ସ୍ଵାମୀର ହତ୍ୟା କରିବା ପାଇଁ ସ୍ତ୍ରୀ ଦେଇଥିଲା ପ୍ରେମିକକୁ ଲକ୍ଷେ ଟଙ୍କାର ସୁପାରି, ଏମିତି ହେଲା ଖୁଲାସା

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏକ ହତ୍ୟା ଜନିତ କେସର ସମାଧାନ କରିଥିଲେ । ହତ୍ୟାକାରୀର ପର୍ଦାଫାସରେ ଜଣାଗଲା କି ସ୍ତ୍ରୀ ଅଟନ୍ତି ସ୍ଵାମୀଙ୍କର “ସୁପାରି କିଲର” । ଏହି କେସରେ ଜଡିତ ଦୁଇଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଥିଲେ । ଏହି କେସରେ ସ୍ତ୍ରୀଙ୍କ ସହ ତାଙ୍କ ପ୍ରେମୀ ମଧ୍ୟ ଜଡିତ ଥିଲେ ।

କ୍ରାଇମ ବ୍ରାଞ୍ଚର ଡି ସିପି ରାଜେଶ ଦେବ ଶନିବାର ଦିନ କହିଥିଲେ କି ହତ୍ୟାକାରୀ ସ୍ତ୍ରୀଙ୍କ ନାମ ବିଲକିସ ଅଟେ । ବିଲକିସଙ୍କ ସ୍ଵାମୀଙ୍କ ନାମ ଦିଲଶାଦ ଥିଲା । ହତ୍ୟାରେ ଜଡିତ ଥିବା ବିଲକିସଙ୍କ ପ୍ରେମୀ ସାବିରଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲେ । ସାବିରଙ୍କ ଉପରେ ଆରୋପ ଥିଲା କି ସେ ଏକ ଲକ୍ଷ ଟଙ୍କା ନେଇ ଦିଲଶାଦଙ୍କ ହତ୍ୟା କରିଥିଲେ ।

ପୋଲିସଙ୍କ ସୂଚନା ଅନୁସାରେ, ମୋହମ୍ମଦ ଦିଲଶାଦଙ୍କ ପତ୍ନୀଙ୍କ ସହ ସାବିର ବହୁତ ବର୍ଷରୁ ଅବୈଧ ସମ୍ପର୍କ ରଖିଥିଲା । ଏହି କାରଣ ପାଇଁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ହେଉଥିଲା । ବିଲକିସ ତାଙ୍କ ପ୍ରେମୀଙ୍କ ସହ ମିଶି ସ୍ଵାମୀଙ୍କର ହତ୍ୟାର ପ୍ଲାନ କରିଥିଲେ ।

ହତ୍ୟାରେ ସାମିଲ ଥିବା ରୋହିତ ଏବେ ଫେରାର

୯ ଜାନୁୟାରୀ ଦିନ କ୍ରାଇମ ବ୍ରାଞ୍ଚ ପୋଲିସ ଦିଲ୍ଲୀର ପଞ୍ଚକୁଈୟାଁରେ ରହୁଥିବା ସାବିର ଅଲିଙ୍କୁ ଗିରଫ କରିଥିଲେ । ତାଙ୍କୁ ସୁପାରି ଦେଇଥିବା ଦିଲଶାଦଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରିଥିଲେ । ଏହି ଘଟଣାରେ ଜଡିତ ଆଉ ଜଣେ ଆରୋପି ଫେରାର ଥିଲେ । ଯାହାଙ୍କ ନାମ ରୋହିତ ଅଟେ । ସବୁଠୁ ବଡ କଥା ହେଲା ବିଲକିସ ନିଜେ ୨୯ ଡିସେମ୍ବର, ୨୦୧୯ରେ ସ୍ଵାମୀର ନିଖୋଜ ହେବାର ଅଭିଯୋଗ ନନ୍ଦ ନଗରୀ ଥାନାରେ ଦେଇଥିଲେ । ଏହି କାରଣ ପାଇଁ ପୋଲିସ ପ୍ରକୃତ ଦୋଷୀକୁ ଧରିବା ପାଇଁ ଅଧିକ ସମୟ ନେଇଥିଲେ ।

ଏହି ପରି ଭାବରେ ହୋଇଥିଲା ହତ୍ୟାର ପ୍ଲାନ

ପୋଲିସଙ୍କ ଅନୁସାରେ ହତ୍ୟା କରିବା ପାଇଁ ହତ୍ୟାକାରୀ ମାନେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୪ ଅଞ୍ଚଳ ଚୟନ କରିଥିଲେ । ବିଲକିସ ତାଙ୍କ ସ୍ଵାମୀଙ୍କୁ ବାହାଘରରେ ପାନ ଦୋକାନ କରିବା ସମ୍ପର୍କରେ କଥା ହେବାକୁ ଡ଼ାକିଥିଲେ । ସ୍ତ୍ରୀଙ୍କ ଉପରେ ବିସ୍ଵାସ କରି ଯେତେବେଳେ ଦିଲଶାଦ ଦ୍ୱାରକା ସେକ୍ଟର-୧୪ରେ ପହଁଞ୍ଚିଲେ, ସେତେବେଳେ ରୋହିତ ତାଙ୍କ ହତ୍ୟା କରିଥିଲେ । ରୋହିତଙ୍କୁ ପୋଲିସ ବର୍ତ୍ତମାନ ଯାଏ ଖୋଜୁଛି । ରୋହିତ ଅଟନ୍ତି ସୁପାରି କିଲର । ସେ ସାବିରଙ୍କ ସୁପାରିରେ ଦିଲଶାଦଙ୍କୁ ହତ୍ୟା କରିଥିଲେ ।