ଆମେରିକାରେ ଦେଖାଗଲା 120 UFO! ଏଲିୟନ ଆକ୍ରମଣର ସଙ୍କେତ ନୁହେଁ ତ? ଦେଖନ୍ତୁ ଭାଇରାଲ Video

ବର୍ତ୍ତମାନ ଆମେରିକାରେ UFO ଦେଖା ଯାଇଥିବା ଖବରକୁ ନେଇ ଆମେରିକାର ଗୁପ୍ତଚର ସଂସ୍ଥାର ପ୍ରମୁଖ ବିବ୍ରତ ଅଛନ୍ତି । ତେବେ ଏହା ପ୍ରକୃତରେ କଣ ଅଟେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ଖବର ହାସଲ କରି ପାରି ନାହିଁ ।

ଏହା କୌଣସି ବଡ଼ ବିପଦର ସଙ୍କେତ ଅଟେ କିଅବା ପଡୋଶୀ ଦେଶ ମାନଙ୍କ ତରଫରୁ କରା ଯାଉଥିବା କୌଣସି ପ୍ରକାର ଜାସୁସୀ ର କେଉଁ ନୂଆ ଉପାୟ ତାହା ଜାଣିବାକୁ ଚେଷ୍ଟା କରୁଛି ଆମେରିକା ।ପୂର୍ବରୁ ମଧ୍ୟ ଆମେରିକାରେ ଅନେକ ଥର UFO ଦେଖା ଯାଇଥିବା ନେଇ ଆମେରିକା ଅନେକ ଥର ସୂଚନା ଦେଇଛି । ତେବେ ବର୍ତ୍ତମାନ ପୁଣି ଥରେ ଆମେରିକାରେ ଏଭଳି UFO ଦେଖା ଯିବା ନେଇ ସେଠାକାର ଗୁପ୍ତଚର ସଂସ୍ଥା ରେ ଆଶଙ୍କା ଖେଳି ଯାଇଛି ।

UFO ପରି ଦେଖା ଯାଉଥିବା ଏହି ଯନ୍ତ୍ର ସତରେ କଣ ଏହା ଜାଣିବା ପାଇଁ ସମସ୍ତେ ତତ୍ପର ହୋଇ ପଡିଛନ୍ତି । ତେବେ ଏହି UFO ଯେ ଏଲିୟନଙ୍କ ସହ ସମ୍ବନ୍ଧିତ ଅଟେ, ତାହା ନେଇ ଆମେରିକା କୁ କୌଣସି ପ୍ରମାଣ ମିଳି ପାରି ନାହିଁ । ଏହା ଉପରେ ନିଜ ଗବେଷଣା ଜାରି ରଖିଥିଲେ ମଧ୍ୟ ଏଲିୟନଙ୍କ ଅସ୍ତିତ୍ବ କୁ ନେଇ କୌଣସି ପ୍ରକାର ସଠିକ୍ ସୁରାକ ଆମେରିକା ହାତରେ ଲାଗି ପାରି ନାହିଁ ।

ଆମେରିକାରେ ଗତ ଦୁଇ ଦଶକ ଧରି ଏହି ପରି ପ୍ରାୟ ଶହେ କୋଡ଼ିଏ ଥର UFO ଦେଖିବାକୁ ମିଳିଛି । ତେବେ ଏହି ଘଟଣା ଗୁଡ଼ିକୁ ନେଇ ଆମେରିକୀୟ ଗୁପ୍ତଚର ସଂସ୍ଥାର ଅଧିକାରୀ ମାନେ ନିଜ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଏଭଳି ମାମଲାକୁ ଗମ୍ଭୀର ଭାବେ ଯାଞ୍ଚ କରା ଯିବାର ଆବଶ୍ୟକତା ରହିଛି ।

ଅଧିକାରୀ ମାନେ ଏହା ମଧ୍ୟ ଆଶଙ୍କା କରୁଛନ୍ତି ଯେ, ଚୀନ ଓ ଋଷ ରେ ଯେଉଁ ପ୍ରକାର ହାଇପରସୋନିକ ଟେକ୍ନୋଲୋଜି ରେ ପ୍ରଗତି ଜାରି ରହିଛି ଓ ନୂଆ ନୂଆ ପ୍ରୟୋଗ ସବୁ କରା ଯାଉଛି ସେ ସବୁରି ମଧ୍ୟ ଏପରି କିଛି ଘଟଣା ପ୍ରେରିତ ହୋଇ ଥାଇ ପାରେ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେ UFO ଗୁଡିକ ବିଦେଶୀ ବିମାନ ବୋଲି ପ୍ରମାଣିତ ହୁଏ, ତେବେ ଏହା ମଧ୍ୟ ଚିନ୍ତାର ବିଷୟ ଅଟେ ।

କାରଣ ସେଥିରୁ ପ୍ରମାଣିତ ହେଉଛି ହାଇପରସୋନିକ ଟେକ୍ନୋଲୋଜି ର ଗବେଷଣା ରେ ଆମେରିକାର ବିକାଶ ତୁଳନାରେ ଅନ୍ୟ ଦେଶ ମାନେ ସେମାନଙ୍କ ଗବେଷଣାରେ ବହୁତ ଆଗେଇ ସାରିଲେଣି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।