10 ବର୍ଷ ବଡ ବ୍ୟକ୍ତି ସହ କରିଥିଲେ ବିବାହ, ପ୍ରତିଦିନ ୨ ଟଙ୍କାର ରୋଜଗାର ଓ ବିକିଥିଲେ ଗୋବର ଘଷି, ଆଜି ୭୦୦ କୋଟି ଟଙ୍କାର ମାଲିକ

ଯେଉଁ ଲୋକମାନଙ୍କୁ ନିଜ ଉପରେ ଭରସା ଥାଏ ସେମାନେ ଦିନେ ବହୁତ ବଡ କାମ କରି ଦେଖାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ଦୁନିଆର ସବୁ କଷ୍ଟକୁ ସହ୍ୟ କରି ଆଜି କୋଟି କୋଟି ଟଙ୍କାର ସାମ୍ରାଜ୍ୟ ଠିଆ କରେଇଛନ୍ତି । ଆଜି ଆମେ କହିବୁ କଳ୍ପନା ସରୋଜଙ୍କ ବିଷୟରେ, ଯିଏ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ । ହେଲେ ଆଜି ସେ କୋଟିପତିମାନଙ୍କ ମଧ୍ୟରୁ ଜଣେ । କଳ୍ପନା ଆଜି ୭୦୦ କୋଟି ଟଙ୍କାର ମାଲିକ ଅଛନ୍ତି ।

କଳ୍ପନା ସରୋଜ କମାନୀ ଷ୍ଟିଲ୍ସ, କେଏସ କ୍ରିଏସନ, କଳ୍ପନା ବିଲଡର ଆଣ୍ଡ ଡ଼େଭଲପର୍ସ ଓ କଳ୍ପନା ଆସୋସିଏଟ ପରି କେତେକ କମ୍ପାନୀର ମାଲିକ ଅଟନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ସଫଳତା ବିଷୟରେ ।


କଳ୍ପନା ଏହି ସଫଳତାକୁ ବହୁତ କଷ୍ଟରେ ପାଇଛନ୍ତି । ସେ ବହୁତ କଠିନ ପରିଶ୍ରମ ଦ୍ଵାରା ଏହି ସଫଳତାକୁ ହାସଲ କରିଛନ୍ତି । କଳ୍ପନା ତାଙ୍କର ସଂଘର୍ଷ ବିଷୟରେ କହିଲେ କି, “ତାଙ୍କର ବିବାହ ପିଲାବେଳେ ହିଁ ହୋଇଯାଇଥିଲା । ୧୯୫୮ ମସିହାରେ କଳ୍ପନା ଏକ ନିମ୍ନ ମଧ୍ୟମବର୍ଗୀୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ହୋଇଥିଲା, ଯେଉଁଠି ତାଙ୍କ ପିତା ଜଣେ ପୋଲିସ କନିଷ୍ଟବଳ ଥିଲେ ।

ସେ ତାଙ୍କର ମାତା ପିତା ଓ ଚାରି ଭାଇ ଭଉଣୀଙ୍କ ସହ ରହୁଥିଲେ । ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କର ବିବାହ ହୋଇଯାଇଥିଲା । ଏହା ପରେ ସେ ଥାଣେ ର ଉଲ୍ଲାସନଗର ଝୁଗ୍ଗିରେ ରହୁଥିଲେ । ଯେଉଁଠି ତାଙ୍କର ସ୍ଵାମୀଙ୍କର ପରିବାର ୧୦X୫ ଫୁଟ ର ଘରେ ରହୁଥିଲେ । ସେହି ଘରେ ୧୨-୧୫ ଜଣ ଲୋକ ଗୋଟିଏ ଛାତ ତଳେ ରହୁଥିଲେ” ।


ତାଙ୍କର ଶଶୁର ଘରେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ୧୯୭୫ ମସିହାରେ କଳ୍ପନାଙ୍କୁ ମହାତ୍ମା ଜ୍ୟୋତିବା ଫୁଲେ ଯୋଜନା ତରଫରୁ ୫୦୦୦୦ ଟଙ୍କା ଋଣ ମିଳିଥିଲା । ଏହି ଟଙ୍କାରେ ସେ କପଡାର ବ୍ୟୁଟିକ ଆରମ୍ଭ କରିଥିଲେ । ତାଙ୍କର ବ୍ୟବସାୟ ବହୁତ ଭଲ ଚାଲିଥିଲା । ୧୯୭୮ ମସିହାରେ ସେ ବେକାରି ଲୋକଙ୍କର ସହାୟତା ପାଇଁ ସୁରକ୍ଷିତ ଫିରୋଜଗାର ଯୁବକ ସଂଗଠନ ଆରମ୍ଭ କରିଥିଲେ । ତାଙ୍କ ସହିତ ୩୦୦୦ ଲୋକ ସାମିଲ ଥିଲେ ।


ଧୀରେ ଧୀରେ କିଛି ବିଜନେସ ଓ ସହାୟତା ମାଧ୍ୟମରେ କଳ୍ପନା ନିଜର ବିଜନେସ ବଢେଇ ଥିଲେ ଓ ଶେଷରେ ସେ ଗୋଟେ ପରେ ଗୋଟେ ଅନ୍ୟ ବିଜନେସ ସବୁ ଆରମ୍ଭ କରିଥିଲେ । ଆଜି କଳ୍ପନା ହେଉଛନ୍ତି ୭୦୦ କୋଟି ଟଙ୍କାର ମାଲିକ । ସେ ତାଙ୍କର କଠିନ ପରିଶ୍ରମ ଓ ସଂଗ୍ରାମରେ ଏହି ସଫଳତାକୁ ହାସଲ କରିଛନ୍ତି । ଏହା ସହ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।