ଆପଣ ନେଇଥିବା କରୋନା ଟିକା କେତେ ପ୍ରଭାବଶାଳୀ ? ଦେଖନ୍ତୁ ଡାକ୍ତରଙ୍କ ବଡ଼ ଖୁଲାସା

ଯେଉଁ ଟୀକା ଆପଣ ଲଗାଉଛନ୍ତି ତାହା କରୋନା ସହ ଲଢ଼ିବାକୁ କେତେ ସଫଳ ଅଟେ, ଏହା ଉପରେ କିଛି ଡାକ୍ତରଙ୍କ ଏକ ଟିମ୍ ଅଧ୍ୟୟନ କରିଛନ୍ତି । ସେଥିରୁ ଯାହା ଫଳାଫଳ ଆସିଛି ତାହା ଶାନ୍ତିଦାୟକ ଅଟେ ।

ଦେଶରେ ବ୍ୟବହୃତ ହେଉଥିବା ଦୁଇଟି ଯାକ ଟୀକା କୁ ନେଇ ଡାକ୍ତରଙ୍କ ଏହି ଟିମ୍ ଅଧ୍ୟୟନ କରିଥିଲେ । ସେମାନେ ଏହି ଅଧ୍ୟୟନ କେତେ ଜଣ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ନେଇ କରିଥିଲେ । ତେବେ ଏହି ଅଧ୍ୟୟନର ଖୁବ୍ ଉତ୍ତମ ଫଳାଫଳ ଆସିଛି । ଅଧ୍ୟୟନ ଅନୁସାରେ ଡାକ୍ତର ଏ.କେ. ସିଂହ କହିଛନ୍ତି ଯେ ଟିକାର ଦୁଇଟି ଯାକ ଡୋସ୍ ଲଗାଇବା ଦ୍ଵାରା ୧୦୦ ରୁ ୯୫ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଥିବାର ଦେଖିବାକୁ ମିଳିଥିଲା ।

ଏହା ସହ ଡାକ୍ତର କହିଥିଲେ ଯେ କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ରକ୍ତରେ ଆଣ୍ଟିବଡିର ପରିମାଣ ଟିକେ ଅଧିକ ଦେଖିବାକୁ ମିଳିଛି । ଏବଂ ଯେଉଁ ଲୋକ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି ସେମାନେ ଯେକୌଣସି ଟିକାର କେବଳ ଗୋଟିଏ ଡୋସ୍ ନେଲେ ମଧ୍ୟ ସେମାନଙ୍କର ଆଣ୍ଟିବଡି ତିଆରି ହେଉଛି ।

ଏଥିରୁ ଏହା ଜଣା ପଡିଛି ଯେ ଯେଉଁମାନଙ୍କୁ ଆଗରୁ କରୋନା ସଂକ୍ରମଣ ହୋଇ ସାରିଛି ସେମାନଙ୍କ ପାଇଁ ସମ୍ଭବତଃ ଟିକାର ଗୋଟିଏ ଡୋସ୍ ହିଁ ଯଥେଷ୍ଟ ଅଟେ । ତେବେ ଏହା ସମ୍ଭନ୍ଧରେ ଆହୁରି ମଧ୍ୟ ସଠିକ୍ ଅଧ୍ୟୟନ କରିବାକୁ ବାକି ଅଛି । ଏହି ଅଧ୍ୟୟନକୁ ନେଇ IMA କୋଚିର ଡାକ୍ତର ରାଜୀବ ଜୟଦେବନ କହିଛନ୍ତି କି, ଏହି ଅଧ୍ୟୟନରେ ଭାରତୀୟ ଟିକା ସର୍ବୋତ୍ତମ ପ୍ରମାଣିତ ହୋଇଛି ।

ଏହା ଦ୍ବାରା ୯୫ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇ ପାରୁଛି । ଟିକାର ଦୁଇଟି ଯାକ ଡୋସ୍ ନେବା ପରେ ଶହେରୁ କେବଳ ୫ ପ୍ରତିଶତ ଲୋକ ଆଉ ଥରେ କରୋନାରେ ଆକ୍ରାନ୍ତ ହୋଇଥିଲେ । କୋଭିସିଲ୍ଡ ଟୀକା ନେଇଥିବା କର୍ମଚାରୀ ଙ୍କ ମଧ୍ୟରୁ ୫.୫ ପ୍ରତିଶତ ଓ କୋଭାକ୍ସିନ୍ ଟିକା ନେଇଥିବା କର୍ମଚାରୀଙ୍କ ମଧ୍ୟରୁ କେବଳ ୨.୨ ପ୍ରତିଶତ ଙ୍କୁ ଆଉ ଥରେ ସଂକ୍ରମଣ ହୋଇଥିଲା ।

ଟିକା ରୁ ଯେଉଁ ପ୍ରତିରକ୍ଷା ଶକ୍ତି ତିଆରି ହୋଇଥାଏ ତାହା କେବଳ ଥରେ କାର୍ଯ୍ୟକାରୀ ଅଟେ । ତେବେ ପ୍ରତିରକ୍ଷା ଶକ୍ତି କୁ ଲ୍ୟାବ ରେ ସମ୍ପୂର୍ଣ୍ଣ ଭାବେ ପରୀକ୍ଷା କରି ହୁଏ ନାହିଁ । ଏହାର ଅନେକ ଗୁଡ଼ିଏ ଆର୍ମ ରହିଛି ଓ ସେଗୁଡିକୁ ଏକା ସଙ୍ଗେ ପରୀକ୍ଷା କରିବା ଅସମ୍ଭବ । ତେବେ ପ୍ରଶ୍ନ ହେଉଛି ସମ୍ପୂର୍ଣ୍ଣ ଟିକା ନେବା ପରେ କେତେ ଜଣଙ୍କୁ ପୁଣି ଥରେ କରୋନା ହେଉଛି ଏବଂ କେତେ ଜଣ ଗୁରୁତର ଭାବେ ଆକ୍ରାନ୍ତ ହେଉଛନ୍ତି?

ତେବେ ଏହି ଅଧ୍ୟୟନ ରେ କୌଣସି ଲୋକ ଗୁରୁତର ଭାବେ ଆକ୍ରାନ୍ତ ହୋଇ ନ ଥିଲେ କି କାହାର ମଧ୍ୟ ମୃତ୍ୟୁ ହୋଇ ନ ଥିଲା । ଡାକ୍ତର ମାନଙ୍କ ଏହି ଅଧ୍ୟୟନରୁ ଜଣା ପଡ଼ିଛି ଯେ ଭାରତର ଦୁଇଟି ଯାକ ଟୀକା କରୋନାକୁ ମାତ୍ ଦେବାରେ ସକ୍ଷମ ଅଟନ୍ତି । ଆମେ ବିନା ଦ୍ବିଧାରେ ଟିକା ନେବା ଆବଶ୍ୟକ ଅଟେ, ତେବେ ଯାଇ ସମସ୍ତେ ମିଶି ଏହାକୁ ଶେଷ କରିବାରେ ସଫଳ ହୋଇ ପାରିବା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।