ନର୍ସମାନଙ୍କର ପୋଲ ଖୋଲିବା ପାଇଁ ହସ୍ପିଟାଲରେ ଲଗାଗଲା ସିସିଟିଭି, ଯାହା ସାମ୍ନାକୁ ଆସିଲା ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ଲୋକମାନେ ଡାକ୍ତରଙ୍କୁ ଭଗବାନଙ୍କର ଦ୍ଵିତୀୟ ରୂପ ବୋଲି ମାନନ୍ତି ଓ ହସ୍ପିଟାଲରେ ସେବା କରୁଥିବା ନର୍ସମାନଙ୍କୁ ବି ସେତିକି ହିଁ ଆଶୀର୍ବାଦ ଦିଅନ୍ତି । କିନ୍ତୁ ଯଦି ଆପଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ଆପଣ ଚିନ୍ତା କରୁଛନ୍ତି କି ଆପଣ ଠିକ ହୋଇଯିବେ । କିନ୍ତୁ ଠିକ ହେବା ପରିବର୍ତ୍ତେ ଆପଣଙ୍କ ରୋଗୀ ସହିତ ଏମିତି କିଛି ବ୍ୟବହାର କରାଯାଏ ଯାହାର ଆପଣ ଅନ୍ଦାଜ ବି ଲଗାଇ ନ ଥିବେ । ଯଦି ସେବା କରୁଥିବା ନର୍ସ ଓ ଡାକ୍ତରମାନେ ଆପଣଙ୍କର ଜୀବନ ବଞ୍ଚାଇବା ପରିବର୍ତ୍ତେ ଆପଣଙ୍କ ରୋଗୀର ଜୀବନ ନେବା ପାଇଁ ଚେଷ୍ଟା କରୁଛନ୍ତି ତେବେ କଣ ହେବ ?

କହିବାକୁ ଗଲେ ଏମିତି ହିଁ ଲଜ୍ୟାକର ମାମଲା କ୍ୟାଲିଫୋର୍ନିୟାରୁ ସାମ୍ନାକୁ ଆସିଛି । କହିଦେଉଛୁ କି ଏଠିକାର ହସ୍ପିଟାଲରେ କିଛି ଏମିତି ଦେଖିବାକୁ ମିଳିଲା କି ଯାହା ବହୁତ ଲଜ୍ୟାକର ଅଟେ । ଆପଣଙ୍କୁ ଯେଉଁ ହସ୍ପିଟାଲ ବିଷୟରେ କହୁଛୁ ସେଠିକାର ଷ୍ଟାଫମାନଙ୍କର ଦାୟିତ୍ଵହୀନତାର କମ୍ପ୍ଲେନ ପୁରା ଦୁନିଆରେ ପ୍ରସିଦ୍ଧ ଅଛି । ଏହି ମାମଲା ଆମେରିକାର ସହର ଲିବୋନିୟାର ଅଟେ ।

ଯେଉଁଠି ଗୋଟିଏ ନର୍ସିଂଗ ହୋମର ଷ୍ଟାଫ ବୟସ୍କ ରୋଗୀଙ୍କ ସହ ଖରାପ ବ୍ୟବହାର କରିଛନ୍ତି । ଏହା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲାଗିଲା । ବର୍ତ୍ତମାନ ଏହି ମାମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସେହି ବୟସ୍କ ବ୍ୟକ୍ତିଙ୍କର ନାମ ହୁସୈନ ୟୁନିସ ଅଟେ ଓ ତାଙ୍କର ବୟସ ୮୯ ବର୍ଷ ଅଟେ । ସୂଚନା ଅନୁସାରେ ହୁସୈନଙ୍କୁ ମେ ୨୦୧୫ରେ ପେଟର ସର୍ଜରୀ ପରେ କିଛି ଦିନ ପାଇଁ ନର୍ସିଂଗ ହୋମରେ ରଖା ଯାଇଥିଲା । ସେହି ସମୟରେ ସେଠିକାର ନର୍ସମାନେ ହୁସୈନଙ୍କ ଉପରେ ବହୁତ ଅତ୍ୟାଚାର କରିଥିଲେ ଓ ତାଙ୍କର ଦେଖାଶୁଣା ବି କରି ନ ଥିଲେ । ପରିବାର ଲୋକମାନେ ଏହା ବିରୁଦ୍ଧରେ ନର୍ସିଂଗ ହୋମରେ ଯେତେବେଳେ କମ୍ପ୍ଲେନ କରିଲେ ତେବେ ନର୍ସିଂଗ ହୋମ ଏହାକୁ ଖାରଜ କରିଦେଲେ  ।

ଏହା ପରେ ପରିବାର ଲୋକମାନେ ନର୍ସମାନଙ୍କର ସତ୍ୟତା ଜାଣିବା ପାଇଁ ହସ୍ପିଟାଲରେ କ୍ୟାମେରା ଲଗାଇଲେ । ତାହା ବିଷୟରେ କାହାକୁ ବି ଜଣା ନ ଥିଲା । ଏହା ପରେ ପୁରା ସତ୍ୟତା ସାମ୍ନାକୁ ଆସିଗଲା । ଏହି କ୍ୟାମେରାରେ ପାଖାପାଖି ୧୦୦ ଟି ଭିଡିଓ ରେକର୍ଡ ହୋଇଛି । ଏହି ଭିଡିଓରେ ନର୍ସମାନେ ୟୁନିସ ସହ ଖରାପ ବ୍ୟବହାର କରୁଛନ୍ତି, ହୁସୈନଙ୍କୁ ତଳକୁ ଫୋପାଡି ଦେଉଛନ୍ତି ଓ ତାଙ୍କୁ ମାରୁଛନ୍ତି ବି ।

ଏହା ପଛର କାରଣ ଯେତେବେଳେ ଜାଣିବାକୁ ଚେଷ୍ଟା କରାଗଲା ତେବେ ଜଣା ପଡିଲା କି ନର୍ସମାନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ଦ୍ୱାରା ମୁସ୍ଲିମଙ୍କୁ ବାହାର କରିବାକୁ ନେଇ କରାଯାଉଥିବା ପ୍ରୟାସର ପ୍ରଶଂସା କରିବାକୁ ନେଇ ହୁସୈନଙ୍କୁ ପ୍ରତାଡି଼ତ କରୁଥିଲେ । ପରିବାରର ଲୋକମାନଙ୍କର ଆରୋପ ଏହା ଥିଲା କି ହୁସୈନ ମଧ୍ୟ ପୂର୍ବ ଅଞ୍ଚଳର ଅଟନ୍ତି । ସେଥିପାଇଁ ତାଙ୍କ ସହିତ ନର୍ସମାନେ ଏହିଭଳି ବ୍ୟବହାର କରୁଥିଲେ ।