ବୋହୂ ମୁହଁ ଦେଖାରେ ମାଗିଲା ଏକ ଏମିତି ଜିନିଷ, ବର କହିଲା – ତୁମେ ତ ମନ କିଣିନେଲ

ବାରଣାସୀରେ ଏକ ବଧୂ ଶାଶୁଘରେ ଗୃହପ୍ରବେଶ କରିବା ପୂର୍ବରୁ ମୁହଁଦେଖାରେ ଏକ ଏମିତି ଜିନିଷ ମାଗିଲା, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବଧୁ ଜଣଙ୍କ କହିଲେ ଘରେ ପ୍ରବେଶ କରିବା ପୂର୍ବରୁ ମୁଁ ଏକ ବୃକ୍ଷ ଲଗେଇବାକୁ ଚାହୁଁଛି । ଏହିପରି କଥା ଶୁଣି ଘରଲୋକ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଥିଲେ । ବର ଓ କନ୍ୟା ଦୁଇଜଣ ଘର ବାହାରେ ଏକ ଆମ୍ବ ଗଛ ଲଗାଇ ଘରକୁ ପ୍ରବେଶ କଲେ ।

ବରଙ୍କ ନାମ ଅଭିଷେକ ଅଟେ । କନ୍ୟାଙ୍କ ନାମ ନିଧି ଅଟେ । ଆସନ୍ତୁ ଜାଣିବା କିପରି ଥିଲା ତାଙ୍କ ବିବାହର କାହାଣୀ । ଅଭିଷେକ କହିଲେ କି ତାଙ୍କ ବାହାଘର ଭଲରେ ସମ୍ପର୍ଣ୍ଣ ହେଲା ଓ ବିଦାୟ ମଧ୍ୟ ଭଲରେ ହୋଇଥିଲା । ବିଦାୟ ପରେ ଶାଶୁଘରକୁ ଆସୁଥିବା ସମୟରେ ନିଧି ଅଭିଷେକଙ୍କୁ ପଚାରିଥିଲେ କି ତାଙ୍କ ମୁହଁ ଦେଖାରେ ସେ ତାଙ୍କୁ କଣ ଗିଫ୍ଟ ଦେବେ ।

ଅଭିଷେକ ଭାବିଥିଲେ କିଛି ଭଲ ଗହଣା ନିଧିଙ୍କୁ ଗିଫ୍ଟ କରିବେ । ଯେତେବେଳେ ବର ଓ କନ୍ୟା ଘରେ ଫହଁଞ୍ଚିଲେ, କନ୍ୟାଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଅଭିଷେକ କୁହନ୍ତି କି ନିଧି ଏପରି ଡିମାଣ୍ଡ କରିବେ ବୋଲି ସେ କେବେ ବି ଭାବି ନଥିଲେ । ସେ ସମାଜକୁ ଏତେ ସୁନ୍ଦର କେସେଜ ଦେଇ ମୋ ସହିତ ଘର ଲୋକଙ୍କର ମଧ୍ୟ ମନ କିଣିନେଲେ ।

ଆପଣଙ୍କୁ ଆମେ ଜଣେଇଦେଉଛୁ କି ଏହି କାହାଣୀ କାଶୀର ଚୋଲାପୁର ବ୍ଲକର ଅଟେ । ଅଜଗରା ଗାଁର ଅଭିଷେକଙ୍କ ବିବାହ ମିର୍ଜାପୁରରେ ରହୁଥିବା ନିଧିଙ୍କ ସହ ହୋଇଥିଲା । ବିଦାୟ ପରେ ନିଧି ତାଙ୍କ ଶାଶୁଘରକୁ ଗଲେ । ସେ ଗୃହ ପ୍ରବେଶ କରିବା ସମୟରେ ଗଛ ଲଗାଇବାର କାଥା କହିଥିଲେ । ତାଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ତ ହୋଇଥିଲେ କିନ୍ତୁ ବୋହୁର ଏହି ଚିନ୍ତାଧାରା ପାଇଁ ସମସ୍ତେ ଖୁସି ହୋଇ ଏକ ଆମ୍ବ ଗଛ ଘର ବାହାରେ ଲଗାଇଲେ ।

ନିଧି କହିଥିଲେ କି ତାଙ୍କ ବିବାହ ପର୍ଯ୍ଯାବରଣ ଦିବସରେ ହୋଇଥିଲା । ସେ ସେହିଦିନ ଗଛ ଲଗାଇ ପାରିନଥିଲେ । ସେ ଗଛ ଲଗାଇ ସମାଜକୁ ଏକ ମେସେଜ ଦେବାକୁ ଚାହୁଁଥିଲେ । ନିଧିଙ୍କ ଶଶୁର ଶ୍ୟାମ ବିହାରୀ ବୋହୁଙ୍କ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଯେତେବେଳେ ନିଧି ତାଙ୍କୁ ଗଛ ଲଗାଇବାର ଉପକାରିତା ବିଷୟରେ କହିଲେ, ସେତେବେଳେ ସେ ବୁଝିପାରିଲେ । ନିଧିଙ୍କ ଶାଶୁଘର ଲୋକ ରାଜି ହୋଇଗଲେ ଓ ବର ବଧୂ ଏକ ଗଛ ଲଗାଇ ଗୃହ ପ୍ରବେଶ କଲେ ।