ଯେତେ ବଡ ଦୁଖ ହୋଇଥାଉ ନା କାହିଁକି କ୍ଷଣିକରେ ସମାପ୍ତ ହୋଇଯିବ, ଯଦି କରିବେ ଶିବଙ୍କର ଏହି ଲବଙ୍ଗର ଉପାୟ

ସାଧାରଣତଃ ଅଧିକାଂଶ ଲୋକଙ୍କ ଜୀବନରେ ଦୁଃଖ ଥାଏ । ଜୀବନରେ ଦୁଃଖ ଓ ସୁଖ ଉଭୟ ଆସିଥାଏ । ହେଲେ ଯେତେବେଳେ ମଣିଷ ଜୀବନରେ ଦୁଃଖ ଆସେ, ସେତେବେଳେ ତାର ଜୀବନରେ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ମଣିଷ ବହୁତ ଚିନ୍ତା ଗ୍ରସ୍ତ ରହିଥାଏ । ବହୁତ କିଛି କରିବା ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରେ ନାହିଁ । ସେହି ସମୟରେ ଲୋକମାନଙ୍କର ଅନ୍ତିମ ଭରସା ଭଗବାନଙ୍କ ଉପରେ ଥାଏ ।

ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ଆପଣ ବ୍ୟବହାର କରି ନିଜ ଦୁଃଖକୁ ସୁଖରେ ପରିବର୍ତ୍ତନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ପ୍ରାୟ ସବୁ ଲୋକ ଭଗବାନ ଶିବଙ୍କ ଆରାଧନା କରିଥାନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ, ଯାହାକୁ ବ୍ୟବହାର କଲେ ଆପଣଙ୍କ  କମ ସମୟରେ ଦୂର ହୋଇଯିବ । ଏହି ଉପାୟ ପାଇଁ ଆପଣଙ୍କୁ ସୋମବାର ଦିନ ସକାଳ ସମୟରେ ବହୁତ ଶୀଘ୍ର ଉଠି ସ୍ନାନ କରିବାକୁ ହେବ । ସ୍ନାନ କରିବା ପରେ ଲାଲ ରଙ୍ଗର ପୋଷାକ ଧାରଣ କରନ୍ତୁ ।

ଏହାପରେ ଭଗବାନ ଶିବଙ୍କ ପ୍ରତିମା ପାଖରେ ଦୁଇଟି ଘିଅର ଦୀପ ଜଳାନ୍ତୁ ଓ ଏକ ଲାଲ କପଡା ତାଙ୍କ ସମ୍ମୁଖରେ ବିଛାନ୍ତୁ, ଏହି କପଡାରେ ୭ ଟି ଲବଙ୍ଗ ରଖନ୍ତୁ । ହେଲେ ଗୋଟେ କଥାର ଧ୍ୟାନ ରଖିବେ କି, ଏହି ଲବଙ୍ଗ ସାବୁତ ହୋଇଥିବା ଆବଶ୍ୟକ । ଏହି ଲାଲ କପଡାରେ ପୂଜାର ସୁପାରୀ, ନଡିଆ ଥିବା କଳସ ଓ ୭ ଟି ଅଗରବତୀ ମଧ୍ୟ ଲଗାଇ ଦିଅନ୍ତୁ ।


ବର୍ତ୍ତମାନ ଆପଣଙ୍କୁ ଗୋଟେ ପରେ ଗୋଟେ କପଡା ମଧ୍ୟରେ ଥିବା ସବୁ ଜିନିଷର ପୂଜା କରିବାକୁ ହେବ । ଏଥିପାଇଁ ଆପଣ ହଳଦୀ, ଚାଉଳ, ଅବିର ଓ ସିନ୍ଦୁର ଇତ୍ୟାଦିର ବ୍ୟବହାର କରିପାରିବେ । ସେହି ସମୟରେ ଶିବଙ୍କର ଆରତୀ କରନ୍ତୁ, ଆରତୀ ଶେଷ ହେବା ପରେ ପ୍ରଥମ ଆରତୀ ଶିବଙ୍କୁ ଓ ଦ୍ଵିତୀୟ ଆରତୀ ଲାଲ କପଡାରେ ଥିବା ସମସ୍ତ ଜିନିଷକୁ ଦିଅନ୍ତୁ ।

ଏହାପରେ ୭ ଟି ଲବଙ୍ଗକୁ ନିଜ ଡାହାଣ ହାତରେ ନିଅନ୍ତୁ ଓ ମୁଠିରେ ରଖି ଦିଅନ୍ତୁ, ଏହାପରେ ଏହି ମନ୍ତ୍ରର ଜପ କରନ୍ତୁ- ଓଁ ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୃଷ୍ଟିବର୍ଦ୍ଧନମ ! ଉର୍ବାରୁକମିବ ବନ୍ଧନାନ ମୃତ୍ୟୋର୍ମୁକ୍ଷୀୟ ମାମୃତାତ !!

ଏହାପରେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା ଓ ଚିନ୍ତା ବିଷୟରେ ଭଗବାନ ଶିବଙ୍କୁ କୁହନ୍ତୁ । ତା ପରେ ଗୋଟେ ଲବଙ୍ଗକୁ ଭଗବାନ ଶିବଙ୍କ ନାମ ଧରି ନିଜ ପାଟିରେ ରଖନ୍ତୁ ଓ ବାକି ୬ ଟି ଲବଙ୍ଗକୁ ଆପଣ ଏକ ଡବାରେ ଶିବଙ୍କ ପାଖରେ ରଖନ୍ତୁ । ଏହି ଲବଙ୍ଗକୁ ଆପଣଙ୍କୁ ସବୁ ସୋମବାର ଦିନ ଖାଇବାକୁ ହେବ ।

ହେଲେ ଯେବେ ଆପଣ ଏହି ଲବଙ୍ଗ ଖାଇବେ, ସେତେବେଳେ ଆପଣଙ୍କୁ ଭଗବାନ ଶିବଙ୍କ ଧ୍ୟାନ କରିବାକୁ ହେବ । ଏହି ଉପାୟକୁ ଯଦି ଆପଣ ସଠିକ ଭାବରେ କରିବେ, ତେବେ ଆପଣଙ୍କ ଜୀବନରେ ଥିବା ଦୁଃଖ କଷ୍ଟ ବହୁତ ଶୀଘ୍ର ଦୂର ହୋଇଯିବ ।