ଯେଉଁ ଘରେ ଥାଏ ଏହି 5 ଟି ଜିନିଷ, ସେହି ଘର ର ପାଖ ମଧ୍ୟ ମାଡି ନଥାଏ ଦରିଦ୍ରତା- Chanakya Niti

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ । ସେଥିରେ ମନୁଷ୍ୟ ଜୀବନକୁ ସୁଖମୟ ଓ ସଫଳ ବନାଇବା ପାଇଁ କିଛି ଉପଯୋଗୀ ବିଷୟ ଉଲ୍ଲେଖ ଅଛି ।

ତନ୍ମଧ୍ୟରୁ ବାସ୍ତୁ ବିଚାର ଅନ୍ୟତମ । ତେବେ ଅନେକଙ୍କ ଘରେ ବାସ୍ତୁ ଯୋଗୁଁ ସେମାନେ ଦାରିଦ୍ର୍ୟତାର ଶିକାର ହୋଇଥାନ୍ତି । ଆଜି ଆମେ ଏପରି ୫ଟି ଜିନିଷ ବିଷୟରେ ଜାଣିବା ଯଦ୍ୱାରା ଆମ ଜୀବନ ବଦଳି ଯିବ । ୧- ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ହୃଦୟରୁ ଭଗବାନ ଗଣେଶଙ୍କ ହାତ ଧରେ ସେ କେବେ ଦୁଃଖୀ ରହିବ ନାହିଁ । ସେଥିପାଇଁ ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ । ଧନ ଏବଂ ସୁଖରୁ ବାଧା ଦୂର କରିବା ପାଇଁ ନୃତ୍ୟ କରୁଥିବା ଗଣେଶଙ୍କ ପ୍ରତିମା ଘରେ ରଖିବା ଅତ୍ୟନ୍ତ ଶୁଭ ଅଟେ ।

ଏହି ପ୍ରତିମାକୁ ଏପରି ରଖନ୍ତୁ ଯେପରି ଘରର ମୁଖ୍ୟ ଦ୍ଵାର ପ୍ରତି ଗଣେଶଙ୍କ ଦୃଷ୍ଟି ପଡୁଥିବ । ସକାଳୁ ଉଠି ନିଶ୍ଚୟ ଗଣେଶଙ୍କୁ ପ୍ରଣାମ କରନ୍ତୁ । ଏହା ଦ୍ବାରା ବିଗିଡି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଘରେ କଦାପି ଧନର ଅଭାବ ହେବ ନାହିଁ ।

୨- ବଇଁଶୀ ବାସ୍ତୁ ଦୋଷ ଦୂର କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ବ୍ୟକ୍ତିଙ୍କୁ ରୂପାର ବଇଁଶୀ ଘରେ ରଖିବା ଉଚିତ୍ । ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି ଘରେ ରୂପାର ବଇଁଶୀ ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି । ଏହା ଦ୍ବାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ ଓ ଧନ ଆଗମନର ସ୍ରୋତ ମିଳିଥାଏ ।

୩- ବାସ୍ତୁଶାସ୍ତ୍ର ଅନୁସାରେ ଶଙ୍ଖରେ ବାସ୍ତୁ ଦୋଷ ଦୂର କରିବାର ଅଦ୍ଭୁତ କ୍ଷମତା ରହିଛି । ଶଙ୍ଖ ଧ୍ୱନି ଦ୍ଵାରା ଚତୁଃପାର୍ଶ୍ଵର ପବନ ମଧ୍ୟ ପବିତ୍ର ଓ ସକାରାତ୍ମକ ହୋଇଯାଆନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ଘରେ ଲକ୍ଷ୍ମୀଙ୍କ ଦକ୍ଷିଣ ହାତରେ ଶୋଭା ପାଉଥିବା ଶଙ୍ଖ ରହିଥାଏ, ସେହି ଘରେ ସ୍ଵୟଂ ମା ଲକ୍ଷ୍ମୀ ନିବାସ କରନ୍ତି ଓ ଘରେ କେବେ ମଧ୍ୟ ଧନର ସମସ୍ୟା ଦେଖା ଯାଏ ନାହିଁ । ଶଙ୍ଖକୁ ଏକ ଲାଲ୍ କପଡ଼ାରେ ଗୁଡ଼ାଇ ରଖିବା ଉଚିତ୍ ଓ ନିୟମିତ ଏହାର ପୂଜା କରିବା ଉଚିତ୍ ।

୪- ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ନିଶ୍ଚୟ ଥିବ । ମାତ୍ର ଘରେ ଧନ ବୃଦ୍ଧି ନିମନ୍ତେ ମା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ସହ ଭଗବାନ କୁବେରଙ୍କ ଫଟୋ ବା ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ୍ । କୁବେର ଆୟ ପ୍ରଦାନ କରନ୍ତି ଓ ଲକ୍ଷ୍ନୀ ଧନ । ସେଥିପାଇଁ ଦୁଇ ଜଣଙ୍କୁ ପରସ୍ପରର ପୂରକ ବୋଲି ମାନାଯାଏ । କୁବେର ଉତ୍ତର ଦିଗରେ ସ୍ବାମୀ ହୋଇଥିବାରୁ ତାଙ୍କୁ ସର୍ବଦା ଉତ୍ତର ଦିଗରେ ହିଁ ରଖନ୍ତୁ ।

୫- ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ ଓ ଧନ ସମ୍ବନ୍ଧିତ ସମସ୍ୟା ପାଇଁ ପ୍ରତିଦିନ ଏକ କର୍ପୁର ନିଶ୍ଚୟ ଜଳାନ୍ତୁ । ଘରର ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରତିଦିନ କର୍ପୁର ଜଳାଇବା ଦ୍ଵାରା ଘରେ ଥିବା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଆନ୍ତି ଓ ଆପଣଙ୍କ ବାଧାପ୍ରାପ୍ତ କାର୍ଯ୍ୟ ମଧ୍ୟ ଧୀରେ ଧୀରେ ବାଧା ମୁକ୍ତ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