ଝିଅର ଚେହେରା ବାପାଙ୍କ ସହ ଓ ପୁଅର ଚେହେରା ମାଆଙ୍କ ସହ ମିଶୁଥିଲେ, ଏହାର ଅର୍ଥ କ’ଣ ହୋଇଥାଏ ? Samudrika Shastra

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ହେଉଛି ଏକ ପ୍ରାଚୀନ ହିନ୍ଦୁଶାସ୍ତ୍ର । ଯେଉଁଥିରେ ପୁରୁଷ ଏବଂ ମହିଳାଙ୍କ ଶରୀର ଗଠନ, ଶରୀରରେ ରହିଥିବା ଭିନ୍ନ ଭିନ୍ନ ଚିହ୍ନକୁ ଆଧାର କରି ବ୍ୟକ୍ତିର ସ୍ଵଭାବ ବିଷୟରେ ତଥ୍ୟ ପ୍ରଦାନ ଏଥିରୁ ମିଳିଥାଏ । ଯେପରି ସେହି ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଯଦି କୌଣସି ମହିଳାର ଚେହେରା ତା’ ର ବାପା ଓ ପୁଅର ଚେହେରା ତା’ ର ମାଆଙ୍କ ଭଳି ହୋଇଥାଏ । ତେବେ ଏହାର ଅର୍ଥ କଣ ହୋଇଥାଏ ? ଏଥିସହ ଏହିଭଳି କିଛି ଶାରୀରିକ ସଂକେତକୁ ଦେଖି ବ୍ୟକ୍ତି ବିଷୟରେ ଅନେକ କିଛି ତଥ୍ୟ ଏଠାରେ ଜାଣିବା ।

1- ଯେଉଁ ବ୍ୟକ୍ତିର ମୁଣ୍ଡ ଅଧିକ ଲମ୍ବା ଓ ଚଉଡା କମ ରହିଥାଏ । ଏଭଳି ଲୋକ ନିଜ ଜୀବନରେ ଅନେକ ପ୍ରକାର ସୁବିଧା ସୁଯୋଗ ପାଇଥାନ୍ତି । ଯେଉଁ ବ୍ୟକ୍ତିର ମୁଣ୍ଡର ଆକାର ମଧ୍ୟମ ଧରଣର ହୋଇଥାଏ । ଏଭଳି ମୁଣ୍ଡ ଆକୃତି ଥିବା ଲୋକ ଆର୍ଥିକ ମାମଲାରେ ବହୁତ ଉପରେ ରହିଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଥାଏ ।

2- ଯେଉଁ ବ୍ୟକ୍ତିର ଚେହେରା ଅଣ୍ଡାକୃତିର ହୋଇଥାଏ । ଏମାନେ ଭାବନାତ୍ମକ ହୋଇଥିବାରୁ ଯାହା ସହ ଭଲରେ ଥରେ ମିଶି ଯାଇଥାନ୍ତି । ସେମାନଙ୍କ ସାଥ୍ କେବେବି ଛାଡିନଥାନ୍ତି । ଏମାନେ ଯେତିକି ସହନଶୀଳ ଦରକାର ପଡିଲେ ଏମାନେ ବହୁତ ରାଗି ମଧ୍ୟ ଯାଇଥାନ୍ତି । ଏମାନେ ତାଙ୍କ ଜୀବନରେ ସଫଳତା ପାଇବା ସହ ବହୁ ମାନ ସମ୍ମାନର ଅଧିକାରୀ ହୋଇପାରିଥାନ୍ତି ।

 

3-  ଯେଉଁ ମାନଙ୍କ ଚେହେରା ଗୋଲାକାର ଆକାର ହୋଇଥାଏ । ଏଭଳି ଚେହେରା ଥିବା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଦେଖିବାକୁ ଯେତିକି ଆକର୍ଷଣୀୟ ହୋଇଥାନ୍ତି । ଅନ୍ୟ ମୁହଁରୁ ପ୍ରଶଂଶା ଶୁଣିବାକୁ ମଧ୍ୟ ଏମାନଙ୍କୁ ସେତେ ଅଧିକ ଭଲ ଲାଗିଥାଏ । ଭବିଷ୍ୟତରେ ନିଜର ପରିଶ୍ରମ ଦ୍ଵାରା ବହୁତ ଧନ ସମ୍ପତ୍ତି ଏମାନେ ଅର୍ଜନ କରିଥାନ୍ତି ।

4- ଝିଅ ହେଉ ଅବା ପୁଅ ତାଙ୍କ ବାପା, ମାଆଙ୍କ ସହ ଚେହେରା ମିଶୁଥିଲେ ଏହାର ଅର୍ଥ କଣ ହୋଇଥାଏ । ଯେଉଁ ପୁଅର ମୁହଁ ନିଜ ମାଆଙ୍କ ମୁହଁ ସହ ମିଶୁଥାଏ । ଏହି ପୁରୁଷ ଯଶସ୍ଵୀ ହେବା ସହ ଦୀର୍ଘାୟୁ ମଧ୍ୟ ହୋଇଥାଏ । ଏଭଳି ପୁରୁଷ ଜୀବନରେ ବହୁ ସୁଖର ଅଧିକାରୀ ହୋଇଥାନ୍ତି । ନିଜ ପରିବାରର ମାନ ସମ୍ମାନ ବଢାଇଥାନ୍ତି ।

 

5- ଯେଉଁ ଝିଅର ମୁହଁ ତା’ ର ବାପାଙ୍କ ମୁହଁ ସହ ମିଶୁଥାଏ । ସେହି ଝିଅ ମାନେ ବହୁତ ସୌଭାଗ୍ୟଶାଲିନୀ ହୋଇଥାନ୍ତି । ଏହି ଝିଅ ମାନେ ନିଜ ଘର ଏବଂ ବିବାହ ପରେ ଯାହା ଘରକୁ ଯାଇଥାନ୍ତି । ସେହି ଘର ପାଇଁ ଲକ୍ଷ୍ମୀମନ୍ତ ହୋଇଥାନ୍ତି ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।