ଆଜିର ରାଶିଫଳ, 9 ମାର୍ଚ୍ଚ 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କର କାମ ହେଉ ହେଉ ରହିଯିବ । ବ୍ୟବସାୟରେ ଉତ୍ଥାନ ଓ ପତନ ଲାଗି ରହିବ । ଆପଣ ଯେଉଁ କାର୍ଯ୍ୟ କରିବା ଚହୁଁଛନ୍ତି ସେହି କାର୍ଯ୍ୟ କରବା ପୂର୍ବରୁ ଘରର କେହି ବଡ ଲୋକଙ୍କର ଅନୁମତି ନେଇ କରିବାକୁ ଚେଷ୍ଟା କରନ୍ତୁ । ନିଜର ଯଦି ସନ୍ତାନ ହେବାର ଅଛି ତେବେ ଆଜି ସେଥିରେ ଆପଣଙ୍କୁ ଖୁସି ଖବର ମିଳିପାରେ । ନିଜର କୌଣସି ପୁରୁଣା ସାଙ୍ଗ ଦେଖା ହୋଇପାରେ ଯାହା ଦ୍ଵାରା ଆଜି ବହୁତ ଖୁସି ଅନୁଭବ କରି ପାରିବେ । ଯଦି ଆପଣ ପାଠ ପଢା ପିଲା ଅଟନ୍ତି ତେବେ ଆଜି ସେଥିରେ ଭଲ ରହିବ । ଆଜି ଆପଣ କୌଣସି ଏକ ଧାର୍ମିକ ସ୍ଥଳୀକୁ ଯାଇ ସେଠାରେ ବହୁତ ଦାନ ଧର୍ମ କରିବା ହେତୁ ନିଜକୁ ବହୁତ ଶାନ୍ତି ଅନୁଭବ କରିବେ ।

ବୃଷ

ଆଜି କୌଣସି କାମରେ ବହୁତ ଅସୁବିଧା ଦେଖା ଦେଇପାରେ । ସେଥିପାଇଁ ଆପଣ ବହୁତ ମନ କଷ୍ଟ କରିବେ ଓ ଭାରି ବ୍ୟସ୍ତ ମଧ୍ୟ ହେବେ । ଯଦି ଆପଣ କୌଣସି ବିଦ୍ୟାଳୟର ଶିକ୍ଷକ ଅଟନ୍ତି ତେବେ ଆପଣଙ୍କୁ ଆଜି କୌଣସି ଏକ କାଗଜ ପତ୍ର କାମରେ ବାହାରକୁ ଯିବାକୁ ପଡିପାରେ । ଆଜି ଆପଣଙ୍କୁ କାହାର ସାହାର୍ଯ୍ୟ ମାଗିବାକୁ ପଡିବ । ଆଜି ଆପଣଙ୍କୁ ଉପାହାର ବା କେଉଠାରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । କୌଣସି ଏକ କାମ ହୋଇଯିବା ଫଳରେ ବହୁତ ଶାନ୍ତି ଅନୁଭବ କରିବେ । ପାଖ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ବ୍ୟବସାୟରେ ବହୁତ ଭଲ ଲାଭ ହେବ ଓ ଭଲ ଧନ ଲାଭ ମଧ୍ୟ ହେବ, କିନ୍ତୁ ଆଜି ଅନାବଶ୍ୟକ ଖର୍ଚ କରନ୍ତୁ ନାହିଁ ।

ମିଥୁନ

ଆପଣଙ୍କୁ ଆଜି କିଛି ଏପରି କାମରେ ବଡ ନିସ୍ପତି ନେବାକୁ ପଡିବ ଯାହାକି ସେଥିରେ ଆପଣ ବହୁତ ଊର୍ଣ୍ଣତି ମଧ୍ୟ କରିବେ । କିନ୍ତୁ ସେହି ଜିନିଷ ଠିକ ଅଛି କି ନାହିଁ ବା ସାବଧାନ ହୋଇ କରିବା ପାଇଁ ଚେଷ୍ଟା କରିବେ । ଆଜି କିଛି ନୂଆ କାମ ଅରମ୍ଭ କରି ପାରନ୍ତି । ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଚହୁଁଛନ୍ତି ତେବେ ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଛି । ବ୍ୟବସାୟରେ ଏବେ ଆପଣଙ୍କର ଊର୍ଣ୍ଣତି ହେବ । କାର୍ଯ୍ୟ ଭାର ଆଜି ଅଧିକା ରହିବା ହେତୁ ବହୁତ ମାନସିକ ଚାପରେ ରହିପାରନ୍ତି । ଆଜି ପରିବାରରେ କିଛି ପାଟିତୁଣ୍ଡ ହେବାର ଦେଖା ଦେବ । ସେଥିପାଇଁ ଆଜି ଘରେ କାହାକୁ କିଛି କୁହନ୍ତୁ ନାହିଁ ।

