ଏହି ମହିଳା ଜଣକ ଲୋକଙ୍କୁ ମାରି ଅଙ୍ଗର ଆଚାର ବନାଇ ଖାଏ ବହୁତ ଆନନ୍ଦରେ, କାରଣ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ନିଠାରି କାଣ୍ଡ ଭାରତ ନୁହେଁ ସାରା ଦୁନିଆକୁ ଆଚମ୍ବିତ କରିଥିଲା । ନିର୍ଦ୍ଦୋଷ ମାନଙ୍କର ହତ୍ୟା ଓ ନରଭକ୍ଷୀଙ୍କର ପରଦାଫାସ ହୋଇଥିଲା । ସେହି କାଣ୍ଡରେ ଜଣେ ନରଭକ୍ଷୀଙ୍କ ଦ୍ଵାରା ଲୋକଙ୍କର ଜୀବନ ଯାଉଥିଲା । ଆପଣ ଏହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ମଧ୍ୟ ଏହି ଘଟଣାରେ ଆଚମ୍ବିତ ହୋଇଯାଇଥିଲା ।

ଏହି ଘଟଣାର ଆରୋପି ଏକ ମହିଳା ଅଟେ, ଯିଏ କି ମଣିଷ ମାନଙ୍କୁ ମାରୁଥିଲା । ତାଙ୍କୁ ନରଭକ୍ଷୀ ମଧ୍ୟ କୁହାଯାଇଛି, କାରଣ ସେ ଲୋକଙ୍କୁ ମାରି ତାଙ୍କ ମାଂସ ଖାଉଥିଲେ ଓ ତାହାର ଆଚାର ମଧ୍ୟ ତିଆରି କରୁଥିଲେ । ଆସନ୍ତୁ ଜାଣିବା ଏହାର ପୁରା କାହାଣୀ ।

ସେହି ମହିଳାର ନାମ ଥିଲା ନତାଲିଆ । ତାର ସ୍ଵାମୀର ନାମ ଥିଲା ଦମିତ୍ରୀ ବାକଶାଏବ । ସେମାନେ ରୁସିଆର କ୍ରସନୋଦର ସହରରେ ରହୁଥିଲେ । ଏହି ଦୁଇଜଣ ନରଭକ୍ଷୀ ଥିଲେ । ନତାଲିଆ ପ୍ରଥମେ ଲୋକଙ୍କୁ ମାରି ତାଙ୍କ ମାଂସକୁ ଫ୍ରୀଜରେ ରଖୁଥିଲେ । ଏହା ପରେ ସେ ସେହି ମାଂସର ଆଚାର ବନାଇ ଖାଉଥିଲେ । ଲୋକମାନେ ଏହି ଘଟଣା ସମ୍ବନ୍ଧରେ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ସେହି ଦୁଇଜଣ ସ୍ଵାମୀ ସ୍ତ୍ରୀଙ୍କୁ ଗିରଫ ମଧ୍ୟ କରିଥିଲା । ପୋଲିସ ତାଙ୍କ ଘରୁ ୮ ଜଣ ଲୋକଙ୍କ ଶରୀରର ଅଙ୍ଗ ପାଇଥିଲା । ତାଙ୍କ ମାଂସରୁ ତିଆରି ଆଚାର ମଧ୍ୟ ଜବତ କରିଥିଲେ ।

ନତାଲିଆ ଜଣେ ନର୍ସ ଥିଲା । ସେହି କାରଣରୁ ଲୋକମାନେ ସହଜରେ ତାଙ୍କ ଜାଲରେ ଫସି ଯାଉଥିଲେ । ନତାଲିଆ ପୋଲିସକୁ କହିଥିଲା କି ସେ ତା’ ସ୍ଵାମୀର ସାହାଯ୍ୟରେ ମୃତ ଶରୀରକୁ ଘରକୁ ଆଣୁଥିଲା । ପୋଲିସ ସେହି ଦୁଇଜଣଙ୍କୁ ନରଭକ୍ଷୀ ବୋଲି କହିଥିଲେ । ତାପରେ ପୋଲିସ ସେମାନଙ୍କୁ କୋଟକୁ ପଠାଇ ଦେଇଥିଲେ ।

ସେହି ସ୍ଵାମୀ ସ୍ତ୍ରୀ ଦୁଇଜଣ କୋଟରେ ନିଜ ଭୁଲ ମାନିଥିଲେ । ସେମାନେ ୩୦ ଜଣ ମହିଳାଙ୍କୁ ମାରିଥିବାର ମଧ୍ୟ କହିଥିଲେ । ଏହା ଶୁଣି କୋଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ତାପରେ ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଥିଲା ।