ଏ କୌଣସି ଝିଅ ନୁହଁନ୍ତି ୪୨ ବର୍ଷର ପୁରୁଷ ଅଟନ୍ତି, କିଛି ସମୟରେ ମେକପ କରି ନେଇଥାଏ ଝିଅର ବେଶ

ଗୋଟିଏ ସମୟ ଥିଲା ଯେତେବେଳେ ଲୋକ କ୍ୟାମେରା ଋଳ ରେ ଫଟୋ ଉଠାଉଥିଲେ ଓ ତାକୁ ଧୋଇବାକୁ ଦେଉଥିଲେ । କେତେ ଦିନ ପରେ ଯାଇ ଫଟୋ ମିଳେ । ଏହା ପରେ ଆମେ ଜାଣୁ ଫଟୋଟି କିପରି ଉଠିଥିଲା । ବର୍ତ୍ତମାନ ସମୟରେ ଫୋନ ଦ୍ଵାରା ଫଟୋ ଉଠାଇ ସଙ୍ଗେ ସଙ୍ଗେ ଜାଣିପାରୁଛୁ ଫଟୋଟି କିପରି ଉଠିଛି । ଫୋନରେ ମଧ୍ୟ କେତେକ ଫିଲ୍ଟର ରହିଛି, ଯାହା ଦ୍ଵାରା ଫଟୋଟି ଝିଅର କିମ୍ବା ପୁଅର ଅଟେ ଜଣା ପଡେ ନାହିଁ । ଏହା ସବୁ ଫୋନରେ ଥିବା ମେକପ ଆପ୍ପ ଦ୍ଵାରା ସମ୍ଭବ ହୋଇଥାଏ । ଆଜି ଆମେ ଏହି ମେକପ ସମ୍ବନ୍ଧରେ ଆଲୋଚନା କରିବା ।

ଆପଣ ଯେଉଁ ଜାପାନୀ ଝିଅର ଫଟୋ ଦେଖୁଛନ୍ତି ପ୍ରକୃତରେ ସେ ଜଣେ ୪୨ ବର୍ଷର ପୁରୁଷ ଅଟନ୍ତି । ସେ ବିବାହିତ ଅଟନ୍ତି ଓ ତାଙ୍କର ପିଲା ମଧ୍ୟ ଅଛନ୍ତି । ତାଙ୍କ ନାମ ତାକୁମା ତାନି ଅଟେ ।  ୧୯୭୭ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ତାକୁମା ଜଣେ ଜାପାନୀ ସିଙ୍ଗର ଅଟନ୍ତି । ତାକୁମାଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ତାକୁମାଙ୍କୁ ସ୍କୁଲ ସମୟରୁ ଗୀତ ଗାଇବାକୁ ଭଲ ଲାଗେ । ସେ ୨୮ ବର୍ଷ ବୟସରେ ନିଜର କ୍ୟାରିୟର ସିଙ୍ଗର ରୂପେ ଆରମ୍ଭ କରିଥିଲେ ।

ତାକୁମା ୩୪ ବର୍ଷ ବୟସରେ ଚିନ୍ତା କଲେ ଏକ ସ୍କୁଲ ଗର୍ଲର ରୂପ ନେବା ପାଇଁ । ତାଙ୍କୁ ସେହି ରୂପ ବହୁତ ପସନ୍ଦ ଆସିଥିଲା । ସେ ସେହିପରି ବେଶରେ ରହିବାକୁ ଇଛା କଲେ । ତାଙ୍କର ରଙ୍ଗ ରୂପ ସବୁ ଝିଅଙ୍କ ପରି ଥିଲା । ଯଦି ସେ ଝିଅଙ୍କ ଡ୍ରେସ ପିନ୍ଧନ୍ତି ଯିଏ ବି ଦେଖିଲେ ଧୋକା ଖାଇଯାନ୍ତି । ସେ ପୁଅ କି ଝିଅ ଅଟନ୍ତି କେହି ସହଜରେ କହି ପାରନ୍ତି ନାହିଁ ।

ତାକୁମାଙ୍କ ଓଜନ ୪୭ କିଲୋ ଅଟେ । ତାଙ୍କୁ ଝିଅ ପରି ରହିବା ପାଇଁ ଅଧିକ ମେକପ କରିବାକୁ ପଡେ । ଏହା ବହୁତ କଷ୍ଟର କାମ ହୋଇଥିଲେ ମଧ୍ୟ ସେ ସହଜରେ ଏହା କରିନିଅନ୍ତି । ସେ ଜାପାନର ଏକ ଟିବି ଶୋରେ ‘କ୍ରସ ଡ୍ରେସିଂଗ ଚାମ୍ପିୟନଶିପ’ ଜିତିଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଫଟୋ ମଧ୍ୟ ଶେୟାର କରନ୍ତି । ସେ ଏକ ଫଟୋରେ ନିଜ ଝିଅକୁ କୋଳରେ ବସାଇ କହିଛନ୍ତି ସେ ଜଣେ ପିତା ଅଟନ୍ତି ।