“ଆମେ କଥା ହେଇଥିଲୁ ବାହା ହେବୁନି ଏମିତି ମସ୍ତି କରିବୁ, ହେଲେ Lipsa ମୋତେ ଧୋକା ଦେଲା”- ଏମିତି କାହିଁକି କହିଲେ ଅଭିନେତ୍ରୀ Jessy ?

ଓଡିଆ ସିନେମାର ରଙ୍ଗିଲା ବୋହୂ ତଥା ଲିପ୍ସା ମିଶ୍ରଙ୍କ ବିବାହ ଖବର ଏବେ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟା ପାଲଟିଛି । ନିଜ ବାହାଘରରେ ପ୍ରଥମ ଓଡିଆ ଅଭିନେତ୍ରୀ ଭାବେ ନାମୀଦାମୀ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବାକୁ ନେଇ ଏବେ ସେ ଖବରର ଶିରୋନାମାରେ ଅଛନ୍ତି । ଲିପ୍ସା ତାଙ୍କ ମନର ମଣିଷ ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ଓ ଟଣକ ଭଳି ସ୍ଵାମୀ ପାଇ ବେଶ ଖୁସି ଥିବା କହିଛନ୍ତି । ଲିପ୍ସାଙ୍କ ବିବାହ ଉତ୍ସବରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ କଳାକାର ଓ ଫିଲ୍ମ ନିର୍ମାତାମାନେ ଯୋଗ ଦେଇଥିଲେ ।

ସେମାନଙ୍କ ମଧ୍ୟରେ ଅନ୍ଯତମ ଓଡିଆ ସିରିଏଲ ଅଭିନେତ୍ରୀ ଜେସି ସାମଲ ମଧ୍ୟ ଲିପ୍ସାଙ୍କ ବାହାଘରକୁ ଖୁବ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଜେସି ଏବଂ ଲିପ୍ସା ଅନେକ ବର୍ଷ ଧରି ବହୁତ ଭଲ ବାନ୍ଧବୀ । ଜେସି ଲିପ୍ସାଙ୍କୁ ନେଇ କହିଥିଲେ କି, ଆମେ ଅନେକ ବର୍ଷ ଧରି ବହୁତ ଭଲ ସାଙ୍ଗ ଓ ସବୁବେଳେ କଥା ହେଉ କି ଆମେ ବାହା ହେବାନି ଏମିତି ମସ୍ତି କରିବା । ହେଲେ ଲିପ୍ସା ମୋତେ ଧୋକା ଦେଇ ଆଗ ବାହା ହେଇଗଲା । ହେଲେ ତା’ ପାଇଁ ମୁଁ ବହୁତ ଖୁସି ଅଛି । କାହିଁକି ନା ସେ ବହୁତ ଖୁସି ଅଛି ।

ଲିପ୍ସାଙ୍କ ଜୀବନସାଥି ଆକାଶ ମଧ୍ୟ ବହୁତ ଭଲ ମଣିଷଟିଏ ଓ ଲିପ୍ସାଙ୍କୁ ଯେମିତି ଜୀବନସାଥି ଦରକାର ଥିଲା ସେ ପାଇଛନ୍ତି ବୋଲି କହିଛନ୍ତି ଜେସି । ଆପଣ ତ ଜାଣିଥିବେ କି ଲିପ୍ସା ରିୟାଲିଟି ଶୋ’ “ବିଗବ୍ରେକ” ରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହାପରେ ସେ ଲୋକପ୍ରିୟ ତରଙ୍ଗ ଟିଭି ସିରିଏଲ “କିଛି ଲୁହ ପିଇଯାଏ ଓଠ” ରେ ଅଭିନୟ କରି ଓଡିଶାବାସୀଙ୍କ ହୃଦୟ ଜିତି ପଡ଼ିଥିଲେ ।

ସିରିଏଲରୁ ଧୀରେ ଧୀରେ ଜଣେ ସଫଳ ଫିଲ୍ମ ଅଭିନେତ୍ରୀ ଭାବେ ମଧ୍ୟ ଲିପ୍ସା ନିଜକୁ ଇଣ୍ଡଷ୍ଟ୍ରିରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ସେହିପରି ତାଙ୍କ ବାନ୍ଧବୀ ଜେସିକା ମଧ୍ୟ ଓଡିଆ ସିରିଏଲ “ଜୀବନସାଥି” ରେ ଅଭିନୟ କରି ଦର୍ଶକଙ୍କ ମନରେ ରାଜ୍ କରି ପାରିଛନ୍ତି । ଏହାଛଡା ଫିଲ୍ମ “ଲଭ ୟୁ ଜେସିକା” ରୁ ସେ ଫିଲ୍ମ ଜଗତରେ ମଧ୍ୟ ପାଦ ରଖିଥିଲେ । ଏହି ଦୁଇ ଅଭିନେତ୍ରୀଙ୍କ ବନ୍ଧୁତାକୁ ନେଇ ସେମାନେ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି ।

ଜେସିଙ୍କୁ ଯେତେବଳେ ପଚରା ଯାଇଥିଲା କି ବାହାଘର ପରେ ଝିଅମାନେ କୁଆଡେ ବଦଳି ଯାଆନ୍ତି । ଏହାର ଉତ୍ତରରେ ସେ କହିଛନ୍ତି,କାଇଁ ମୁଁ ତ ଜାଣିନି ବାହାଘର ପରେ କେହି ବଦଳି ଯାଆନ୍ତି ବୋଲି । କାହିଁକି ନା ମୁଁ ନିଜେ ବାହା ହେଇନି । ତେବେ ଜେସି ଓ ଲିପ୍ସାଙ୍କ ବନ୍ଧୁତା ଆଗକୁ ମଧ୍ୟ ଠିକ ଏମିତି ରହିବ କି ନାହିଁ ? ଏନେଇ ଆପଣ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।