ମହଶିବରାତ୍ରି 2020: ଭାରତରେ ଏହି ୭ ଟି ଶିବ ମନ୍ଦିର ଅଟେ ବହୁତ ପ୍ରସିଦ୍ଧ, ଜାଣନ୍ତୁ ଏହା ବିଷୟରେ

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ଉତ୍ସବ ବହୁତ ହିଁ ଉତ୍ସାହ ଓ ଶ୍ରଦ୍ଧାର ସହିତ ପାଳନ କରାଯାଏ । ଭଗବାନ ଭୋଲେନାଥଙ୍କ ପୂଜା ପାଇଁ ଏହି ଦିନ ବହୁତ ଖାସ ବୋଲି କୁହାଯାଏ । ମହାଶିବରାତ୍ରିର ପର୍ବ ସବୁ ବର୍ଷ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ପାଳନ କରା ଯାଏ । ଏହି ବର୍ଷ ୨୧ ଫେବୃୟାରୀରେ ଏହି ମହାପର୍ବ ପାଳନ କରାଯାଉଛି । କହିବାକୁ ଗଲେ ଦେଶରେ ଭଗବାନ ଶିବଙ୍କ ବହୁତ ପ୍ରସିଦ୍ଧ ମନ୍ଦିର ଅଛି, ଯାହାର ଦର୍ଶନ ପାଇଁ ସବୁ ବର୍ଷ ହଜାର ହଜାର ଭକ୍ତ ସେହି ସବୁ ମନ୍ଦିରକୁ ଯାଇଥାନ୍ତି ।

ଏଥିରେ ଦ୍ୱାଦଶପୀଠ ମନ୍ଦିର ବି ସାମିଲ ଅଛି । ଏଠାକୁ ଆସୁଥିବା ଭକ୍ତମାନଙ୍କ ଭିଡ ଓ ଆସ୍ଥାର କୌଣସି ଜବାବ ନାହିଁ । ଏହିଭଳି ଦେଶର ଅନ୍ୟ କିଛି ପ୍ରସିଦ୍ଧ ମନ୍ଦିର ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

କେଦାରନାଥ, ଉତ୍ତରାଖଣ୍ଡ

କେଦାରନାଥ ସେହି ଚାରୋଟି ମୁଖ୍ୟ ମନ୍ଦିରରେ ସାମିଲ ଅଛି ଯାହାକୁ ଛୋଟ ଚାରିଧାମ ବି କୁହାଯାଏ । ଏହା ଉତ୍ତରାଞ୍ଚଳ ରାଜ୍ୟର ଉତ୍ତର ଦିଗରେ ହିମାଳୟ ଅଞ୍ଚଳରେ ଅବସ୍ଥିତ । ଭଗବାନ କେଦାରନାଥଙ୍କ ମନ୍ଦିର ଏପ୍ରିଲ ଠାରୁ ନଭେମ୍ବର ମାସ ମଧ୍ୟରେ ଖୋଲା ରହିଥାଏ । ଥଣ୍ଡା ଦିନରେ ଏଠାରେ ଭାରି ବରଫପାତ ହୋଇଥାଏ । ଏହି ମନ୍ଦିର ସମୁଦ୍ର ସ୍ତର ଠାରୁ ୩୫୮୩ ମିଟର ଉଚ୍ଚତାରେ ଅବସ୍ଥିତ ।

ଲିଙ୍ଗରାଜ ମନ୍ଦିର, ଭୁବନେଶ୍ଵର

ଆମ ଓଡିଶାର ଭୁବନେଶ୍ଵରରେ ସ୍ଥିତ ଲିଙ୍ଗରାଜ ମନ୍ଦିର ବହୁତ ପ୍ରାଚୀନ ମନ୍ଦିର ଅଟେ । ଏହି ମନ୍ଦିର କମ ସେ କମ ୧ ହଜାର ବର୍ଷ ପୁରୁଣା ଅଟେ । ଏହି ମନ୍ଦିର ଭଗବାନ ହରିହରଙ୍କର ଅଟେ ଯାହା ଭଗବାନ ଶିବଙ୍କର ଏକ ରୂପ ଅଟେ । ଏହି ପ୍ରାଚୀନ ମନ୍ଦିର ବିଷୟରେ ସଂସ୍କୃତରେ ଲିଖିତ ହିନ୍ଦୁ ଧର୍ମଗ୍ରନ୍ଥ ବ୍ରହ୍ମ ପୁରାଣରେ ବି ଲେଖା ଅଛି ।

