ଏହି ୩ଟି ଯୋଗାସନ ସବୁବେଳେ କରନ୍ତୁ, ଆସ୍ଥମା ରୋଗରୁ ମିଳିବ ଆରମ

ଆଜିକାଲି ଅଧିକାଂଶ ଲୋକ ପ୍ରଦୂଷଣ କାରଣରୁ ଆସ୍ଥମା ରୋଗରେ ପୀଡିତ ହେଉଛନ୍ତି । ଏହା ଶରୀରର ଏମିତି ଏକ ବେମାରୀ , ଯେଉଁଥିରେ ଫୁସ ଫୁସକୁ ଠିକ ମାତ୍ରାରେ ଅମ୍ଳଜାନ ମିଳିପାରେନି ଓ ନିଃଶ୍ୱାସ ନେବାକୁ କଷ୍ଟ ହୁଏ । ଏ ସମସ୍ୟା ହେଲେ ଔିଷଧ ନୁହେଁ ଇନହେଲର ବ୍ୟବହାର କରାଯାଏ । ଯଦି ଆସ୍ଥମାରୁ ଆରମ ପାଇବାକୁ ଚାହାନ୍ତି ତ ସବୁବେଳେ ଯୋଗାସନ କରନ୍ତୁ । ଆସନ୍ତୁ ଜାଣିବା କିଛି ଏହି ଯୋଗାସନ ବିଷୟରେ –

ସୁଖାସାନ –

ସମତଳ ଯାଗାରେ ଚକା ମାଡି ବସି ନିଜ ଶରୀରକୁ ସିଧା ରଖନ୍ତୁ । ଯେମିତିକି ଅଣ୍ଟାବି ସିଧା ରହିବ । ତାପରେ ହାତର ଆଙ୍ଗୁଠିକୁ ଖୋଲି ଆଁଠୁ ଉପରେ ରଖି ପ୍ରାଣାୟମ କରନ୍ତୁ । ଯେତେ ସମୟ ବସି ପାରିବେ ସେତେ ସମୟ କରିବେ । ଏହି  ଆସନ କରିବା ଦ୍ୱାରା ମନ ଶାନ୍ତ ଓ ଚିନ୍ତମୁକ୍ତ ରହେ ।

ଶବାସନ –

ଏ ଆସନରେ ଶରୀରକୁ ମୂର୍ଦାର ସମାନ କରିବାକୁ ହୋଇଥାଏ ବୋଲି ଏହାକୁ ଶବାସନ କୁହନ୍ତି । ଏଥିରେ ପିଠିପଟ ଦେଇ ଶୋଇକି ଦୁଇ ଗୋଡ଼କୁ ଖୋଲିକି ରଖନ୍ତୁ ଓ ହାତକୁ ଶରୀରଠୁ ୬ ଇଞ୍ଚ ଦୂରରେ ରଖନ୍ତୁ । ବେକ ସିଧାକରି ଆଖି ବନ୍ଦ ରଖନ୍ତୁ ।

ଅନୁଲୋମ ବିଲୋମ –

ଏହା ଏକ ପ୍ରାଣାୟମ ଅଟେ । ଏଥିରେ ନାକର ବାମ ପଟେ ନିଶ୍ବାସ ଭିତରକୁ ନେଇ ଡାହାଣପଟେ ବାହାରକୁ ଛାଡ଼ିବ ଓ ଡାହାଣ ପଟେ ନିଶ୍ବାସ ନେଇ ବାମ ପଟେ ଛାଡ଼ିବ । ଏମିତି ଅନୁଲୋମ ବିଲୋମ ପ୍ରାଣାୟମ ସବୁବେଳେ କରିବା ଦ୍ୱାରା ଶରୀର ନିରୋଗ ରହିଥାଏ ।