ଏମାନେ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଟୀମ ର ଖେଳାଳୀ ମାନଙ୍କ ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡ

ଆଇପିଏଲ ଏକ ଏମିତି ଖେଳ ଅଟେ ଯାହାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଯଦି ମୁମ୍ବାଇ ଇଣ୍ଡିଆନ୍ସ ବିଷୟରେ କହିବା ତେବେ କହିଦେଉଛୁ କି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫ ଟି ଟ୍ରଫି ନିଜ ନାଁରେ କରି ସାରିଛି ଓ ଏହି ଟିମର ମାଲିକ ମୁକେଶ ଆମ୍ବାନୀ ଅଟନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏହି ଟିମର ଖେଲାଲିମାନଙ୍କର ପତ୍ନୀ ଓ ଗର୍ଲଫ୍ରେନ୍ଡଙ୍କ ବିଷୟରେ କହିବୁ । ରୋହିତ ଶର୍ମା- ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଜଣେ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି ।

ସେ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ୨୦୦୮ରୁ କରିଥିଲେ ଓ ୨୦୧୧ରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ଯଦି ତାଙ୍କର ପତ୍ନୀଙ୍କ ବିଷୟରେ କହିବା ତେବେ ତାଙ୍କର ପତ୍ନୀଙ୍କ ନାଁ ରୀତିକା ସଜଦେହ ଅଟେ । ରୋହିତ ରୀତିକାଙ୍କ ସହ ୨୦୧୫ରେ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ବି ଅଛି ।

କୁଇନଟନ ଡି କକ

କୁଇନଟନ ଡି କକ ସାଉଥ ଆଫ୍ରିକାର ବ୍ୟାଟ୍ସମ୍ୟାନ ଓ କ୍ରିପର ଅଟନ୍ତି । କୁଇନଟନ ଡି କକ ୨୦୧୯ ରୁ ମୁମ୍ବାଇ ପାଇଁ ଖେଳୁଛନ୍ତି ଓ ତାଙ୍କର ପତ୍ନୀଙ୍କ ନାଁ ସାସା ଡି କକ ଅଟେ ଓ ଯାହାଙ୍କ ସହିତ ସେ ୨୦୧୬ରେ ବିବାହ କରିଛନ୍ତି ।

ସୁରୟ କୁମାର ୟାଦବ

ସୁରୟ କୁମାର ୟାଦବ ବି ଜଣେ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି । ଯଦି ତାଙ୍କର ପତ୍ନୀଙ୍କ ବିଷୟରେ କହିବା ତେବେ ତାଙ୍କର ପତ୍ନୀ ଦେବିଶା ଶେଟ୍ଟୀ ଅଟନ୍ତି ଓ ଏହି ଦମ୍ପତ୍ତି ୨୦୧୬ରେ ବିବାହ କରିଥିଲେ ।

ହାର୍ଦିକ ପାଣ୍ଡ୍ୟା

ହାର୍ଦିକ ପାଣ୍ଡ୍ୟା ଜଣେ ଜବରଦସ୍ତ ଅଲରାଉଣ୍ଡର ଅଟନ୍ତି ଓ ସେ ୨୦୧୧ରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ ତରଫରୁ ଆଇପିଏଲ ଖେଳୁଛନ୍ତି । ହାର୍ଦିକ ପାଣ୍ଡ୍ୟା ୨୦୨୦ରେ ନତାଶାଙ୍କ ସହ ବିବାହ କରିଛନ୍ତି ଓ ଦୁଇ ଜଣଙ୍କର ଗୋଟିଏ ପୁଅ ବି ଅଛି ।

କୁନାଲ ପାଣ୍ଡ୍ୟା

କୁନାଲ ପାଣ୍ଡ୍ୟା ବି ଜଣେ ଜବରଦସ୍ତ ଅଲରାଉଣ୍ଡର ଅଟନ୍ତି ଓ ୨୦୧୬ରୁ କୁନାଲ ପାଣ୍ଡ୍ୟା ମୁମ୍ବାଇ ପାଇଁ ଖେଳୁଛନ୍ତି । କୁନାଲ ପାଣ୍ଡ୍ୟାଙ୍କ ପତ୍ନୀଙ୍କ ନାଁ ପଙ୍ଖୁରି ଶର୍ମା ଅଟେ ଓ ଏହି ଦମ୍ପତ୍ତି ୨୦୧୭ରେ ବିବାହ କରିଥିଲେ ।

କାଇରେନ ପୋଲାଡ

କାଇରେନ ପୋଲାଡ ୱେସ୍ଟଇଣ୍ଡିଜର ଜଣେ ଅଲରାଉଣ୍ଡର ଖେଳାଳି ଅଟନ୍ତି ଓ ସେ ଆରମ୍ଭରୁ ହିଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ତାଙ୍କ ପତ୍ନୀଙ୍କ ନାଁ ଜେନା ଅଲି ଅଟେ । ଜେନା ଅଲିଙ୍କ ସହ ପୋଲାଡ ୨୦୧୨ରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛି ।

ଇଶାନ କିଶାନ

ଇଶାନ କିଶାନ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଓ ୱିକେଟ କିପର ଅଟନ୍ତି । ଇଶାନ ୨୦୧୮ରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ଇଶାନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । କିନ୍ତୁ ତାଙ୍କର ଗର୍ଲଫ୍ରେନ୍ଡ ଅଛି । ଯାହାର ନାଁ ଆଦିତି ହୁଣ୍ଡିଆ ଅଟେ ।

ଟ୍ରେଣ୍ଟ ବୋଲ୍ଟ

ଟ୍ରେଣ୍ଟ ବୋଲ୍ଟ ନ୍ୟୁଜିଲ୍ୟାଣ୍ଡର ବୋଲର ଅଟନ୍ତି । ଟ୍ରେଣ୍ଡ ବୋଲ୍ଟ ୨୦୨୦ ରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି ଓ ତାଙ୍କର ପତ୍ନୀଙ୍କ ନାଁ ଗେର୍ଟ ସ୍ମିଥ ଅଟେ ଓ ଯାହାଙ୍କ ସହିତ ସେ ୨୦୧୭ରେ ବିବାହ କରିଛନ୍ତି ।

ଜସପ୍ରିତ ବୁମରାହ

ଜସପ୍ରିତ ବୁମରାହ ଜଣେ ଭାରତୀୟ ବୋଲର ଅଟନ୍ତି ଓ ବୁମରାହ ୨୦୧୩ରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ବୁମରାହ ବର୍ତ୍ତମାନ କିଛି ଦିନ ତଳେ ହିଁ ବିବାହ କରିଛନ୍ତି ଓ ତାଙ୍କର ପତ୍ନୀଙ୍କ ନାଁ ସଞ୍ଜନା ଗଣେଶନ ଅଟେ ।