ଯଦି ଏହି ଭଲ କାମକୁ ବନ୍ଦ କରିଦେବେ ରତନ ଟାଟା, ତେବେ ସେ ଦୁନିଆର ସବୁଠୁ ଅଧିକ ଧନୀ ଲୋକ ହୋଇଯିବେ

ରତନ ଟାଟା ହେଉଛନ୍ତି ଦେଶର ଏକ ଚର୍ଚିତ ଓ ବିଶ୍ଵାସୀ ବିଜନେସମ୍ୟାନ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ରତନ ଟାଟା କୋଟି କୋଟି ଟଙ୍କା ଆୟ କରି ମଧ୍ୟ ତାଙ୍କର ନିଜସ୍ଵ ସମ୍ପତି ୧୦୦ କୋଟିରୁ ଅଧିକ ନୁହେଁ । ଏହାର ଗୋଟେ କାରଣ ଏହା ଅଟେ କି ତାଙ୍କର ଆୟ ହେଉଥିବା ଟଙ୍କା ମଧ୍ୟରୁ ୬୫ ପ୍ରତିଶତ ଅଂଶ ସେ ସମାଜ ସେବାରେ ଲଗାଇଥାନ୍ତି ।

ଟାଟା ଇଣ୍ଡଷ୍ଟ୍ରିର ମାଲିକ ରତନ ଟାଟାଙ୍କ ନାମ କେବଳ ଦେଶରେ ନୁହେଁ, ପୁରା ଦୁନିଆରେ ଚର୍ଚିତ । ରତନ ଟାଟା ଦୁନିଆର ଜଣା ଶୁଣା ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।ରତନ ଟାଟାଙ୍କର ଜନ୍ମ ୨୮ ଡିସେମ୍ବର ୧୯୩୭ ମସିହାରେ ହୋଇଥିଲା । ୮୧ ବର୍ଷ ବୟସର ରତନ ଟାଟା ଆଜୀବନ ଅବିବାହିତ ରହିଛନ୍ତି ।

ରତନ ଟାଟା ୧୯୯୧ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଟାଟା ଗୃପ କମ୍ପାନୀର ଚେୟାରମ୍ୟାନ ରୂପେ କାର୍ଯ୍ୟ କରୁଥିଲେ । ରତନ ଟାଟା ଦୁନିଆର ଟପ୍ ଧନୀ ମାନଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ହେଲେ ଯଦି ସେ ଚାହିଁବେ ତେବେ ସବୁଠୁ ଅଧିକ ଧନୀ ବ୍ୟକ୍ତି ହୋଇପାରିବେ । ହେଲେ ରତନ ଟାଟା ନିଜ ଆୟର ଅଧା ପ୍ରତିଶତ ଟଙ୍କା ଦାନ କରିଦିଅନ୍ତି ।

ରତନ ଟାଟା ପ୍ରଥମେ ଫ୍ୟାକ୍ଟ୍ରି ର ମୁଲିଆ ରୂପେ ନିଜ କ୍ୟାରିୟର ର ଆରମ୍ଭ କରିଥିଲେ । କୁହାଯାଏ କି, ସେ ଜାଣିବାକୁ ଚାହୁଁଥିଲେ ମୁଲିଆମାନଙ୍କର ଜୀବନ କେମିତି ହୋଇଥାଏ । ସେ ବହୁତ ସରଳ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଜୀବନରେ ବହୁତ ସଂଘର୍ଷ କରି ସେ ଏହି ସଫଳତାକୁ ହାସଲ କରିଛନ୍ତି । ଏହା ଛଡା ସେ ମୁଲିଆ ମାନଙ୍କର ସହାୟତା କରନ୍ତି ଓ ତାଙ୍କର ସବୁ ଅସୁବିଧାରେ ତାଙ୍କ ସହ ଠିଆ ହୁଅନ୍ତି ।