ଘରେ ବାରମ୍ବାର ଝଗଡା ହେଉଥିଲେ, ଚୁପଚାପ ଘରେ ରଖିଦିଅନ୍ତୁ ଏହି ଚମତ୍କାରୀ ଚେର ! ତାପରେ ଦେଖନ୍ତୁ ଚମତ୍କାର ! Anuchinta

1- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗଛ, ଗଛ ମାନଙ୍କର ଚେର ଜୀବନରେ ଅନେକ ସମସ୍ଯା ଦୂର କରିଥାଏ । ଘରେ ବାସ୍ତୁ ସମସ୍ଯା ଦୂର କରିବା ସହିତ ସୁଖ, ଶାନ୍ତି ଓ ସମୃଦ୍ଧିର କାରଣ ହୋଇଥାଏ ।

2- ମାନ୍ୟତା ଅନୁସାରେ ଠାକୁର ଘରେ କିଛି ବୃକ୍ଷଙ୍କ ଚେର ରଖିବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏଥିସହ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

3- ତୁଳସୀ ଗଛକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ବିବେଚନା କରାଯାଇଥାଏ । ତୁଳସୀ ଗଛର ଚେରକୁ ଠାକୁର ଘରେ ରଖିବା ଦ୍ଵାରା ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।

4- କଦଳୀ ଗଛରେ ଭଗବାନ ନାରାୟଣ ଏବଂ ବୃହଷ୍ପତ୍ତି ଦେବଙ୍କର ବାସ ହୋଇଥାଏ । କଦଳୀ ଗଛର ଚେରକୁ ଠାକୁର ଘରେ ରଖିବା ଦ୍ଵାରା ଠାକୁରଙ୍କ କୃପା ପ୍ରାପ୍ତ ହେବା ସହିତ କୁଣ୍ଡଳୀରେ ବୃହଷ୍ପତ୍ତିଙ୍କ ସ୍ଥିତି ମଜଭୁତ ହୋଇଥାଏ ।

5- ଘରେ ଉପରେ ଯଦି ବରଗଛ ଉଠିଥାଏ । ତେବେ ଅଶୁଭ ହୋଇଥାଏ । କିନ୍ତୁ ବରଗଛ ଚେରକୁ ଠାକୁର ଘରେ ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ପରିବାରରେ ଅକାଳ ମୃତ୍ୟୁ ଯୋଗ ମଧ୍ୟ ଦୂର ହୋଇଥାଏ ।

6- ସମି ଗଛର ଚେରକୁ ଠାକୁର ଘରେ ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଏଥିଦ୍ଵାରା ଶନିଦେବ ପ୍ରସନ୍ନ ହୋଇବା ସହ ଶନିଦୋଷ ମଧ୍ୟ ଦୂର ହୋଇଥାଏ ।

7- ଅଶୋକ ଗଛ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ । ଏହି ଗଛର ଚେର ବିଧି ବିଧାନରେ ଧାରଣ କରିବା ଦ୍ଵାରା ଜୀବନରେ କେବେବି ଧନର ଅଭାବ ହୋଇନଥାଏ ।

8- କଦଳୀ ଗଛର ଚେରକୁ ହଳଦିଆ କପଡାରେ ଗୁଡାଇ ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା କୁଣ୍ଡଳୀରେ ଗୁରୁ ଗ୍ରହର ସ୍ଥିତି ମଜଭୁତ ହୋଇଥାଏ । ଯାହାଫଳରେ ବ୍ୟକ୍ତି ଧନବାନ ହୋଇପାରିଥାଏ ।

9- ବେଲଗଛର ଚେରକୁ ଲାଲ କିମ୍ବା ଗୋଲାପୀ କପଡାରେ ଗୁଡାଇ ରବିବାର ଦିନ ହାତରେ ବାନ୍ଧିବା ଦ୍ଵାରା ସୂର୍ଯ୍ୟଦେବଙ୍କ କୃପା ମିଳିପାରିଥାଏ । ଜୀବନରେ ଆସୁଥିବା ଆର୍ଥିକ ସଙ୍କଟ ମଧ୍ୟ ଦୂର ହେବାକୁ ଲାଗିଥାଏ ।

10- ଡିମିରି ଗଛର ଚେରକୁ ଶୁକ୍ର ଗ୍ରହଙ୍କ କୃପା ପ୍ରାପ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ । ଶୁକ୍ରବାର ଦିନ ଧଳା କପଡାରେ ଗୁଡାଇ ଏହି ଚେରକୁ ଧାରଣ କରିବା ଦ୍ଵାରା ବିଭିନ୍ନ ପ୍ରକାର ଶୁଭଫଳ ପ୍ରାପ୍ତି ହୋଇଥାଏ ।

11- ଘରେ ଯଦି କୌଣସି କାରଣରୁ ବାରମ୍ବାର କଳିଝଗଡା ହେଉଥାଏ । ତେବେ ତୁଳସୀ ପତ୍ରର ଚେରକୁ ହଳଦିଆ କପଡାରେ ଗୁଡାଇ ରଖିବା ଦ୍ଵାରା ଘରେ କଳି ଝଗଡା ଦୂର ହୋଇ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ କରିବା ସହ ଆମ ସହ ଯୋଡି ହୋଇ ରହିବା ପାଇଁ ଏହାକୁ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