କର୍କଟ

ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟ ବହୁତ ଶୀଘ୍ର ପୂର୍ଣ୍ଣ ହୋଇଯିବ । କିନ୍ତୁ କିଛି ସମୟ ନିଜ ପାଇଁ ବାହାର କରି କେଉଁ ଆଡେ ବୁଲିବାକୁ ଯାଇ ପାରନ୍ତି । ଚାକିରି କରିଥିବା ଲୋକ ଓ ବ୍ୟବସାୟ କରଥିବା ଲୋକେ ଆଜି କାର୍ଯ୍ୟରେ ହେଉଥିବା କଷ୍ଟ ବା ବାଧା ପୁରା ଦୂରେଇ ଯିବ । ଆଜି କୌଣସି ମନୋରଞ୍ଜନ କାର୍ଯ୍ୟର ବୁଲିବାକୁ ବାହାରକୁ ଯାଇ ପାରନ୍ତି । ଆଜି ପାଠ ପଢିବାରେ ମନ ଲାଗିବ । ଯଦି ଆପଣଙ୍କୁ କିଛି ନୂଆ ପ୍ରୋଜେକ୍ଟ ମିଳୁଛି କରିବା ପାଇଁ କରନ୍ତୁ ହେଲେ ସେଥିରେ ଆପଣ ଆଜି କିଛି ନିସ୍ପତି ନିଅନ୍ତୁ ନାହିଁ । ପରବର୍ତୀ ସମୟରେ ବହୁତ ନଷ୍ଟ ହୋଇଯିବାର ସମ୍ଭାବନା ଅଛି । ହଠାତ ଧନ ପ୍ରାପ୍ତି ହେବାର ସୁଯୋଗ ମଧ୍ୟ ଅଛି ।

ସିଂହ

ଆଜି ଆପଣ ଯେଉଁ କାମ କରିବା ପାଇଁ ଭାବିଛନ୍ତି ସେହି କାର୍ଯ୍ୟ କରନ୍ତୁ ସେଥିରେ ଆଜି ସଫଳତା ହାସଲ କରିବେ କିନ୍ତୁ ଟିକେ ଧାର୍ଯ୍ୟ ରଖୀ କାର୍ଯ୍ୟ କରିବାକୁ ପଡିବ ତେବେ ଯାଇ ସେଥିରେ ଆପଣ ବହୁତ ଊର୍ଣ୍ଣତି କରିପାରିବେ । କୌଣସି ଏକ ବଡ କାମ ନିଜ ପିଲାଙ୍କ ପାଖରୁ ସାହାର୍ଯ୍ୟ ପାଇ ବହୁତ ଶୀଘ୍ର କାର୍ଯ୍ୟ ହେବାର ସମ୍ଭାବନା ଦେଖା ଦେବ । ରାଗ ଉପରେ ନିୟତ୍ରଣ କରିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ହେବ ଓ ଅଧିକା ବଢିବାରେ ମଧ୍ୟ ଆଜି କେହି ଜଣେ ସାହାର୍ଯ୍ୟ କରିବ । ସ୍ୱାସ୍ଥ୍ୟ ଅବସ୍ଥା ଟିକେ ବିଗାଡି ଯାଇପାରେ ସେଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ନିଜର କୌଣସି କାର୍ଯ୍ୟର ବାଧା ଦେଖାଦେବ ।

ତୁଳା

କୌଣସି ଜିନିଷରେ ଯଦି ନିବେଶ କରିଛନ୍ତି ତେବେ ବହୁତ ଦିନ ଧରି ସେଥିରେ ଲାଭ ବାନ ହୋଇ ପାରିବେ । ବ୍ୟବସାୟର ଗତି ବିଧିରେ କିଛି ବାଧା ଦେଖା ଦେବ । ଯାହା ଫଳରେ ବହୁତ ଅସୁଭିଧା ଦେଖା ଦେଇପାରେ । ଆଜି କୌଣସି କଥାକୁ ନେଇ ମାନସିକ ଚାପରେ ରହି ପାରନ୍ତି । ନିଜେ କରିଥିବା ଚେଷ୍ଟା ଓ ପରିଶ୍ରମ ଫଳରେ ଯେକୌଣସି କାମ କରିବେ ସେଥିରେ ସଫଳତା ହାସଲ କରିବେ । ଆଜି ସମାଜରେ ମାନ ସଂମ୍ମାନ ମିଳିବ । କାହା ସହିତ ଆଜି ପାଟିତୁଣ୍ଡ କରନ୍ତୁ ନାହିଁ । ପରିବାରରେ କାହା ସାଙ୍ଗରେ କିଛି ମତ ଭେଦ ଦେଖା ଦେବ । ସେଥିପାଇଁ ଆଜି ଘରେ କାହାକୁ କିଛି ନକହି ସେଠାରୁ ଚାଲି ଆସନ୍ତୁ ।

