ଯେତେବେଳେ ଲକ୍ଷ୍ମୀ ଅଗ୍ରୱାଲ ଶୋଚନୀୟ ଅବସ୍ଥାରେ ଥିଲେ ସେତେବେଳେ ତାଙ୍କ ପାଇଁ ଭଗବାନ ସାଜିଥିଲେ ଅକ୍ଷୟ କୁମାର, ଏମିତି କରିଥିଲେ ସାହାର୍ଯ୍ୟ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୀପିକା ପାଦୁକୋନ ଜଣେ ଟପ ଅଭିନେତ୍ରୀ ଅଟନ୍ତି ଓ ଭାରତୀୟ ଅଭିନେତ୍ରୀଙ୍କ ମଧ୍ୟରୁ ସବୁଠୁ ଅଧିକ ଫିସ ହେଉଛି ତାଙ୍କର । ଦୀପିକା ରଣବିର ସିଂହଙ୍କ ସହ ବିବାହ କରି ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ବର୍ତ୍ତମାନ ଦୀପିକାଙ୍କର ଏକ ଫିଲ୍ମ ‘ଛପାକ’ ରିଲିଜ ହୋଇଛି । ଏହି ଫିଲ୍ମଟି ଲକ୍ଷ୍ମୀ ଅଗ୍ରୱାଲଙ୍କର ଜୀବନ ବିଷୟରେ ଆଧାରିତ । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ଅଛି । ତେବେ ଆସନ୍ତୁ ଜାଣିବା ଏହାର କାହାଣୀ ବିଷୟରେ ।

ଲକ୍ଷ୍ମୀଙ୍କର କାହାଣୀ ହେଉଛି ଛପାକ

ଏହି ଫିଲ୍ମରେ ଦୀପିକା ପାଦୁକୋନ ଲକ୍ଷ୍ମୀଙ୍କର ଭୂମିକା ପ୍ଲେ କରୁଛନ୍ତି । ଲକ୍ଷ୍ମୀଙ୍କ ଉପରେ ଏସିଡ ଆଟାକ ହୋଇଥିଲା । ଫିଲ୍ମରେ ଦର୍ଶା ଯାଇଛି କି ଲକ୍ଷ୍ମୀ ଏସିଡ ଆଟାକ ପରେ କେତେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏସିଡ ଆଟାକ ପରେ ଲକ୍ଷ୍ମୀ ବହୁତ ସଂଘର୍ଷ କରିଥିଲେ । ଏସିଡ ଆଟାକ ପରେ ତାଙ୍କୁ କୌଣସି କାମ ମିଳି ନଥିଲା ।

ପରିବାରର ଅବସ୍ଥା ଖରାପ ହୋଇଯାଇଥିଲା

ଏସିଡ ଆଟାକ ପରେ ଲକ୍ଷ୍ମୀଙ୍କୁ କୌଣସି ସ୍ଥାନରେ କାମ ମିଳିଲା ନାହିଁ । ଯାହାଫଳରେ ତାଙ୍କ ପରିବାରର ଅବସ୍ଥା ବହୁତ ଶୋଚନୀୟ ହୋଇଯାଇଥିଲା । ଲକ୍ଷ୍ମୀ କହିଥିଲେ କି ତାଙ୍କର ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଥିଲା ଓ ୧ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳିଲା ନାହିଁ ।

ସେହି ସମୟରେ ବଲିଉଡ୍ ର ଜଣେ ଅଭିନେତାଙ୍କୁ ଲକ୍ଷ୍ମୀଙ୍କର ଏହି ଶୋଚନୀୟ ଅବସ୍ଥାର ଖବର ମିଳିଥିଲା । କିଛି ନ ଭାବି ନ ଶୁଣି ସେ ଲକ୍ଷ୍ମୀଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପଠାଇ ଥିଲେ ।

ଅକ୍ଷୟ ସାଜିଥିଲେ ଭଗବାନ

ଅକ୍ଷୟ କୁମାର ଲକ୍ଷ୍ମୀଙ୍କ ଜୀବନରେ ଭଗବାନ ହୋଇ ଆସିଥିଲେ । ଲକ୍ଷ୍ମୀଙ୍କର ଏପରି ଖରାପ ପରିସ୍ଥିତିକୁ ଦେଖି ଅକ୍ଷୟ ତାଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ଅକ୍ଷୟ ଏହିପରି ଲୋକଙ୍କୁ ବହୁତ ସାହାର୍ଯ୍ୟ କରିଛନ୍ତି । ସାଧାରଣତଃ ଅକ୍ଷୟ ତାଙ୍କର ଚାରିଟି ପାଇଁ ପରିଚିତ ଅଟନ୍ତି ।

ଗତ ବର୍ଷ ଆମ ଓଡିଶାରେ ହୋଇଥିବା ଫନି ବାତ୍ୟାରେ ଅକ୍ଷୟ ଆର୍ଥିକ ସାହାର୍ଯ୍ୟ କରିଥିଲେ । ତେଣୁ ଲକ୍ଷ୍ମୀଙ୍କର ଏହି ଶୋଚନୀୟ ଅବସ୍ଥା ପାଇଁ ଅକ୍ଷୟ ଭଗବାନ ହୋଇ ତାଙ୍କ ଜୀବନକୁ ଆସିଥିଲେ ଓ ତାଙ୍କୁ ଆର୍ଥିକ ସହାୟତା କରିଥିଲେ ।