ଝଟକା ଦେବ LPG ଗ୍ଯାସ ଦର ! ମାର୍ଚ୍ଚ ମାସରୁ ଗ୍ଯାସ ଦରରେ ବୃଦ୍ଧି କଲେ କେନ୍ଦ୍ର ସରକାର, ମୁଣ୍ଡରେ ହାତ ଦେଇ ବସିଲେଣି ସାଧାରଣ ଜନତା !

ଆରମ୍ଭ ହୋଇଗଲା ବର୍ଷ 2023 ର ଆଉ ଏକ ନୂଆ ମାସ । ପ୍ରତି ମାସ ଆରମ୍ଭରେ ଯେପରି ରନ୍ଧନ ଗ୍ଯାସ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ ଠିକ ସେମିତି ମାର୍ଚ୍ଚ ମାସରେ ମଧ୍ୟ ଏହି ଦରରେ ପରିବର୍ତ୍ତନ ଅଣାଯାଇଛି । ତେବେ ନୂଆ ସିଲିଣ୍ଡର ଦର ସାଧାରଣ ଲୋକଙ୍କ ବଜେଟ ଉପରେ ଫରକ ପକାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ମାର୍ଚ୍ଚ ଆରମ୍ଭରୁ ଲାଗୁ ହୋଇଥିବା ନୂଆ ଏଲପିଜି ସିଲିଣ୍ଡର ଦରରେ 50 ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି ।

ପୂର୍ବରୁ ଭୁବନେଶ୍ବରରେ ଏଲପିଜି ସିଲିଣ୍ଡର ଦର 1079/- ଟଙ୍କା ଥିବାବେଳେ ଏବେ ତାହା 50 ଟଙ୍କା ବୃଦ୍ଧି ପାଇ 1129/- ଟଙ୍କାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦରରେ 50 ଟଙ୍କା ବୃଦ୍ଧି ପାଇ 1103/- ଟଙ୍କାରେ ପହଞ୍ଚିଛି । ସେହିଭଳି କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ସର୍ବାଧିକ 350 ଟଙ୍କା 50 ପଇସା ବୃଦ୍ଧି କରାଯାଇଛି । ଯାହାକି ବର୍ତ୍ତମାନ 2119 ଟଙ୍କା 50 ପଇସାରେ ପହଞ୍ଚିଛି ବୋଲି ସୂଚନା ରହିଛି ।

ପୂର୍ବରୁ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଯୋଗୁଁ ଏନେଇ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ପରେ ଏହି ଦରରେ ହ୍ରାସ କରା ଯାଇଥିଲା । ଗତ କିଛି ମାସ ଧରି ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରା ଯାଇ ନଥିବା ବେଳେ ମାର୍ଚ୍ଚ ମାସରୁ ଏହି ଦରରେ ବୃଦ୍ଧି ନେଇ ସାଧାରଣ ଜନତା ଚିନ୍ତାରେ ପଡିଗଲେଣି ।

କାରଣ ବର୍ତ୍ତମାନ ସମସ୍ତଙ୍କ ଘରେ ଘରେ ଲୋକେ ଏଲପିଜି ଗ୍ଯାସ ବ୍ୟବହାର କଲେଣି । ହେଲେ ରନ୍ଧନ ଗ୍ଯାସର ଏଭଳି ଦରବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପକେଟ ଓ ବଜେଟ ଉପରେ ଏହା ପ୍ରଭାବ ପକାଇବ । ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କୁ ପାଇଁ ଏହି ଗ୍ଯାସ ଦର ବୃଦ୍ଧି ଯୋଗୁଁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡିବ ବୋଲି କୁହାଯାଉଛି । ତେବେ ପୂର୍ବରୁ ସୂଚନା ରହିଥିଲା କି, ଏଲପିଜି ଗ୍ଯାସ ଦରରେ ସରକାର ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି ।

ଗତ ମାସରେ ଏହି ଦରରେ କୌଣସି ବିଶେଷ ପରିବର୍ତ୍ତନ କରା ଯାଇ ନଥିବା ବେଳେ ଚଳିତ ମାସରେ ଏହି ଦରରେ ଏକାଥରେ 50 ଟଙ୍କାର ବୃଦ୍ଧି ସାଧାରଣ ଲୋକଙ୍କୁ ଝଟକା ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।