ବିଲେଇ କହିଥାଏ ଆପଣଙ୍କର ଭବିଷ୍ୟତ ! ଶୁଭ ନା ଅଶୁଭ ! Sadhu Bani

ବିଲେଇ କହିଥାଏ ଆପଣଙ୍କ ଭବିଷ୍ୟତ । ବନ୍ଧୁଗଣ ଭାରତ ଏକ ଧାର୍ମିକ ଦେଶ । ଆମ ଦେଶରେ ଅନେକ ପ୍ରକାର ନୀତିନିୟମ ମାନ୍ୟତା ପ୍ରଚଳିତ ରହିଥାଏ । ଯେପରି ବିଲେଇଟି ରାସ୍ତା କାଟି ଚାଲିଗଲେ ତାହାକୁ ଆମେ ମାନେ ଅଶୁଭ ବୋଲି ମାନିଥାଉ । ସେହି ରାସ୍ତା ଦେଇ ଅନ୍ୟ କୌଣସି ଲୋକ ଯିବା ପରେ ଯାଇ ହିଁ ଆମେ ମାନେ ଯାଇଥାଉ ବୋଲି ଏହିପରି କିଛି କଥା ଲୋକ ଭାବିଥାନ୍ତି । ଏହି ସବୁ ଘଟଣା ଗୁଡିକରୁ ଲୋକ ମାନେ ଶୁଭ ଓ ଅଶୁଭର ବିଚାର କରିଥାନ୍ତି । ତେବେ ବିଲେଇ ଆମ ମାନଙ୍କୁ ଅନେକ ପ୍ରକାର ସୂଚନା ଦେଇଥାଏ । ତେବେ ବିଲେଇ ଆମକୁ ଦେଉଥିବା କିଛି ବିଶେଷ ସଂକେତ ଗୁଡିକ ବିଷୟରେ ଚାଲନ୍ତୁ ଜାଣିବା ।

1- ରାସ୍ତାରେ ଯେତେବେଳେ ଆମେ ଯାଇଥାଉ । ସେତେବେଳେ ଯଦି ଗୋଟେ ବିଲେଇ ରାସ୍ତା କାଟି ଯାଇଥାଏ । ତେବେ ତାହା ଆମକୁ ତାହା ଅଶୁଭ ବୋଲି ଲାଗିଥାଏ । ହେଲେ ବିଲେଇ ଯଦି ବାମରୁ ଡାହାଣକୁ ରାସ୍ତା କାଟିଥାଏ । ତେବେ ତାହା ଅଶୁଭ ହୋଇନଥାଏ । ସବୁ ସମୟରେ ବିଲେଇ ରାସ୍ତା କାଟିବାକୁ ଅଶୁଭ ବୋଲି ବିଚାର କରାଯାଇନଥାଏ ।

2- ଯଦି କାହା ଘରେ ବିଲେଇ କାନ୍ଦିବାର ଶୁଣିବାକୁ ପାଆନ୍ତି । ତେବେ ତାହାର ଅର୍ଥ ହେଉଛି ସେହି ଘରର ପରିବାର ଲୋକଙ୍କ ସହ କିଛି ଅଘଟଣ ଘଟିପାରେ ।

3- ଘରର ଆଖପାଖରେ ଯଦି 2 ଟି ବିଲେଇ ଝଗଡା ଲାଗୁଥାନ୍ତି । ତେବେ ଏହାର ଅର୍ଥ ହୋଇଥାଏ କି ! ସେହି ପରିବାରର ଲୋକଙ୍କ ସହ ଅନ୍ୟ କୌଣସି ପରିବାରର ଝଗଡା ହୋଇପାରେ । ତେଣୁ ଆପଣଙ୍କୁ ସେଥିପ୍ରତି ସତର୍କ ରହିବା ଉଚିତ ।

4- ଯଦି କୌଣସି ପର୍ବପର୍ବାଣୀ ତଥା ଶୁଭ ଦିନ ଗୁଡିକରେ ଆପଣଙ୍କ ଘରକୁ ବିଲେଇ ଆସିଥାଏ । ତେବେ ଏହାକୁ ଶୁଭ ବୋଲି ମାନା ଯାଇଥାଏ । ଏହି ଦିନ ମାନଙ୍କରେ ବିଲେଇ ଘରକୁ ଆସିଲେ ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘର ଉପରେ ଆଶ୍ରୀବାଦ ରହିଛି ବୋଲି ଜାଣିପାରିବେ ।

5- ଯଦି ଶୋଇଥିବା ବ୍ୟକ୍ତି ଚାରିପଟେ ବିଲେଇ ଚାଲିବାକୁ ଲାଗିଥାଏ । ତେବେ ସେହି ବ୍ୟକ୍ତି କୌଣସି ସରକାରୀ ସମସ୍ଯାରେ ପଡି ପାରନ୍ତି ।

6- ଯଦି ବିଲେଇ ଆସି କୌଣସି ବ୍ୟକ୍ତିର ପାଦ ଚାଟିଥାଏ । ତେବେ ଏହା ରୋଗର ସଂକେତ ଦେଇଥାଏ ।

7- ଯଦି କୌଣସି ବ୍ୟକ୍ତି ଉପରେ ବିଲେଇ ଆସି ଡେଇଁ ଚାଲିଯାଇଥାଏ । ତେବେ ସେହି ବ୍ୟକ୍ତି ଆଗାମୀ ସମୟରେ କୌଣସି ସମସ୍ଯାରେ ପୀଡିତ ହୋଇ ପାରନ୍ତି ।

8- ଘରର କ୍ଷୀରକୁ ଯଦି ବିଲେଇ ଲୁଚିକି ପିଇଯାଇଥାଏ । ତେବେ ଘରର ଧନହାନୀ ହେବାର ଏହା ସଂକେତ ଦେଇଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।