ଭଗବାନ ଶ୍ରୀ କୃଷ୍ଣ ଯେଉଁ ସ୍ତ୍ରୀ ଏହି 5 ଟି ବ୍ରତ ରଖିଥାଏ, ତା’ ଘରକୁ କେବେ ବି ଆସି ନଥାଏ ଦରିଦ୍ରତା

ହିନ୍ଦୁ ଧର୍ମରେ ଉପବାସ କରିବା ଧାର୍ମିକ ଓ ସାଂସ୍କୃତିକ ମହତ୍ଵ ରହିଛି । ବ୍ରତ କରିବା ଦ୍ଵାରା ମନରେ ଶାନ୍ତି ଓ ଆତ୍ମସନ୍ତୋଷ ମିଳିଥାଏ । ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କୁ ଦେବୀର ମାନ୍ୟତା ଦିଆ ଯାଇଛି ।

ଭଗବାନ ଶ୍ରୀ କୃଷ୍ଣଙ୍କ କହିବା ମତରେ ମହିଳା ମନକୁ ଏମିତି କିଛି ବ୍ରତ କରିବା ଆବଶ୍ୟକ ଯାହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ସେହି ନାରୀ ମାନଙ୍କର ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ବ୍ରତ ବିଷୟରେ କହିବାକୁ ଯାଉଛୁ । ୧- ସୋମବାର ବ୍ରତ : ପ୍ରଥମ ବ୍ରତ ହେଉଛି ୧୬ଟି ସୋମବାର ବ୍ରତ ଯାହାକୁ ସମସ୍ତେ କରି ପାରିବେ ।

ଏହି ବ୍ରତକୁ ବିଶେଷ କରି କୂଆଁରି ଝିଅ ବା ସୌଭାଗ୍ୟବତୀ ନାରୀ ମାନେ କରିଥାନ୍ତି । ଯେଉଁ ଝିଅ ମାନେ ଅବିବାହିତ ସେମାନେ ନିଜ ମନ ପସନ୍ଦ ବାର ପାଇବା ପାଇଁ ଓ ବିବାହିତା ନାରୀ ମାନେ ନିଜ ସ୍ଵାମୀଙ୍କର ଆୟୁ ବୃଦ୍ଧି ପାଇଁ ସୋମବର ବ୍ରତ କରିଥାନ୍ତି ।

୨- ହରିତାଳି ବ୍ରତ : ଭାରତରେ ଅନେକ ସ୍ଥାନରେ ହରିତାଳି ବ୍ରତ କରିବାର ନିୟମ ରହିଛି । ଭାଦ୍ରବ ମାସର ଶୁକ୍ଳପକ୍ଷର ତୃତୀୟାରେ ଏହି ବ୍ରତ କରାଯାଏ । ଏହି ବ୍ରତ ଭଗବାନ ଶିବ ଓ ମା ପାର୍ବତୀଙ୍କର ଉପାଷାଣ ହୋଇଥାଏ ଯାହାକୁ ଝିଅ ମାନେ ଓ ବିବାହିତା ନାରୀମାନେ କରି ପାରିବେ ।

୩- ବଟ ସାବିତ୍ର ବ୍ରତ : ଭାରତରେ ଅନେକ ସ୍ଥାନ ମାନଙ୍କରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ଏହି ବ୍ରତରେ ବିବାହିତ ନାରୀ ମାନେ ନିଜ ସ୍ଵାମୀଙ୍କର ଭଲ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁ ପାଇଁ କରିଥାନ୍ତି । ଏହି ବ୍ରତର କଥା ମହାନ ନାରୀ ସାବିତ୍ରୀଙ୍କ ସହ ଯୋଡା ହୋଇଛି ଯିଏ ନିଜର ସ୍ଵାମୀ ସତ୍ୟବାନଙ୍କର ଆୟୁ ଫେରାଇ ଆଣିବା ପାଇଁ ନିଜ ପତିବ୍ରତା ବଳରେ ସ୍ଵୟଂ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ । ଏହି ପୁରା କହନାୟର ସାକ୍ଷୀ ଗୋଟେ ବାଟ ବୃକ୍ଷ ରହିଥିଲା ଯାହାକୁ ସତୀ ସାବିତ୍ରୀ ପ୍ରାଚୀନ କାଳରେ ପୂଜା କରୁଥିଲେ । ଏହି କାରଣରୁ ଏହି ବ୍ରତର ନାମ ବଟ ସାବିତ୍ରୀ ହୋଇଥିଲା ।

୪-  କରବା ଚଉଥ ବ୍ରତ : ଭାରତରେ ଏହି ବତରକୁ ନାରୀ ମାନେ କରିଥାନ୍ତି ଯାହାକୁ କରବା ଚଉଠି ବ୍ରତ ମଧ୍ୟ କୁହାଯାଏ । ମହିଳା ମାନେ ନିଜ ସ୍ଵାମୀଙ୍କର ଦୀର୍ଘ ଆୟୁ ଓ ସ୍ୱାସ୍ଥ୍ୟ ସୁସ୍ଥ ରହିବା ପାଇଁ ଦିନସାରା ଉପବାସ ରହି ଏହି ବ୍ରତ କରିଥାନ୍ତି । ଏହି ବ୍ରତରେ ରାତିରେ ଚାନ୍ଦ ଦେଖିବା ପରେ ଯାଇ ମହିଳା ମାନେ ପାଣି ଓ ଭୋଜନ ଗ୍ରହଣ କରିଥାନ୍ତି ।

୫- ବୈଭବ ଲକ୍ଷ୍ମୀ ବ୍ରତ : ଭାରତରେ ମହିଳା ମାନେ ନିଜ ପରିବାରର ସୁଖସାନ୍ତି ବଜାୟ ରହିବା ପାଇଁ ବୈଭବ ଲକ୍ଷ୍ମୀ ବା ମା ଲକ୍ଷ୍ମୀଙ୍କର ବ୍ରତ କରିଥାନ୍ତି ।

ଏହା ବ୍ଯତୀତ ନାରୀ ମାନେ ବ୍ରତ କରିବା ସମୟରେ ଦାନ ଧର୍ମ କରିବା ସହ ପୁରା ନିଷ୍ଠାର ସହ ବ୍ରତ ନିଜ ଘରେ ରହି କରିବା ଉଚିତ । ଏହି ଦିନ କୌଣସି ବିବାଦରୁ ନିଜକୁ ଦୂରେଇ ରଖିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।