ଭୀମାଶଙ୍କର, ମହାରାଷ୍ଟ୍ର

ଭଗବାନ ଭୀମାଶଙ୍କର ମନ୍ଦିର ମହାରାଷ୍ଟ୍ରର ଭୋରଗିରୀ ଗ୍ରାମରେ ଅବସ୍ଥିତ । ଯାହାକି ସହୟାଦ୍ରୀ ଘାଟରେ ଅବସ୍ଥିତ । ଏହି ମନ୍ଦିର ନଗାଡ଼ା ଆର୍କିଟେକ୍ଟ ଷ୍ଟାଇଲରେ ତିଆରି ହୋଇଛି । ଏହି ମନ୍ଦିରକୁ ଘନ ଜଙ୍ଗଲ ଘେରି ରହିଛି ।

କାଶୀ ବିଶ୍ୱନାଥ, ଉତ୍ତର ପ୍ରଦେଶ

କାଶୀ ବିଶ୍ୱନାଥଙ୍କ ମନ୍ଦିର ଉତ୍ତର ପ୍ରଦେଶର ବାରଣସୀରେ ଅବସ୍ଥିତ । ଯାହାକି ଗଙ୍ଗା ନଦୀ ନିକଟରେ ଅଛି । ଏହି ମନ୍ଦିର ସୁନାର ଡୋମ ଓ ନଂଦୀ ବୈଲର ମୂର୍ତ୍ତି ପାଇଁ ପ୍ରସିଦ୍ଧ ଅଟେ । ହିନ୍ଦୁ ଧର୍ମରେ ମାନ୍ୟତା ଅଛି କି ଯେଉଁ ଲୋକମାନେ କାଶୀ ବିଶ୍ୱନାଥ ରେ ଅନ୍ତିମ ନିଶ୍ଵାସ ନିଅନ୍ତି ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଓଂକାରେଶ୍ୱର, ମଧ୍ୟପ୍ରଦେଶ

ଓଂକାରେଶ୍ୱର ମନ୍ଦିର ମଧ୍ୟପ୍ରଦେଶର ନର୍ମଦା ନଦୀ ନିକଟରେ ଅବସ୍ଥିତ । ଏହା ମଂଧାତା ଟାପୂ ଉପରେ ତିଆରି ହୋଇଛି ଯାହା ଓମ ଆଧାରରେ ସ୍ଥାପିତ ଅଟେ ।

ସୋମନାଥ ମନ୍ଦିର, ଗୁଜୁରାଟ

ଗୁଜୁରାଟରେ ସ୍ଥିତ ସୋମନାଥ ମନ୍ଦିର ବହୁତ ପ୍ରସିଦ୍ଧ ମନ୍ଦିର ଅଟେ । ଏଠାକୁ ସବୁ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ଏହି ମନ୍ଦିର ଚାଲୁକ୍ୟ ଉପାୟରେ ତିଆରି କରାଯାଇଛି । ଏଠି ଚାନ୍ଦିର କବାଟ ଲାଗିଛି । ମନ୍ଦିର ମଧ୍ୟରେ ଶିବଲିଙ୍ଗ ସ୍ଥାପିତ ଅଛି । ଏହି ମନ୍ଦିରକୁ କେତେ ଥର ଭଙ୍ଗା ଯାଇଛି କିନ୍ତୁ ଶ୍ରଦ୍ଧାଳୁଙ୍କ ଭକ୍ତିରେ କୌଣସି ଅଭାବ ଆସି ନାହିଁ । ଏହା ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଅଟେ ।

ରାମନାଥସ୍ୱାମୀ ମଂଦିର, ତମିଲନାଡୁ

ତମିଲନାଡୁର ରାମେଶ୍ୱରରେ ସେଥୁ ସମୁଦ୍ର ତଟରେ ଅବସ୍ଥିତ ଆଇସ ଲ୍ୟାଡ ଉପରେ ରାମନାଥସ୍ୱାମୀ ମନ୍ଦିର ତିଆରି କରାଯାଇଛି । ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କ ଭକ୍ତମାନଙ୍କ ପାଇଁ ଏହା ବହୁତ ପବିତ୍ର ସ୍ଥଳ ଅଟେ । ହିନ୍ଦୁମାନଙ୍କ ୪ଟି ମହତ୍ଵପୂର୍ଣ୍ଣ ଧାର୍ମିକ ସ୍ଥାନ ମଧ୍ୟରେ ରାମେଶ୍ୱରମ ଗୋଟିଏ ଅଟେ ।