପରିଚୟ ଓ ତାହାର ରାଷ୍ଟ୍ରୀୟତାକୁ ପ୍ରମାଣିତ କରିଥାଏ । ଏହା ବିନା କୌଣସି ବି ବ୍ୟକ୍ତି କୌଣସି ଦୂର ଦେଶକୁ ଯାଇ ପାରିବ ନାହିଁ । ଯଦି ଆପଣ ବିନା ପାସପୋର୍ଟରେ ଅନ୍ୟ ଦେଶକୁ ଯାଉଛନ୍ତି ତେବେ ଏହା ଆଇନ ବିରୁଦ୍ଧ କାର୍ଯ୍ୟ ହୋଇଥାଏ ଓ ଏଥିପାଇଁ ଆପଣଙ୍କୁ ଦଣ୍ଡ ବି ମିଳି ପାରେ ।

କହିବାକୁ ଗଲେ ସମସ୍ତ ଦେଶର ନିଜର ଅଲଗା ଅଲଗା ପାସପୋର୍ଟ ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି କି ପୁରା ଦୁନିଆରେ କେବଳ ୪ଟି ରଙ୍ଗର ପାସପୋର୍ଟ ଥାଏ, ଯାହାର ବ୍ୟବହାର ହୋଇଥାଏ । କହିବାକୁ ଗଲେ ସେହି ରଙ୍ଗ ଗୁଡିକ ହେଉଛି ନାଲି, ସବୁଜ, ନୀଳ ଓ କଳା ଅଟେ । ସବୁଠୁ ଖାସ କଥା ଏହା ଅଟେ କି ସମସ୍ତ ରଙ୍ଗର ଅର୍ଥ କିଛି ଖାସ ଓ ଅଲଗା ହୋଇଥାଏ ।

ନାଲି ରଙ୍ଗର ପାସପୋର୍ଟ

ପ୍ରାୟତଃ ୟୁରୋପ ଦେଶରେ ନାଲି ରଙ୍ଗର ପାସପୋର୍ଟର ବ୍ୟବହାର ହୋଇଥାଏ । ଏଥିରେ ରୁସ, ଫ୍ରାନ୍ସ, ପୋଲାଣ୍ଡ, ନେଦରଲ୍ୟାଣ୍ଡ, ରୋମନିୟା ଓ ଜର୍ମାନୀ ଭଳି ଦେଶ ସାମିଲ ଅଛନ୍ତି । ଏହା ଛଡା ଚାଇନାରେ ନାଲି ରଙ୍ଗର ପାସପୋର୍ଟ ଜାରି କରା ଯାଇଛି । କହିବାକୁ ଗଲେ ଏମିତି କୁହାଯାଏ କି ଯେଉଁ ଦେଶରେ ସାମ୍ୟବାଦୀ ଇତିହାସ ରହିଛି କିମ୍ବା ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ବି ସାମ୍ୟବାଦୀ ବ୍ୟବସ୍ଥା ଅଛି ଏହିଭଳି ଦେଶ ଗୁଡିକରେ ନାଲି ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ ।

ସବୁଜ ରଙ୍ଗର ପାସପୋର୍ଟ

ପ୍ରାୟତଃ ଇସ୍ଲାମୀ ଦେଶ ଗୁଡିକରେ ସବୁଜ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ । ଏହି ଦେଶ ଗୁଡିକ ମଧ୍ୟରେ ପାକିସ୍ତାନ, ବଙ୍ଗଳାଦେଶ, ଇଣ୍ଡୋନେଶିୟା, ସାଉଦୀ ଆରବ ଓ ମୋରକ୍କୋ ଭଳି ଦେଶ ସାମିଲ ଅଛି । କହିବାକୁ ଗଲେ ଇସ୍ଲାମ ଧର୍ମରେ ସବୁଜ ରଙ୍ଗକୁ ପବିତ୍ର କୁହାଯାଏ, ସେଥିପାଇଁ ଏହି ଦେଶରେ ଏହି ରଙ୍ଗର ପାସପୋର୍ଟ ଜାରି କରା ଯାଇଛି । ଏହା ଛଡା କିଛି ଆଫ୍ରିକୀ ଦେଶ ଏମିତି ଅଛନ୍ତି, ଯେଉଁଠିକାର ସରକାର ଦ୍ଵାରା ନାଗରିକମାନଙ୍କ ପାଇଁ ସବୁଜ ରଙ୍ଗର ପାସପୋର୍ଟ ଜାରି କରା ଯାଇଛି ।

ଏଥିରେ ବୁର୍କିନା ଫାସୋ, ନାଇଜୀରିୟା, ନାଇଜର ଓ ଆଇବରୀ କୋସ୍ଟ ଭଳି ଦେଶ ସାମିଲ ଅଛି । କହିବାକୁ ଗଲେ ଏହି ଦେଶରେ ସବୁଜ ରଙ୍ଗକୁ ପ୍ରକୃତି ଓ ଜୀବନର ପ୍ରତୀକ ବୋଲି ମାନନ୍ତି ।

ନୀଳ ରଙ୍ଗର ପାସପୋର୍ଟ

ନୀଳ ରଙ୍ଗକୁ ଶାନ୍ତିର ପ୍ରତୀକ କୁହାଯାଏ । ଏହା ଛଡା ଏହାକୁ ନୂଆ ଦୁନିଆର ପ୍ରତୀକ ବୋଲି ବି କୁହାଯାଏ । ସେଥିପାଇଁ ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିୟା ଭଳି ଦେଶରେ ନୀଳ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ । ଏହା ଛଡା ଆଫଗାନିସ୍ତାନ ଓ ଫିଜୀ ଭଳି ଦେଶରେ ବି ପାସପୋର୍ଟର ରଙ୍ଗ ହାଲୁକା ନୀଳ ହୋଇଥାଏ । ବୋଧେ ଆପଣଙ୍କୁ ଜଣା ନାହିଁ ।

କିନ୍ତୁ ଭାରତରେ ନାଗରିକମାନଙ୍କ ପାଇଁ ପାସପୋର୍ଟର ରଙ୍ଗ ନୀଳ ହୋଇଥାଏ, ଯେତେବେଳେ କି ରାଜନୟିକମାନଙ୍କ ପାସପୋର୍ଟ ନାଲି ହୋଇଥାଏ ଓ ସରକାରଙ୍କ କିଛି ପ୍ରତିନିଧିମାନଙ୍କ ପାସପୋର୍ଟ ଧଳା ରଙ୍ଗର ହୋଇଥାଏ ।

କଳା ରଙ୍ଗର ପାସପୋର୍ଟ

ପ୍ରାୟତଃ ଆଫ୍ରିକୀ ଦେଶ ଯେମିତି କି ଜାଂବିୟା, ବୋତ୍ସବାନା, ବୁରୁଂଡୀ, ଅଂଗୋଲା, ଗୈବନ, କାଂଗୋ, ମଲାବୀର ପାସପୋର୍ଟ କଳା ରଙ୍ଗର ହୋଇଥାଏ । ଏହା ଛଡା ନ୍ୟୁଜିଲ୍ୟାଣ୍ଡର ନାଗରିକମାନଙ୍କ ପାଖରେ ବି କଳା ରଙ୍ଗର ପସପୋର୍ଟ ଅଛି । କାରଣ ଏଠି ରାଷ୍ଟ୍ରୀୟ ରଙ୍ଗ କଳା ଅଟେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।