ଏହି ଦୁଇଟି ଜିନିଷ ପାଇଁ ଝିଅମାନଙ୍କ ସାର୍ଟରେ ପକେଟ ନଥାଏ, ଜାଣନ୍ତୁ ଏହାର କାରଣ

ଭଗବାନ ଏହି ଧରାପୃଷ୍ଟରେ ଦୁଇ ପ୍ରକାରର ମଣିଷଙ୍କୁ ସୃଷ୍ଟି କରିଛନ୍ତି ଜଣେ ପୁରୁଷ ଏବଂ ଅନ୍ୟ ଜଣେ ମହିଳା । ସେମାନଙ୍କର ଶାରୀରିକ ଗଠନ ଠାରୁ ଆରମ୍ଭ କରି ସେମାନଙ୍କର ଜୀବନଶୈଳୀ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ । ସବୁ ଜିନିଷରେ ସେମାନେ ନିଜ ନିଜ ଠାରୁ ଅଲଗା ହୋଇଥାନ୍ତି । ପୁଅ ଏବଂ ଝିଅ ମାନେ ସମସ୍ତେ ଶାର୍ଟ ପିନ୍ଧନ୍ତି । କଣ ଆପଣ କେବେ ନୋଟିସ କରିଛନ୍ତି କି ଝିଅ ମାନଙ୍କ ଶାର୍ଟରେ ପକେଟ ନାହିଁ ବୋଲି । ତାହେଲ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ ।

ଏହି କାରଣରୁ ଝିଅମାନଙ୍କ ଶାର୍ଟରେ ନଥାଏ ପକେଟ

ଝିଅ ମାନଙ୍କର ଶାର୍ଟରେ କଣ ପାଇଁ ପକେଟ ନଥାଏ ଏହା ବହୁତ କମ ଲୋକ ଜାଣିଥିବେ । ଏହା ପଛରେ ଆମ ପରମ୍ପରା ଏବଂ ମାନସିକତା ଥିବାର ଦେଖା ଯାଇଥାଏ । ଏହା ପଛରେ ମାନସିକତା ଏହା ଥିଲା କି ଯଦି ଝିଅ ମାନଙ୍କର ଶାର୍ଟରେ ପକେଟ ରହିବ ତାହେଲେ ଯେତେବେଳେ ସେମାନେ ନିଜ ପକେଟରେ କିଛି ରଖିବେ ସେତେବେଳେ ତାଙ୍କର ଶାରୀରିକ ଗଠନ ବିଗିଡି ଯାଇଥାଏ ଏବଂ ଅସୁନ୍ଦର ଦେଖାଯାଇ ଥାଏ । ଏଥିପାଇଁ ଝିଅ ମାନଙ୍କର ଶାର୍ଟରେ ପକେଟ ତିଆରି କରାଯାଇ ନଥାଏ ।

 

ଧୀରେ ଧୀରେ ବଦଳୁଛି ଏହି ଭୁଲ ବିଚାରଧାରା

ମହିଳା ଏବଂ ଝିଅ ମାନଙ୍କ ପ୍ରତି ପୁରୁଷ ମାନଙ୍କର ନଜର ସବୁବେଳେ ରହିଆସିଛି । ମହିଳା ମାନେ ନିଜ ଶାର୍ଟରେ ପକେଟ ରଖିବା କଥାକୁ ନେଇ ବିରୋଧ କରିଥିଲେ କିନ୍ତୁ ସବୁଦିନ ପରି ମହିଳା ମାନେ ପୁରୁଷ ସମାଜ ଆଗରେ ହାରିଯାଇ ଏହି ଭୁଲ ବିଚାରଧାରା କୁ ଆପଣାଇ ନେଇଥିଲେ । କାରଣ ପୁରୁଷ ମାନେ ସବୁବେଳେ ମହିଳା ମାନଙ୍କ ଉପରେ ନିଜର ଇଚ୍ଛାକୁ ଜୋର ଜବରଦସ୍ତ ଲଦି ଦେଉଥିଲେ ।

ବର୍ତ୍ତମାନ କିନ୍ତୁ ମହିଳା ମାନଙ୍କୁ ପୁରୁଷଙ୍କ ସହିତ ସମାନ କରାଯାଉଛି । ଆଗରୁ ଥିବା ବିଚାରଧାରା ବର୍ତ୍ତମାନ ଧୀରେ ଧୀରେ ବଦଳିବାରେ ଲାଗିଛି । ଏବେ ସମାଜରେ ସବୁ ଲୋକଙ୍କର ବିଚାରଧାରା ବଦଳିବାରେ ଲାଗିଛି ଏବଂ ମହିଳା ମାନେ ବି ସବୁ କ୍ଷେତ୍ରରେ ପୁରୁଷ ମାନଙ୍କ ସହିତ ସମାନ ହେଉଛନ୍ତି । ପୁରୁଷ ମାନଙ୍କ ଠାରୁ ବି ମହିଳା ମାନେ ଅନେକ କ୍ଷେତ୍ରରେ ଆଗୁଆ ରହୁଛନ୍ତି । ବର୍ତ୍ତମାନ ମହିଳା ମାନଙ୍କର କପଡା ପିନ୍ଧିବାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।