ବେକର କଳା ପଣ ପୁରା ପୁରି ଗାୟବ ହେଇଯିବ, କେବଳ ଗାଧେଇବା ପୂର୍ବରୁ ଲଗେଇ ଦିଅନ୍ତୁ ଏହି ଜିନିଷ, 100 % ଗ୍ୟାରେଣ୍ଟି

ଆଜିକାଲି ପ୍ରତେକ ବ୍ୟକ୍ତି ନିଜର ସୁନ୍ଦରତା ପାଇଁ ବେସ ଚିନ୍ତାରେ ରହୁଛନ୍ତି । ଭଗବାନ ଯାହାକୁ ଯେମିତି ଗଢିଛନ୍ତି ତାହା ସ୍ଵୀକାର କରିବା ଉଚିତ । କିନ୍ତୁ କିଛି ଲୋକଙ୍କର ବାହ୍ୟ ଉପାଦାନର ଫଳାଫଳ ଯୋଗୁ ସେମାନଙ୍କର ସୁନ୍ଦରତା ଉପରେ ଖରାପ ପ୍ରଭାବ ପଡିଥାଏ ।

ଉଦାହରଣ ସ୍ୱରୂପ ମୁହଁ ଓ ଦେହ ହାତରେ କେଶ ରହିବା, ବେକ ପଛରେ କଳା ଦାଗ ରହିବା, ମୁହଁରେ ଦାଗ ହେବା ଇତ୍ୟାଦି । ଏହି ସବୁ କାରଣରୁ ସୁନ୍ଦରତା ଉପରେ ଖରାପ ପ୍ରଭାବ ପଡିଥାଏ । ଆପଣ ମାନେ ଜାଣିଥିବେ କିଛି ଲୋକଙ୍କର ବେକ ର ପଛ ଭାଗରେ କଳା ଦାଗ ହୋଇଥାଏ । ସେଥିପାଇଁ କିଛି ଲୋକ ମାନେ ଏହି କଳା ଦାଗକୁ ଦୂର କରିବା ପାଇଁ ବଜାରରେ ମିଳୁଥିବା କସମେଟିକ ବା ବିଭିନ୍ନ ପ୍ରକାରର ପ୍ରଡ଼କ୍ଟ ବ୍ୟବହାର କରନ୍ତି ।

ଏହି ସବୁ ପ୍ରଡ଼କ୍ଟ ବ୍ୟବହାର କରିବା ଦ୍ଵାରା ଶରୀରରେ ଲୋକଙ୍କର ପାର୍ଶ୍ଵ ପ୍ରତିକ୍ରିୟା ହେବା ସହ କ୍ଷତି ମଧ୍ୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଆୟୁର୍ବେଦିକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିଲେ ବେକ ପଛର କଳା ଦାଗ ଦୂର ହୋଇଯିବ ।

ବେକିଙ୍ଗ ସୋଡା : ଗୋଟେ ପାତ୍ରରେ ଦୁଇ ଚାମଚ ବେକିଙ୍ଗ ସୋଡା ନେଇ ସେଥିରେ ଅଳ୍ପ ମାତ୍ରାରେ ପାଣି ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଗାଧୋଇବା ପୂର୍ବରୁ ଏହି ପେଷ୍ଟକୁ ବେକ ପଛରେ ଥିବା କଳା ଦାଗରେ ଲଗାନ୍ତୁ । କିଛି ସମୟରେ ପରେ ଏହାକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ଵାରା ବେକରେ ଥିବା କଳା ଦାଗ ଦୂର ହୋଇଯିବ ।

କଞ୍ଚା ଅମୃତଭଣ୍ଡା : ଗୋଟେ କଞ୍ଚା ଅମୃତଭଣ୍ଡାକୁ ଦୁଇ ଫଳ କରି କାଟିବା ପରେ ଏହାର ପେଷ୍ଟ କରନ୍ତୁ । ଏହି ପେଷ୍ଟରେ ଗୋଟେ ଚାମଚ ଗୋଲାପ ପାଣି ଓ ଏକ ଚାମଚ ଦହି ମିଶାନ୍ତୁ । ଏହା ପରେ ଏହି ପେଷ୍ଟକୁ ଭଲ ଭାବେ ମିଶ୍ରଣ କରି ବେକ ପଛରେ ଥିବା କଳା ଦାଗରେ ଲଗାନ୍ତୁ । ଏହି ଉପାୟର ପ୍ରୟୋଗ ସପ୍ତାହକୁ ଥରେ କରିବା ଦ୍ଵାରା ବହୁତ ଲାଭ ମିଳିଥାଏ ।

ଲେମ୍ବୁ ଓ ମହୁ : ଗୋଟେ ପାତ୍ରରେ ଲେମ୍ବୁ ଓ ମହୁ କିଛି ପରିମାଣରେ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଗାଧୋଇବା ପୂର୍ବରୁ ଭଲ ଭାବେ ବେକ ପଛରେ ଥିବା କଳା ଦାଗରେ ଲଗାନ୍ତୁ । କିଛି ସମୟରେ ପରେ ଏହାକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ଵାରା ବହୁତ ଫାଇଦା ହୋଇଥାଏ ।

ଲେମ୍ବୁ : ଲେମ୍ବୁରେ ଭିଟାମିନ-ସି ପ୍ରଚୁର ପରିମାଣରେ ରହିଥିବାରୁ ଏହା ଆମ ଶରୀର ତ୍ଵଚା ପାଇଁ ପ୍ରାକୃତିକ ସଫା କରିବାରେ ସହାୟକ ହୋଇଥାଏ । ତେଣୁ ଲେମ୍ବୁ କଳା ଦାଗ ଦୂର କରିବାରେ ସାହାଜ୍ଯ କରିଥାଏ । 

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।