ସତ୍ୟ ଘଟଣା : ଯେତେବେଳେ ଜଣେ ଭକ୍ତ ଚଢେଇଲା ଶିବ ଲିଂଗରେ ମାଂସ, ହେଲା ଏହି ଭଳି ଚମତ୍କାର ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଗୋଟିଏ ଗ୍ରାମର ଶିବ ମନ୍ଦିରରେ ଶିବ ଲିଙ୍ଗ ଉପରେ  ଯେତେବେଳେ ଜଣେ ଶିକାରୀ ମାଂସ ଭୋଗ ଲଗାଇଲା , ଏହା ପରେ ଏକ ଅଦ୍ଭୁତ ଘଟଣା ଘଟିଲା ଗୋଟିଏ ଲୋକ କଥା ଅନୁସାରେ ଧୀମନ ନାମକ ଏକ ଶିକାରୀ ଦିନେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲା । ସେଠାରେ ସେ ଏକ ମନ୍ଦିରରେ ଶିବଲିଙ୍ଗ ଥିବାର ଦେଖିଲା । ସେହି ସମୟରେ ଶିକାରୀ ମନରେ ଶିବଙ୍କ ପ୍ରତି ଭକ୍ତି ଭାବ ଜାଗ୍ରତ ହେଲା ଓ ସେ ଭାବିଲା କି ଭଗବାନ ଶିବଙ୍କୁ କିଛି ଅର୍ପଣ କରିବା ପାଇଁ ।

କିନ୍ତୁ ସେ କିଛି ଚିନ୍ତା କରିପାରିଲା ନାହିଁ ଯେ କିପରି ଓ କେଉଁ ବିଧି ସହ ଭଗବାନଙ୍କୁ କଣ ଭୋଗ ଅର୍ପଣ କରିବ । ସେ ତାର ନିରୀହ ମନରେ ଭଗବାନ ଶିବଙ୍କ ଲିଙ୍ଗରେ ଭୋଗ ଭାବରେ ମାଂସ ଅର୍ପଣ କରିଦେଲା । ସେଠାରୁ ଖୁସି ହୋଇ ଚାଲିଗଲା ଓ ମନେ ମନେ ଭାବିଲା ଭଗବାନ ଶିବ ତାର ଅର୍ପଣ କରିଥିବା ମାଂସର ଭୋଗକୁ ସ୍ୱୀକାର କରିନେଲେ ।

ଏହି ସମୟରେ ସେହି ମନ୍ଦିରର ପୁଜାରୀ ଯିଏକି ସେହି ମନ୍ଦିରର କିଛି ଦୂରରେ ରହୁଥିଲା ଓ ସେ ମନ୍ଦିରର ଦେଖା ରେଖା କରୁଥିଲା । ସେ ମନ୍ଦିର ଠାରୁ ଦୂରରେ ରହୁଥିବାରୁ ୧୦ , ୧୫ ଦିନରେ ଥରେ ମନ୍ଦିରକୁ ଆସି ପୂଜା କରେ । ଏହି ସମୟରେ ସେ ମନ୍ଦିରରେ ଦେଖିବାକୁ ପାଇଲା କି ଶିବ ଲିଙ୍ଗ ପାଖରେ କିଛି ମାଂସ ପଡିଛି ।

ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲା ଓ ଭାବିଲା କି ଏହା କୌଣସି ପଶୁର କାର୍ଯ୍ୟ ହୋଇଥିବ । ଏହା ପରେ ସେ ମନ୍ଦିରକୁ ସଫା ସୁତୁରା କରି ପୂଜା ସାରି ସେଠାରୁ ଘରକୁ ଚାଲିଗଲା । ତାପର ଦିନ ସେହି ଶିକାରୀ ଧୀମନ ପୁଣି ଆସି ଶିବଲିଙ୍ଗ ଉପରେ ମାଂସ ଭୋଗ ପ୍ରଦାନ କରି ଭକ୍ତି ସହକାରେ ନିଜ ମନ କଥା ଗୁଣୁ ଗୁଣୁ ହୋଇ କଣ ଗୁଡାଏ କହିଗଲା ଓ ପୂଜା କରିବାକୁ ଲାଗିଲା  । ଦିନେ ସେ ମନ୍ଦିର ସଫା କରିବା ପାଇଁ ମନ କଲା ।

