କେବଳ ଭାଗ୍ୟଶାଳୀଙ୍କ ପାଖରେ ଥାଏ ଏହି ୪ଟି ଜିନିଷ- ବିଦୁର ନୀତି

ବିଦୁର ‘ମହାଭାରତ’ କଥାର ଜଣେ ମହତ୍ଵପୂର୍ଣ ପାତ୍ର ଅଟନ୍ତି । ବିଦୁର ହସ୍ତିନାପୁର ରାଜବଂଶ ଗାଥାରେ ନିଜର ବିଶେଷ ସ୍ଥାନ ରଖିଛନ୍ତି । ପାଣ୍ଡୁ ଯେତେବେଳେ ହସ୍ତିନାପୁରର ରାଜା ଥିଲେ ତେବେ ତାଙ୍କର ପ୍ରଧାନମନ୍ତ୍ରୀ ବିଦୁର ଥିଲେ । ବିଦୁରଙ୍କ ଜନ୍ମ ଏକ ଦାସୀ ଘରେ ହୋଇଥିଲା । ବିଦୁର ପାଣ୍ଡବଙ୍କ ବହୁତ ନିକଟତର ବି ଥିଲେ । ସେ ସର୍ବଦା ସତ୍ୟର ସାଥ ଦେଉଥିଲେ । ବିଦୁର ପାଣ୍ଡୁଙ୍କ ମୃତ୍ୟୁ ପରେ ରାଜା ଧୃତରାଷ୍ଟ୍ରଙ୍କ ଶାସନକାଳରେ ବି ରାଜାଙ୍କ ପ୍ରଧାନମନ୍ତ୍ରୀ ଥିଲେ ।

ବିଦୁର ନିଜର ନୀତି ମାଧ୍ୟମରେ ଧୃତରାଷ୍ଟ୍ରଙ୍କୁ ବି ବୁଝାଉ ଥିଲେ । ଯେଉଁ ନୀତି ଦ୍ଵାରା ସେ ଧୃତରାଷ୍ଟ୍ରଙ୍କୁ ବୁଝାଉ ଥିଲେ ତାକୁ ହିଁ ବିଦୁର ନୀତି କୁହାଯାଇଛି । ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ବିଦୁର ନୀତିରେ କୁହାଯାଇଥିବା ୪ଟି ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା କେବଳ ଭାଗ୍ୟଶାଳୀ ମନୁଷ୍ୟଙ୍କ ପାଖରେ ହିଁ ଥାଏ । ମହାଭାରତରେ ଧୃତରାଷ୍ଟ୍ରଙ୍କ ମନ୍ତ୍ରୀ ବିଦୁର ନିଜର ନୀତିରେ ଏମିତି ବହୁତ ମହତ୍ଵପୂର୍ଣ କଥା କହିଛନ୍ତି । ଯାହା ମନୁଷ୍ୟ ଜୀବନକୁ ସୁଖମୟ କରି ପାରିବ ।

ସମସ୍ତ ବ୍ୟକ୍ତିକୁ ନିଜ ଜୀବନ ଯାପନ କରିବା ପାଇଁ କାମ କରିବାକୁ ପଡିଥାଏ । ଯାହା ଦ୍ଵାରା ସେ ନିଜର ସ୍ଵପ୍ନକୁ ପୁରା କରି ପାରିବ । ମନୁଷ୍ୟ ଜୀବନରେ ଧନର ବହୁତ ଭୂମିକା ହୋଇଥାଏ । ସେଥିପାଇଁ ଯେଉଁ ମନୁଷ୍ୟ ପାଖରେ ବର୍ତ୍ତମାନ ସମୟରେ ନିଜ ଆୟର ପର୍ଯ୍ୟାପ୍ତ ଜିନିଷ ଅଛି ସେମାନେ ବହୁତ ହିଁ ଭାଗ୍ୟଶାଳୀ ଅଟନ୍ତି ।

ସର୍ବଦା ନିରୋଗୀ ରହୁଥିବା ବ୍ୟକ୍ତିକୁ ସବୁବେଳେ ନିଜକୁ ଭାଗ୍ୟଶାଳୀ ମନେ କରିବା ଉଚିତ । ରୋଗ ମନୁଷ୍ୟର ଶରୀରକୁ କମଜୋର କରିଦିଏ । ଏହା ସହିତ ଏହା ଦ୍ଵାରା ଧନର ହାନି ବି ହୋଇଥାଏ । ବାରମ୍ବାର ରୋଗରେ ପଡିବା ଦ୍ଵାରା ମନୁଷ୍ୟର ଶରୀର ମାନସିକ ଓ ଶାରୀରିକ ରୂପରେ କମଜୋର ବି ହୋଇଯାଏ ।

ଭଲ ସନ୍ତାନ ସର୍ବଦା ବଂଶର ନାମକୁ ଉଚ୍ଚ କରିଥାଏ । ଯାହାର ସନ୍ତାନ ଆଜ୍ଞାକାରୀ ହୋଇଥାଏ, ଯେଉଁ ମନୁଷ୍ୟର ପୁତ୍ର ତାହାର ଆଜ୍ଞାର ପାଳନ କରିଥାଏ ସେ ସର୍ବଦା ଭାଗ୍ୟଶାଳୀ ହୋଇଥାଏ ।

କହିବାକୁ ଗଲେ ବାଣୀରେ ମାତା ସରସ୍ଵତୀଙ୍କ ବାସ ହୋଇଥାଏ । ଯାହାର ପତ୍ନୀ ସର୍ବଦା ମିଠା ବାଣୀ କହିଥାଏ ତାହାର ସ୍ଵାମୀ ସର୍ବଦା ଭାଗ୍ୟଶାଳୀ ହୋଇଥାଏ । ମିଠା ବାଣୀ କହୁଥିବା ସ୍ତ୍ରୀ ଉପରେ ସର୍ବଦା ମାତା ସରସ୍ଵତୀ ପ୍ରସନ୍ନ ରହିଥାନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।