୧୦ ଜଣ ଝିଅଙ୍କୁ ଦେଇଥିଲା ବିବାହ କରିବାର ପ୍ରତିଶ୍ରୁତି ଓ ପୁଣି ହେଲା ଏମିତି କି ଜଣେ ଝିଅ ପହଞ୍ଚାଇଲା ଜେଲରେ

ମେରଠର ପୋଲିସ ଜଣେ ଏମିତ ଯୁବକଙ୍କୁ ଗିରଫ କରିଛି, ଯିଏ ଝିଅ ମାନଙ୍କୁ ବୋକା ବନେଇ ନେଉଥିଲା ଟଙ୍କା । ଆସନ୍ତୁ ଜାଣିବା କଣ ଅଟେ ଏହି ଘଟଣା । ପୋଲିସ ଇନ୍ଟରନେଟର ଏକ ବରଙ୍କୁ ଗିରଫ କରିଛି । ସେହି ଯୁବକ ଜଣଙ୍କ ମ୍ୟାରେଜ ୱେବସାଇଟରେ ନିଜର ହାଇ ପ୍ରୋଫାଇଲ ତିଆରି କରି ନିଜକୁ ପାଇଲଟ କହି ଝିଅ ମାନଙ୍କ ସହ ସାଙ୍ଗ ହେଉଥିଲା । ଯେତେବେଳେ ସେମାନେ ଯୁବକଟିକୁ ବିଶ୍ଵାସ କରିନେଉଥିଲେ, ସେତେବେଳେ ଯୁବକ ଜଣଙ୍କ ଝିଅ ମାନଙ୍କୁ ବୋକା ବନାଉଥିଲା ।

ଯୁବକଟି ଅନେକ ବାହନା କରି ଝିଅ ମାନଙ୍କ ଠାରୁ ଟଙ୍କା ନେଉଥିଲା । କେତେବେଳେ ମା’ଙ୍କ ଦେହ ଖରାପ କହି ପଇସା ନିଏ ତ କେତେବେଳେ ଅନ୍ୟ ବାହାନା କରି ପଇସା ନିଏ । ଏହିପରି ସେହି ଯୁବକଟି ୧୦ଜଣ ଝିଅଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ନେଇଥିଲା । ଶେଷରେ ସେହି ଯୁବକଟିକୁ ତା କର୍ମର ଫଳ ମିଳିଲା ଓ ସେ ଫହଁଞ୍ଚିଲା ଯାଇ ଜେଲରେ ।

ଫିଲ୍ମରୁ ପାଇଥିଲା ଠକିବାର ଏହି ଉପାୟ

ଏହି ଯୁବକଟି ଫିଲ୍ମରୁ ଏହି ଉପାୟ ପାଇଥିଲା । ସେ ‘ଲେଡ଼ୀଜ଼ ବର୍ସେଜ଼ ରିକୀ ବହଲ’ ନାମକ ବଲିଉଡ ଫିଲ୍ମରୁ ସେ ଏହିପରି ଏକ ଯୋଜନା ବାହାର କରିଥିଲା । ସେ ମ୍ୟାରେଜ ୱେବସାଇଟ ଓ ସୋସିଆଲ ମିଡିଆରେ ଝିଅ ମାନଙ୍କୁ ଠକି ପଇସା ନେଉଥିଲା । ସେମାନେ ଯୁବକଟିର ବ୍ୟାଙ୍କ ଖାତାରେ ପଇସା ଦେଉଥିଲେ । ପୋଲିସ ଯୁବକଟିର ବ୍ୟାଙ୍କ ଖାତାକୁ ସିଜ କରି ଦେଇଛି । ସେ ସୋସିଆଲ ମିଡିଆରେ ନିଜ ନାମ କେବେ ସିଦ୍ଧାର୍ଥ ମଲ୍ହୋତ୍ରା କହେ ତ କେବେ ଅଙ୍କିତ ସିଂହ ରାଜପୂତ ପରି ଅନେକ ନାମ ବ୍ୟବହାର କରି ଠକୁ ଥିଲା ।

କିପରି ଧରା ପଡିଲା ଠକ ବର

ମେରଠର ଟୀପୀନଗରର ଏକ ଝିଅ ସେହି ଯୁବକଟିର ଚାଲ ରେ ଫସି ଯାଇଥିଲା । ସେହି ଝିଅଟି ଏହି ଘଟଣା ସମ୍ବନ୍ଧରେ ମେରଠର କ୍ରାଇମ ବ୍ରାଞ୍ଚକୁ ସୂଚନା ଦେଇଦେଲା, ଯାହା ଦ୍ଵାରା ସେହି ଠକ ବରଟି ଧରା ପଡିଲା । ଆରୋପି ଜଣକ ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଗୋଆ, ଦିଲ୍ଲୀ ଓ ଉତ୍ତରପ୍ରଦେଶର ଝିଅ ମାନଙ୍କୁ ବି ଠକି ପଇସା ଆଣିଥିଲା । ଆରୋପି ଜଣଙ୍କ ଅଲିଗଡର ନିବାସି ଅଟେ ।