କିନ୍ତୁ ପାଣି ଆଣିବା ପାଇଁ ତା ପାଖରେ କୌଣସି ପାତ୍ର ନଥିବାରୁ ନିଜ ପାଟିରେ ପାଣି ଆଣି ଶିବ ଲିଙ୍ଗ ଉପରେ ପକାଇ ଧୋଇବାକୁ ଲାଗିଲା । ତାପର ଦିନ ପୂଜାରୀ  ମନ୍ଦିର କୁ ଆସି ଦେଖିଲାକି ଶିବ ଲିଙ୍ଗରେ ମାଂସ ଓ ଛେପ ଲାଗିଥିବାର ଦେଖି ବହୁତ କ୍ରୋଧିତ ହେଲା । ସେ ଜାଣି ପାରିଲାକି ଏହି କାମ କୌଣସି ପଶୁର କାମ ନୁହେଁ ଏହା ମଣିଷର କାମ । ଏହା ପରେ ମନ୍ଦିରକୁ ସଫା କରି ପୁଣି କରି ଚାଲିଗଲା ।

ସବୁଦିନ ଏହି ପରି ମନ୍ଦିରରେ ମାଂସର ଭୋଗ ଲାଗିଥିବାର ଦେଖି ବହୁତ ମନ ଦୁଖ କରି ଶିବଙ୍କୁ ପଚାରିଲା କି ହେ ଭଗବାନ ଆପଣ ଏତେ ଅପମାନ କିପରି ସହୁଛନ୍ତି । ଶିବଲିଙ୍ଗରୁ ଉତ୍ତର ଆସିଲା କି ତାହା ଗୋଟିଏ ଭକ୍ତର ଅର୍ପଣ ତାର ଭକ୍ତିରେ ଯାହା ଅର୍ପଣ କରେ ତାକୁ ସ୍ୱୀକାର କରିବାକୁ ପଡିଥାଏ ତୁମେ ଯଦି ତାର ଭକ୍ତିର ଶକ୍ତି ଦେଖିବାକୁ ଚାହୁଁଚ ତେବେ ଏହିଠାରେ ମୁଁ ଲୁଚିକି ଦେଖୁଛି । ଏହି ସମୟରେ ଶିକାରୀ ମନ୍ଦିରକୁ ଆସି ଦେଖିଲାକି ଶିବ ଲିଙ୍ଗ ଡାହାଣ ଆଖିରୁ ରକ୍ତ ବାହାରୁଥିଲା ।

ଏହା ଦେଖି ଶିବ ଲିଙ୍ଗରେ ଜଡ଼ିବୁଟି ଲଗାଇଲା କିନ୍ତୁ ଅଧିକ ରକ୍ତ ବାହାରିବାରୁ ସେ ନିଜ ଆଖି ଦାନ କରିବାକୁ ଇଛା କରି ନିଜ ଆଖି ଖୋଳି ଶିବ ଲିଙ୍ଗରେ ଲଗାଇ ଦେଲା । ଏହା ପରେ ସେ ଦେଖିଲା ବାମ ଆଖିରୁ ରକ୍ତ ବାହାରୁଛି । ସେ ତାର ବାମ ଆଖିକୁ ଦାନ କରିବା ପାଇଁ ଇଚ୍ଛା କଲା ଏହି ସମୟରେ ଚିନ୍ତା କଲା କି ବାମ ଆଖି ବାହାର କରିଦେଲେ କେଉଁ ଜାଗାରେ ଆଖି ଲଗାଇବ ଦେଖିବ କିପରି ।

ଏଥି ପାଇଁ ସେ ଶିବ ଲିଙ୍ଗରେ ଗୋଡ ରଖି ନିଜର ବାମ ଆଖି ତାଡି ଶିବ ଲିଙ୍ଗରେ ଲଗାଇଦେଲା । ଏହି ପରି ଭକ୍ତି ଦେଖି ଭଗବାନ ଶିବ ସଂଗେ ତା ସମ୍ମୁଖରେ ପ୍ରକଟ ହୋଇଗଲେ ଓ ତାର ଆଖି ଫେରାଇଦେଲେ । ଶିକାରୀଟି ଭଗବାନ ଶିବଙ୍କୁ ଦେଖି ପ୍ରଣାମ କଲା । ସେହି ଦିନଠାରୁ ସେ କଣ୍ଣପା ନୟନାର ଭାବରେ ପରିଚିତ ପାଇଲା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।