ପୁଅ ପିତା ଉପରେ ଲେଖିଲା ଏମିତି ପ୍ରବନ୍ଧ କି ଏବେ ତାଙ୍କୁ ସରକାର ଦେବ ଆର୍ଥିକ ସହାୟତା, ଜାଣନ୍ତୁ କାହିଁକି

ମହାରାଷ୍ଟ୍ରରୁ ଏକ ଭିନ୍ନ ପ୍ରକାରର ମାମଲା ସାମ୍ନାକୁ ଆସୁଛି । ଏହି ମାମଲା ମହାରାଷ୍ଟ୍ରର ବିଡର ଅଟେ । ଏଠାରେ ଏକ ୪ର୍ଥ ଶ୍ରେଣୀର ଛାତ୍ର ସ୍କୁଲରେ ଆୟୋଜିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗୀତାରେ ନିଜ ଘର ବିଷୟରେ ଏମିତି କିଛି ଲେଖିଥିଲା, ଯାହା ଦ୍ଵାରା ତାର ପ୍ରବନ୍ଧ ବହୁତ ଭାଇରାଲ ହୋଇ ନାୟ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା । ଯାହାଫଳରେ ସାମାଜିକ ନ୍ୟାୟମନ୍ତ୍ରୀ ତାକୁ ଆର୍ଥିକ ସହାୟତା ଦେବାର ଆଦେଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୂଚନା ଅନୁସାରେ ବିଡ ଜିଲ୍ଲାର ଜିଲ୍ଲା ପରିଷଦ ସ୍କୁଲରେ ଏକ ପ୍ରବନ୍ଧ ପ୍ରତିଯୋଗୀତା ହୋଇଥିଲା । ପ୍ରାୟ ବହୁତ ଛାତ୍ର ଏଥିରେ ଭାଗ ନେଇଥିଲେ । ସ୍କୁଲର ଅଧ୍ୟାପକମାନେ ‘ମୋ ବାପା’ ବିଷୟରେ ପ୍ରବନ୍ଧ ଲେଖିବା ପାଇଁ କହିଥିଲେ । ଯାହା ଦ୍ଵାରା ୪ର୍ଥ ଶ୍ରେଣୀରେ ପଢୁଥିବା ଏକ ଛାତ୍ର ତାର ଘର ବିଷୟରେ ପୁରା କାହାଣୀ ଲେଖି ଦେଇଥିଲା ।

ସେହି ଛାତ୍ର ଜଣକ ଲେଖିଥିଲା, ‘ମୋ ବାପା କହୁଥିଲେ ପାଠ ପଢି ବଡଲୋକ ହେବୁ, ହେଲେ କିଛି ବର୍ଷ ପୂର୍ବରୁ ମୋ ବାପାଙ୍କର ଟିବି ରୋଗରେ ମୃତ୍ୟୁ ହୋଇଗଲା । ବାପାଙ୍କ ମୃତ୍ୟୁ ପରେ ମୁଁ ଆଉ ମୋ ମା’ ବହୁତ କାନ୍ଦିଥିଲୁ, ସେତେବେଳେ ବହୁତ ଲୋକ ଆମ ଘରକୁ ଆସିଥିଲେ । ହେଲେ ବର୍ତ୍ତମାନ କେହି ବି ଆମର ସହାୟତା କରୁ ନାହାନ୍ତି । ମୋ ମା’ ଦିବ୍ୟାଙ୍ଗ ହୋଇଥିବାରୁ ଘରର ସବୁ କାମ ମୋତେ କରିବାକୁ ପଡିଥାଏ’ ।

ଏହାପରେ ମଙ୍ଗେସ ଲେଖିଥିବା ଏହି ପ୍ରବନ୍ଧ ଏତେ ଭାଇରାଲ ହେଲା, ଯେ ଏହି ପ୍ରବନ୍ଧ ଆଇନ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା । ଯାହାଫଳରେ ରାଜ୍ୟର ସାମାଜିକ ନ୍ୟାୟ ମନ୍ତ୍ରୀ ତାକୁ ଆର୍ଥିକ ସହାୟତା କରିବା ପାଇଁ ଆଦେଶ ଦେଇଥିଲେ । ବର୍ତ୍ତମାନ ସେ ମଙ୍ଗେସର ଖର୍ଚ୍ଚ ସେତେବେଳ ପର୍ଯ୍ୟନ୍ତ ଉଠାଇବେ, ଯେତେବେଳ ପର୍ଯ୍ୟନ୍ତ ମଙ୍ଗେସ ଚାକିରି ନ କରିଛି ।