ସନ୍ଧାନୀ କୁକୁର କରି ଦେଖାଇଲା କମାଲ, ଯିଏ କରିଥିଲା ଅଭିଯୋଗ , ତାଙ୍କୁ ହିଁ ପ୍ରାଣିତ କରିଦେଲା ଅଭିଯୁକ୍ତ, ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ସ-ନ୍ଧା-ନୀ କୁକୁର ସାହାଯ୍ୟରେ ରାୟଗଡାର ବହୁ ଚର୍ଚ୍ଚିତ ଚୋ-ରି ମା-ମ-ଲା-ର ଗୁମର ଏବେ ଫିଟି ଯାଇଛି । ୩୦ ଲକ୍ଷ ଟଙ୍କା ଲୁଟ ହୋଇଛି ବୋଲି ଛା-ନ-ଭି-ନ କରୁ କରୁ ପୁରା ଘଟଣା ଉପରୁ ପରଦା ଉଠାଇ ଦେଇଛି ପୋଲିସ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଲୁ-ଟର ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଘରେ ହିଁ ପହଞ୍ଚିଥିଲା ସନ୍ଧାନୀ କୁକୁର । ଲୁ-ଟ ହୋଇଥିବା ସମସ୍ତ ଟଙ୍କା ଓ ସୁନା ଗହଣା ଅ-ଭି-ଯୋ-ଗ-କା-ରୀ-ଙ୍କ ଘରୁ ହିଁ ମିଳିଥିଲା । ଏହିପରି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ଥାନା ଅଞ୍ଚଳରେ । ଅ-ଭି-ଯୋ-ଗ-କା-ରୀ-ଙ୍କ ଘରୁ ସମସ୍ତ ତାଙ୍କ ଏବଂ ସୁନା ଜବତ କରିଛି ପୋଲିସ ।

ଗତ ଦୁଇ ଦିନ ତଳେ ରାୟଗଡା ରୟତ କଲୋନୀ ୬ ନମ୍ବର ଲେନରେ ରହୁଥିବା ବି.ବିଶ୍ଵନାଥ ଗଣପତି ଶର୍ମା ନିଜ ଘରୁ ୩୦ ଲକ୍ଷ ଟଙ୍କା ଓ ୧୦ ଭାରି ସୁନା ଚୋ-ରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ମା ଆଉ ସେ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କ ଘରେ ପଶି ଚୋ-ରି କରିଥିବା ସେ ପୋଲିସ ନିକଟରେ କହିଥିଲେ । ଏହିପରି ଗୁରୁତର ଅଭିଯୋଗ ପାଇବା ପରେ ପୋଲିସ ସକ୍ରିୟ ହୋଇ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତନାଘନା ଆରମ୍ଭ କରି ଦେଇଥିଲା ।

ତ-ଦ-ନ୍ତ ପାଇଁ ପୋଲିସ ଆନ୍ଧ୍ରପ୍ରଦେଶର ଦେଶପାଲକୋଣ୍ଡା ଯାଇଥିଲା । ତେବେ ତ-ଦ-ନ୍ତ ବେଳେ ଅଭିଯୋଗକାରୀ ବିଶ୍ଵନାଥଙ୍କ ଉପରେ ପୋଲିସର ସନ୍ଦେହ ସୃଷ୍ଟି ହେବାରୁ ତାଙ୍କୁ ଜେରା କରାଯାଇ ଥିଲା । ପୋଲିସର ଧ-ମ-କ ଚ-କ-ମ ଓ ପା-ହା-ର ବସିବା ପରେ ସବୁ ସତ ମାନି ଯାଇଥିଲା ନିଜେ ଅଭିଯୋଗକାରୀ । ବିଶ୍ଵନାଥ ତାଙ୍କ ଘରେ ଲୁଚାଇ ରଖିଥିବା ୨୪ ଲକ୍ଷ ଟଙ୍କା ଓ ସୁନାଗହଣାକୁ ଜବତ କରିଛି ପୋଲିସ ।

ନିଜ ଜା-ଲ-ରେ ନିଜେ ଛ-ନ୍ଦି ହୋଇ ଯାଇଛି ପୋଲିସକୁ ଭୁଆଁ ବୁଲାଉଥିବା ଅ-ଭି-ଯୁ-କ୍ତ । ଏମାନେ ହେଉଛନ୍ତି ଦୁଇ ଭାଇ ଓ ଦୁହେଁ ମନ୍ଦିରର ପୂଜକ ଅଟନ୍ତି । ମନ୍ଦିରରୁ ଯାହା ଦକ୍ଷିଣା ମିଳେ ସେମାନେ ସଞ୍ଚୟ କରି ରଖିଥାନ୍ତି । ବଡ ଭାଇ ସାନ ଭାଇ ଉପରେ ବିଶ୍ବାସ କରି ତାଙ୍କୁ ଟଙ୍କା ରଖିବାକୁ ଦେଇଥିଲା । ନିଜ ମା ସହ ଆନ୍ଧ୍ରପ୍ରଦେଶ ଯାଇଥିଲେ ଓ  ଆସି ଦେଖିଲେ ଚୋ-ରି ହୋଇଛି ବୋଲି ପୋଲିସକୁ କହିଥିଲେ ଅ-ଭି-ଯୁ-କ୍ତ ।

କିନ୍ତୁ ସେ ମିଛ କହୁଛନ୍ତି ବୋଲି ପୋଲିସ ଜାଣିବାକୁ ପାଇବା ପରେ ତା ଉପରେ ସନ୍ଦେହ କରି ପୋଲିସ ତାଙ୍କୁ ଜେ-ରା କରିଥିଲା । ଏହାପରେ ସବୁ ସତ ମାନି ଯାଇଥିଲା ସାନ ଭାଇ । ଏତେ ସବୁ ଟଙ୍କା ଏକାକୀ ଆ-ତ୍ମ-ସା-ତ କରିବାର ଲୋଭ ଆସି ଯାଇଥିଲା ସାନ ଭାଇ ମନରେ ।

ସେଥିପାଇଁ ସେ ଟଙ୍କା ଓ ଗହଣାକୁ ଅନ୍ୟ ଜାଗାରେ ଲୁଚାଇ ଏହିପରି ଏକ ମିଛ ଚୋ-ରି-ର ନାଟକ କରିଥିଲେ । ତେବେ ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ ଓ ଘରେ କାହିଁକି ରଖିଥିଲେ ଏହାର ଅନୁସନ୍ଧାନ ଜାରି ରଖିଛି ପୋଲିସ । ଆପଣଙ୍କୁ ଆମ ପୋଷ୍ଟଟି କିପରି ଲାଗିଲା କମେଣ୍ଟ କରି ଜଣେଇବେ ଓ ଲାଇକ ଏବଂ ସେୟାର ମଧ୍ୟ କରିବେ ।