କଳାକାର ମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗୀତା ହୋଇ ଥାଏ ମାତ୍ର ଏଥିରେ ନିଜକୁ କେହି ପଛରେ ରଖିବାକୁ ଚାହାନ୍ତି ନାହିଁ ତେବେ ଏମିତି ଏକ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି ଶ୍ରଦ୍ଧା। ସେ ନିଜର ସୁନ୍ଦରତା, ଅଭିନୟ, ଓ କ୍ୟୁଟ ଚେହେରା ପାଇଁ ସବୁଙ୍କ ପାଖରେ ଅତି ପ୍ରିୟ ରହି ଆସିଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଶକ୍ତି କପୂରଙ୍କ ଝିଅ । କିଛି ଦିନ ତଳେ ଶ୍ରଦ୍ଧାଙ୍କ ନାମ ବଲିଉଡର ଫଟୋଗ୍ରାଫରଙ୍କ ସହ ଉଠିଥିଲା ସେ ହେଉଛନ୍ତି ରୋହନ । କେତେକ ଜାଗାରେ ଶ୍ରଦ୍ଧା ରୋହନଙ୍କ ସହ ଦେଖା ଯାଇ ଥିଲେ ।
ସେ ନିଜର କଜନ ପ୍ରିୟଙ୍କା ଶର୍ମାଙ୍କ ବିବାହରେ ମାଳଦୀପ ଯାଇଥିଲେ ଶେଠୀ ମଧ୍ୟ ସେ ରୋହନଙ୍କ ସହ ଦେଖାଯାଇଥିଲେ। ଉଭୟ ବଲିଉଡରେ ଅନେକ ଚର୍ଚାରେ ଥିଲେ ବି ଶ୍ରଦ୍ଧା ସେ ବିଷୟରେ କିଛି ମତା ମତ ଦେଇ ନାହାନ୍ତି ଆଜି ଯାଏ। ଏହା ପୂର୍ବରୁ ଶ୍ରଦ୍ଧାଙ୍କ ନାମ ବଲିଉଡରେ ନାମୀ ଅଭିନେତା ଓ ଗାୟକ ଫରହାନ ଅଖତରଙ୍କ ସହ ସମ୍ପର୍କରେ ଥିବାର ଶୁଣା ଯାଉଥିଲା ।

ଏହି ଅଦାକାରା ନିଜର କାରିୟର ବ୍ଯତୀତ ନିଜର ଆଫେୟାର ପାଇଁ ବି ସବୁବେଳେ ସକ୍ରିୟ ଅଟନ୍ତି ସୋସିଆଲ ମିଡିଆରେ । ଶ୍ରଦ୍ଧାଙ୍କୁ ଏବେ ୩୪ ବର୍ଷ ବୟସ । ତାଙ୍କ ନାମ ଆଦିତ୍ୟ ରାୟ କପୂରଙ୍କ ସହ ବି ଆସିଥିଲା । ଶ୍ରଦ୍ଧା ଓ ଆଦିତ୍ୟଙ୍କ ମୁଭି “ଆସିକି -2″ରେ ଦୁହେଁ ଦୁହିଁଙ୍କୁ ନିଜର ହୃଦୟ ଦେଇ ବସିଥିଲେ ମାତ୍ର ଏହା ଅଧିକ ସମୟ ଯାଏ ରହି ପାରି ନଥିଲା।

ଏହି ଅଭିନେତ୍ରୀ ଜଣଙ୍କ ଏକ ସମୟରେ ଫରହାନଙ୍କ ନିକଟତର ଥିଲେ ଯାହା ଶକ୍ତି କପୂରଙ୍କୁ ପସନ୍ଦ ନଥିଲା । ଦିନେ ଶକ୍ତି ପହଚିଥିଲେ ଫରହାନଙ୍କ ଘରେ ଓ ସେଠାରୁ ଶ୍ରଦ୍ଧାଙ୍କୁ ଟାଣି କି ବାହାର କରିଥିଲେ । ଏହା ସୋସିଆଲ ମିଡିଆରେ ଅନେକ ଚର୍ଚାର ପାତ୍ର ଥିଲା ମାତ୍ର ଏହା କେବଳ ବେକାର କଥା ଓ ଏଭଳି କିଛି ହୋଇନି ବୋଲି କହିଥିଲେ ଶକ୍ତି କପୂର।

ଶ୍ରଦ୍ଧା ନିଜର କାରିୟର ୨୦୧୦ରେ ଆରମ୍ଭ କରିଥିଲେ ଯାହାର ନାମ “ତିନ ପତି” । ଏହି ଚଳଚିତ୍ର ଏତେ ସଫଳତା ହାସଲ କରିପାରି ନଥିଲା । ଏଥିରେ ଶ୍ରଦ୍ଧାଙ୍କୁ ଅମିତବ ଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା । ତାଙ୍କୁ ନିଜର ପରିଚୟ ପାଇଁ ଆହୁରି ତିନି ବର୍ଷ ଅପେକ୍ଷା କରିବାକୁ ପଡିଥିଲା । “ଆସିକି 2” ରେ ତାଙ୍କୁ ସଫଳତା ମିଳିଲା ।

ଏହି ମୁଭି ୧୦୦ କୋଟିରୁ ଅଧିକ କମେଇ କରି ସୁପରହିଟ ହୋଇଥିଲା । ଏବେ ଶ୍ରଦ୍ଧା ନିଜର ଆଗାମୀ ମୁଭି “ନଗିନ”କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ମୁଭି ଶ୍ରୀ ଦେବୀଙ୍କ ପୁରୁଣା ମୁଭୀର ରିମିକ ଅଟେ । ଏହାର ପୋଷ୍ଟର ବି ସାମନାକୁ ଆସିଥିବା ବେଳେ । ମୁଭି ବାହାରି ନହିଁ । ତେବେ ଯଦି ଆପଣ ଅଭିନେତା ଫରହାନଙ୍କ ବିଷୟରେ କହୁଛନ୍ତି ତ ସେ ନିଜର ଆଗାମୀ ମୁଭି “ତୁଫାନ” ରେ ଦେଖାଯିବେ। ବନ୍ଧୁଗଣ ଜଦି ଆପଣ ମାନଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ଆମର ପେଜକୁ ଗୋଟେ ଲାଇକ କରନ୍ତୁ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।