ଦ୍ରୋପଦିଙ୍କ ସବୁଠାରୁ ବଡ ସେହି ରାଜ ଯାହାକୁ ଜାଣି ସବୁ ପାଣ୍ଡବ ହେଇଯାଇଥିଲେ ଆଶ୍ଚର୍ଯ୍ୟ

ହିନ୍ଦୁ ଧର୍ମରେ ମହାଭାରତକୁ ସବୁଠାରୁ ମହାନ ଗ୍ରନ୍ଥ ବୋଲି କୁହାଯାଇ ଥାଏ । ମହାଭାରତ କୁ ଅଲଗା ଅଲଗା ବିଦ୍ଵାନ ଅଲଗା ଅଲଗା ପ୍ରକାରରେ କହିଛନ୍ତି । ମହାଭାରତରେ ସବୁଠାରୁ ମୁଖ୍ୟ ଭୂମିକାରେ ଦ୍ରୌପଦୀ ଥିଲେ । ସେ ପାଞ୍ଚ ପାଣ୍ଡବଙ୍କର ସ୍ତ୍ରୀ ଥିଲେ । କିନ୍ତୁ ସେ ସବୁଠାରୁ ଅର୍ଜୁନ ଙ୍କୁ ଅଧିକ ଭଲ ପାଉଥିଲେ । କିନ୍ତୁ ଅର୍ଜୁନ ଦ୍ରୌପଦୀ ଙ୍କୁ ନୁହେଁ ବରଂ ସୁଭଦ୍ରାଙ୍କୁ ଭଲ ପାଉଥିଲେ । ଆଜି ଆମେ ଆପଣଙ୍କୁ ଦ୍ରୌପଦୀ ଙ୍କର ଏକ ରାଜ ବିଷୟରେ କହିବୁ ।

ପାଣ୍ଡବଙ୍କ ସହିତ ଦ୍ରୌପଦୀ ୧୨ ବର୍ଷ ଏକ ଜଙ୍ଗଲରେ ରହୁଥିଲେ । ଥରେ ଜଙ୍ଗଲ ଭିତରେ ଦୌପଦି ଏକ ଗଛରେ ପାଚିଲା ଜାମୁ ଓହଳି ଥିବାର ଦେଖିଲେ ଏବଂ ସେ ତାକୁ ଛିଣ୍ଡାଇ ଦେଲେ । ଯେତେବେଳେ ଦ୍ରୌପଦୀ ତାକୁ ଖାଇବା ପାଇଁ ଗଲେ ସେତେବେଳେ ସେଠାରେ ଶ୍ରୀ କୃଷ୍ଣ ପହଞ୍ଚିଲେ ଏବଂ ତାଙ୍କୁ ଖାଇବା ପାଇଁ ମନାକଲେ । ସେ କହିଲେ କି ଏହିଫଳ ଦ୍ଵାରା ଜଣେ ସାଧୁ ତାଙ୍କର ୧୨ବର୍ଷର ଉପବାସକୁ ଭାଙ୍ଗିବେ । ଯଦି ଆପଣ ଏହାକୁ ଖାଇବେ ତାହେଲେ ଆପଣ ତାଙ୍କ କ୍ରୋଧର ଶିକାର ହୋଇ ପାରନ୍ତି ।

ଏହାପରେ ଦ୍ରୌପଦୀ ଶ୍ରୀକୃଷ୍ଣ ଙ୍କୁ ଏହାର ଉପାୟ ବିଷୟରେ ପଚାରିଲେ । ଶ୍ରୀକୃଷ୍ଣ କହିଲେ କି ଆପଣ ସବୁ ପାଣ୍ଡବ ମାନଙ୍କୁ ସତ କଥା କୁହାଇବେ ତାହେଲେ ଏହି ଫଳ ଯାଇ ଗଛରେ ଲଟକି ଯିବ । ଯଦି ଆପଣ ସମସ୍ତେ କାହାକୁ ମିଛ କୁହ ତାହେଲେ ସେ ସାଧୁଙ୍କ କ୍ରୋଧର ସାମନା କରିବାକୁ ପଡିବ ।

 

ପ୍ରଥମେ ଯୁଧିଷ୍ଟିର କହିଲେ କି ଯାହା ପାଣ୍ଡବ ମାନଙ୍କ ସହିତ ହେଲା ସେଥିପାଇଁ ଦ୍ରୋପଦି ଦାୟୀ ଅଟନ୍ତି, ଏହାପରେ ଗୋଟିଏ ଫଳ ଯାଇ ଗଛରେ ଲଟକି ଗଲା ।

ଭୀମ କହିଲେ କି ଯୁଧିଷ୍ଟିର ଙ୍କ ପ୍ରତି ମୋର ଭଲ ପାଇବା ବହୁତ ଅଛି । ଯିଏ ବି ମୋ ଗଦାର ଅପମାନ କରିବ ମୁଁ ତାକୁ ମୃତ୍ୟୁ ଦଣ୍ଡ ଦେବି । ଭୀମ ଏହା ବି କହିଲେ କି ତାଙ୍କର ଖାଇବା, ନିଦ, ଲଢାଇ ଏବଂ ବାସନା ପ୍ରତି ତାଙ୍କର ଆସକ୍ତି କେବେ ହେଲେ କମିବ ନାହିଁ । ଏହାପରେ ଫଳ ଆହୁରି ଉପରକୁ ଚାଲିଗଲା ।

ଅର୍ଜୁନ କହିଲେ କି ଯେତେବେଳ ପର୍ଯ୍ୟନ୍ତ ମୁଁ ଯୁଦ୍ଧରେ କର୍ଣ କୁ ନ ମାରିଛି ସେତେବେଳ ପର୍ଯ୍ୟନ୍ତ ମୋର ଉଦେଶ୍ୟ ପୂରଣ ହେବ ନାହିଁ । ଏହାପରେ ଫଳ ଆହୁରି ଉପରକୁ ଚାଲିଗଲା ।

ଏହାପରେ ନକୁଳ ଏବଂ ସହଦେବ କୌଣସି ବି ରହସ୍ୟ କୁ ନ ଲୁଚାଇ ସବୁ ସତ କଥା କହିଲେ । ଶେଷରେ ଦ୍ରୋପଦୀ କହିଲେ କି ମୋର ପାଞ୍ଚ ସ୍ଵାମୀ ବହୁତ ଭଲ କିନ୍ତୁ ମୁଁ ମୋର ଦୁର୍ଭାଗ୍ୟ ପାଇଁ ହଇରାଣ ହେଉଛି । ଏହାପରେ ଫଳ ଉପରକୁ ଗଲା ନାହିଁ ।

ଦ୍ରୋପଦୀ କହିଲେ କି ମୁଁ ଆପଣ ପାଞ୍ଚ ଜଣଙ୍କ ଛଡା ଆଉ ଜଣେ ବ୍ୟକ୍ତିଙ୍କୁ ବି ବହୁତ ଭଲ ପାଏ ସେ ହେଉଛନ୍ତି କର୍ଣ । ଜାତି ପାଇଁ ତାଙ୍କ ସହିତ ମୋର ବିବାହ ହେଇ ପାରିଲା ନାହିଁ । ଏହା ଶୁଣିବା ପରେ ପାଣ୍ଡବ ମାନେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ଏହାପରେ ସବୁ ଫଳ ପୁଣି ଥରେ ଗଛରେ ଲଟକି ଗଲା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।