କନ୍ୟା

ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆଜି ଆପଣଙ୍କର ଯେତେବି ଅସୁବିଧା ହେଲେ ମଧ୍ୟ ସେଥିରେ ଆପଣଙ୍କର କିଛି କ୍ଷତି ହେବ ନାହିଁ । ଏବଂ ଆଜି ଆପଣଙ୍କୁ କେହି କାର୍ଯ୍ୟରେ କିଛି କ୍ଷତି ମଧ୍ୟ କରିପାରିବେ ନାହିଁ । କୌଣସି ଏକ ଭଲ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବ ଓ ଚାକିରି କରିଥିବା ବ୍ୟକ୍ତି ଉଚ ପଦବି ପାଇ ପାରନ୍ତି । ଆଜି ବହୁତ ଭଲ ରେ ଦିନ କଟିବ । କୋଟ କଚେରୀ ମାମଲାରେ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ଅସୁବିଧା ଦେଖା ଦେବ । କୌଣସି କଥାକୁ ବେଶୀ ସମୟ ପର୍ଯ୍ୟନ୍ତ ଭାବନ୍ତୁ ନାହିଁ । ଆଜି ଦିନ ବହୁତ ମଜା ଓ ଖୁସିରେ କଟିବ ।

ବିଚ୍ଛା

ଆଜି ଅଫିସରେ କାର୍ଯ୍ୟ କରିବା ପାଇଁ ବହୁତ ବାଧା  ବିଘ୍ନ ସୃଷ୍ଟି ହୋଇପାରେ । କିନ୍ତୁ ସେଥିରେ ଆପଣ ଡଋ ନଯାଇ କାର୍ଯ୍ୟରେ ଆଗକୁ ବଢି ଚାଳନ୍ତୁ ଦେଖିବେ ନିଶ୍ଚୟ ସଫଳତା ପାଇବେ । ଆଜି ସବୁ କାର୍ଯ୍ୟ ସାବଧାନ ହୋଇ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଯଦି ଆପଣ ନୂଆ ଚାକିରି କରିବା ପାଇଁ ଚାହୁଞ୍ଚନ୍ତି ତେବେ ସେଥିରେ ଶୁଭ ଫଳ ମିଳିବ । ଯଦି କିଛି ନୂଆ ଜିନିଷରେ ନିବେଶ କରିବାକୁ ଚହୁଁଛନ୍ତି ତେବେ ସେଥିରେ ଟିକେ ସାବଧାନ ହୋଇ କରନ୍ତୁ । ନଚେତ ସେହି ଜିନିଷ ଫେରି ନପାରେ । ଭାଗ୍ୟ ଆଜି ଆପଣଙ୍କର ସାଥ ଦେବ ।

ଧନୁ

ଆଜି କୌଣସି ଜିନିଷ ହେବା ଫଳରେ ବହୁତ ଶାନ୍ତି ଅନୁଭବ କରିବେ । ନିଜ ପରିବାରରେ ବହୁତ ଖୁସି ରହିବ । କୌଣସି ମହତ୍ୟା ପୂର୍ଣ୍ଣ କାମରେ ବାହାରକୁ ଯାଇପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବ ଓ କିଛି ଜିନିଷ ବଢାଇ ପାରିବେ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । କାର୍ଯ୍ୟ ଭାର ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳ କରାଇଦେବ । ମାତା ଓ ପିତାଙ୍କର ଆଶ୍ରିବାଦ ମଧ୍ୟ ଆଜି ଆପଣଙ୍କର ସାଥ ଦେବ ।

ମକର

ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ଆଜି କୌଣସି କାମରେ ସାଙ୍ଗ ମାନଙ୍କର ସାହାର୍ଯ୍ୟ ମିଳିପାରେ ଯାହାକି କାର୍ଯ୍ୟରେ ବହୁତ ସୁବିଧା ଆସିଯିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି ।

କୁମ୍ଭ

ଆଜି ସମୟ ପୁରା ଆପଣଙ୍କ ସାଥ ଦେବ ଓ ଆପଣ ଯେ କୌଣସି କାମ ହେଉ ପୂର୍ଣ୍ଣ ହୋଇଯିବ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ ରହିପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି । ନିଜ ସ୍ୱାସ୍ଥ୍ୟ ଉପରେ ଦ୍ଧାନ ଦିଅନ୍ତୁ କିଛି ଛୋଟ ସମସ୍ୟା ଦେଖା ଦେଇପାରେ ।

ମୀନ

ଲୋକଙ୍କର ଆଶ୍ରୀବାଦ ନେବା ସହିତ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ ଓ ଭାଗ୍ୟ ପୁରା ସାଥ ଦେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ । କୌଣସି ଏକ ଖରାପ କାମ କରିବା ଫଳରେ ନିଜ ସ୍ତ୍ରୀଙ୍କ ସାମନ୍ନାରେ ମୁଣ୍ଡ ତଳକୁ ହୋଇଯିବ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ପରିବାରରେ ସମସ୍ଥେ ଖୁସି ରହିବେ କିନ୍ତୁ ଧ୍ୟାନ ରଖିବେ କି ଆପଣଙ୍କର କଥା ଆଜି କାହାକୁ ଖରାପ ଲାଗିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।