ମେଥି ଦାନାର ଉପଯୋଗ ବିଷୟରେ ଜାଣିଲେ ଆପଣ ବିଶ୍ଵାସ କରି ପାରିବେନି

ସାଧାରଣତଃ ମେଥିକୁ ଆମ୍ଭେମାନେ ଖାଦ୍ୟ ତିଆରି ସମୟରେ ବ୍ୟବହାର କରିଥାଉ । ହେଲେ ଆୟୁର୍ବେଦରେ କୁହାଯାଇଛି କି ଏହି ମେଥି ଦାନା ୫୦ରୁ ଅଧିକ ଗମ୍ଭୀର ରୋଗକୁ ଦୁର କରିଥାଏ । ମେଥିର ବ୍ୟବହାରରେ ଆପଣମାନେ ନିଜ ଶରୀରକୁ ସୁସ୍ଥ ରଖିବା ସହ ଶରୀରରେ ଥିବା ଗମ୍ଭୀର ରୋଗକୁ ଦୁର କରିପାରିବେ । ଆଜି ଆମେ ଆପଣଙ୍କୁ ଏହି ସବୁ ରୋଗ ଓ ଏହାର ଉପାୟ ବିଷୟରେ କହିବୁ ଯାହାକୁ ଆପଣ ବ୍ୟବହାର କରି ଏହି ଗମ୍ଭୀର ରୋଗ ଠାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ମେଥିର ଉପଯୋଗ ବିଷୟରେ ।

ଡାଇବେଟିସ, ଆଣ୍ଠୁ ଗଣ୍ଠି ବିନ୍ଧା, କାନରେ କଷ୍ଟ ହେବା, କୁକୁର କାମୁଡିବା, ନିଦ ନହେବା ଓ ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହେବା, ଏହି ସବୁ ଗମ୍ଭୀର ରୋଗକୁ ମେଥି ଦ୍ଵାରା ଦୂର କରାଯାଇପାରିବ ।

ଏହା ଛଡା ସାଧାରଣତଃ ଗର୍ଭବତୀ ମହିଳାଙ୍କର ୟୁଟେରସ ସହ ଜଡିତ କିଛି ସମସ୍ୟା ହୋଇଥାଏ । ଏଥିପାଇଁ ଭବିଷ୍ୟତରେ ମହିଳାମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ହେଲେ ମେଥି ଦାନାର ପ୍ରୟୋଗରେ ଏହି ସବୁ ସମସ୍ୟାକୁ ଦୂର କରାଯାଇପାରିବ ।

ଆଜିକାଲିର ଦୁନିଆରେ ବହୁତ କମ ବୟସରେ ଉଭୟ ଝିଅ ଓ ପୁଅ ମାନଙ୍କର ଚୁଟି ଝଡୁଛି ଓ ରୂପି ହେଉଛି । ହେଲେ ମେଥିର ବ୍ୟବହାରରେ ଚୁଟି ଝଡିବା, ପାଚିବା ଓ ରୁପି ଆଦି ସମସ୍ୟାକୁ ଦୂର କରି ହେବ ।

ଏହାକୁ ବ୍ୟବହାର କରିବାର ଉପାୟ

ସାଧାରଣତଃ ଚୁଟିର ସମସ୍ତ ସମସ୍ୟାକୁ ଦୁର କରିବା ପାଇଁ ଆପଣମାନେ ମେଥି ଦାନାକୁ ରାତିରେ ଭିଜାଇ ଦିଅନ୍ତୁ । ସକାଳେ ସେହି ମେଥି ପାଣିକୁ ପିଇ ନିଅନ୍ତୁ ଓ ସେହି ମେଥିର ସେବନ କରି ନିଅନ୍ତୁ ।

ଏହା ଛଡା ମେଥି ଦାନାକୁ ଭଲ ଭାବରେ ପେଶି ଦିଅନ୍ତୁ ଓ ଏଥିରେ ଦୁଇ ଚାମଚ ଆଲୋବେରା ରସ , ଦୁଇ ଚାମଚ ଆମଲାର ପାଉଡର, ଏକ ଚାମଚ ମୁଲତାନି ପାଉଡର ଏବଂ ଏଥିରେ ଏକ ଚାମଚ ଦହି ପକେଇ ଭଲ ଭାବରେ ଏହାକୁ ମିକ୍ସ କରି ଦିଅନ୍ତୁ । ଏହି ପେଷ୍ଟକୁ ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ ନିଜ ଚୁଟିରେ ଭଲ ଭାବରେ ଲଗାଇ ଦିଅନ୍ତୁ । କିଛି ସମୟ ପରେ ଯେକୌଣସି ଆୟୁର୍ବେଦିକ ସାମ୍ପୋ ଦ୍ଵାରା ଚୁଟିକୁ ସଫା କରି ଦିଅନ୍ତୁ । ଏହାକୁ ଆପଣ ସପ୍ତାହରେ ଦୁଇ ଥର ଉପଯୋଗ କରିପାରିବେ ।

ଶରୀର ସହ ଜଡିତ ସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣମାନେ ମେଥି ଦାନାକୁ ରାତିରେ ଭିଜେଇ ଦିଅନ୍ତୁ । ସକାଳେ ସେହି ମେଥି ପାଣିକୁ ପିଇ ଦିଅନ୍ତୁ ଓ ସେହି ମେଥିର ସେବନ କରନ୍ତୁ । ଏହାକୁ ନିୟମିତ ଭାବରେ ବ୍ୟବହାର କରିଲେ ଆପଣ ନିଜ ଶରୀରକୁ ସୁସ୍ଥ ରଖିବା ସହ ଶରୀରରେ ଥିବା ରୋଗକୁ ଦୂର କରିପାରିବେ ।