ଏବେ ଏବେ ଆସିଲା ଆଉ ଏକ ଦୁଃଖ ଖବର, କରୋନାରେ ଏହି ଓଡିଆ ଅଭିନେତ୍ରୀଙ୍କର ହେଲା ପରଲୋକ

ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା ନିଜର ସୁନ୍ଦର ଭିନୟ ପାଇଁ ଦର୍ଶକ ମାନକ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ କଳାକାର ମଧ୍ୟ ଅଟନ୍ତି । ଆଏ ଯାତ୍ରା ଜଗତରେ ନିଜର ସାନଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ସେ ୫୦ ରୁ ଅଧିକ ନାଟକରେ ଅଭିନୟ କରି ଖୁବ ଚର୍ଚ୍ଚାରେ ରହିଥିଲେ । ତାଙ୍କର ନାଟକର କାହାଣୀ ଏତେ ସୁନ୍ଦର ହୋଇଥାଏ ଯେ ଦର୍ଶକ ମାନେ ତାଙ୍କାର ବହୁତ ପ୍ରଶଂସା କରନ୍ତି ।

ଖୁବ କମ ବୟସରେ ଯାତ୍ରା ଜଗତରେ ସେ ତାଙ୍କାର ନୂଆ ପରିଚୟ ସୃଷ୍ଟି କରି ପାରିଥିଲେ । ଯାତ୍ରା ଜଗତରେ ଯେତେ ଗୁଡିଏ ନାଟକ କରିଛନ୍ତି ସେଥି ମଧ୍ୟରୁ ତାଙ୍କର “ବ-ଦ-ନା-ମ ଗଳିର ଝିଅ” ନାଟକରେ ଟାଇଟଲ ଚରିତ୍ରରେ ଅଭିନୟ କରି ଅଭିନେତ୍ରୀ ତୃପ୍ତି ପଣ୍ଡା ବେଶ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କର ଏହି ନାଟକ ପାଇଁ ଯାତ୍ରା ଜଗତ ବ୍ଯତୀତ ଅନ୍ୟ ମାନେ ମଧ୍ୟ ତାଙ୍କର ବହୁତ ପ୍ରଶଂସା କରିଥିଲେ । ସେ ଇଷ୍ଟର୍ଣ୍ଣ ଅପେରାର ଯାତ୍ରା ଜଗତରେ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇ ପାରିଥିଲେ ।

ଏହା ପରେ ଅଭିନେତ୍ରୀ ତୃପ୍ତି ପଣ୍ଡା ମଞ୍ଚ ମଞ୍ଜରୀରେ ନିଜ ଅଭିନୟୟ ଯଦି ଦେଖାଇ ଅନେକ ପ୍ରଶଂସା ସାଉଁଟି ଥିଲେ । ଅଭିନେତ୍ରୀ ତୃପ୍ତି ପଣ୍ଡା ଯାତ୍ରା ଜଗତର ପ୍ରସିଦ୍ଧ ଅଭିନେତା ବାବୁଲି ବା ସୁଶାନ୍ତ ପଣ୍ଡାଙ୍କ ସହ ବିବାହ କରି ସବୁ ଦିନ ପାଇଁ ବୈବାହିକ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଙ୍କ ଭିତରେ ଭଉତ ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଥିଲା । ଅଭିନେତ୍ରୀ ତୃପ୍ତି ପଣ୍ଡା ଓ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା ଯାତ୍ରା ଜଗତରୁ କିଛି ସମୟ ବାହା କରି ପରସ୍ପର ସହ ସମୟ ବିତାଇବାକୁ ପସନ୍ଦ କରୁଥିଲେ ।

ଅଭିନେତ୍ରୀ ତୃପ୍ତି ପଣ୍ଡା ଯାତ୍ରା ଜଗତର ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇ ବୋହୁ ଥିଲେ । ସୁଶାନ୍ତ ଓ ତୃପ୍ତିଙ୍କର ୫ ବର୍ଷର ଗୋଟିଏ ଝିଅ ମଧ୍ୟ ଅଛି । କିନ୍ତୁ ଗତ କିଛି ଦିନ ହେବ ଅଭିନେତ୍ରୀ ତୃପ୍ତି ପଣ୍ଡା ଓ ତାଙ୍କ ସ୍ଵାମୀ ଅଭିନେତା ସୁଶାନ୍ତ ପଣ୍ଡା କରୋନାରେ ସଂକ୍ରମିତ ହୋଇ ବାଲେଶ୍ଵର ଜିଲ୍ଲାର ମୁଖ୍ୟ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ ଦୁଇ ଦିନ ତଳେ ତୃପ୍ତି ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିଲା । ସେଥି ପାଇଁ ତାଙ୍କୁ ଆଇସିୟୁରେ ସ୍ଥାନାନ୍ତର କରା ଯାଇଥିଲା ।

କିନ୍ତୁ ଡାକ୍ତର ମାନକ ଅନେକ ଚେଷ୍ଟା ପରେ ମଧ୍ୟ ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କର ମୃ-ତ୍ୟୁ ଘଟିଛି । କରୋନାର ଆତଙ୍କ ଯାତ୍ରା ଜଗତର ମହାନ କଳାକାର ତୃପ୍ତି ପଣ୍ଡାଙ୍କୁ ସବୁ ଦିନ ପାଇଁ ଏ ଦୁନିଆରୁ ବିଦୟ ଦେଇଛି ।

ମଙ୍ଗଳବାର ସନ୍ଧ୍ୟାରେ ଅଭିନେତ୍ରୀ ୩୦ ବର୍ଷର ତୃପ୍ତି ପଣ୍ଡାଙ୍କର ପରଲୋକ ଘଟିଛି । ତେବେ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା ଏବେ ବି କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରଲୋକରେ ପୁରା ଯାତ୍ରା ଜଗତରେ ଶୋକର ଛାୟା ଦେଖା ଯାଇଛି ।