ଜେରା ବେଳେ ଏକଦମ ଅବିଚଳିତ ରହୁଛି ଗୋପାଳ, ତଦନ୍ତକାରୀ ଦଳ ହେଲେଣି ନାକେଦମ, ମୁହଁ ଖୋଲିଲେ ଗୋପାଳର ଜୀବନ ପ୍ରତି ବିପଦ ?

ସର୍ବ ସମୁଖରେ ରାଜ୍ୟର ଜଣେ ହାଇ ପ୍ରୋଫାଇଲ ବ୍ୟକ୍ତି ତଥା ସରକାରଙ୍କ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା କରିଦେଲେ । ଯେଉଁ ଖବରରେ ସାରା ଓଡିଶା ସ୍ତବ୍ଧ ହୋଇଗଲା ଓ ଆଜି ବି ଏହାକୁ ନେଇ ଚର୍ଚ୍ଚା ଥମୁନାହିଁ । ହେଲେ ଅ-ଭି-ଯୁ-କ୍ତ ଗୋପାଳର ହାବଭାବ ଓ ବ୍ୟବହାର ପୂର୍ବରୁ ଯେମିତି ରହିଥିଲା ଏବେବି ସେମିତି ଅଛି । ବିଶେଷ ସୂତ୍ରରୁ ଜଣାପଡିଛି କି, ଗୋପାଳ ଦାସ ସଂକ୍ଷେପରେ ଉତ୍ତର ଦେଉଛନ୍ତି ଏବଂ ଅଧିକ ପ୍ରଶ୍ନ କରାଗଲେ ଏକଦମ ଚୁପ୍ ରହୁଛନ୍ତି ।

ଦିନ ଦ୍ଵିପ୍ରହରେ ବିଚ୍ ରାସ୍ତାରେ ଜନଗହଳି ଭିତରେ ନବ ଦାସଙ୍କୁ guli କରିଦେଲା ASI ଗୋପାଳ ଦାସ । ଆଉ ଏହି ହ-ତ୍ୟା-କା-ଣ୍ଡ ପରେ ଗୋପାଳର ବ୍ଯବହାରକୁ ନେଇ ମଧ୍ୟ ଲୋକେ ଚର୍ଚ୍ଚା କରୁଛନ୍ତି । ଗୋପାଳଙ୍କ ମୁହଁରେ କୌଣସି ଗ୍ଳାନି ନାହିଁ କି ସେ ବିଚଳିତ ହେବା ଭଳି ବିଲକୁଲ ଦେଖା ଯାଉନାହାନ୍ତି । ତାଙ୍କୁ ଦେଖିଲେ ଲାଗୁଛି ଯେମିତି ନବ ଦାସଙ୍କୁ ହ-ତ୍ୟା କରି ତାଙ୍କ ମନରେ ଟିକିଏ ହେଲେ ବି ଅନୁଶୋଚନା ନାହିଁ । ଏମିତିକି ତାଙ୍କ ମନରେ ଟିକିଏ ଭୟ ଥିବାର ମଧ୍ୟ ମନେ ହେଉନାହିଁ ।

ଗୋପାଳଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏବଂ ଗୋପାଳକୁ ଜେରା କରୁଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଏବେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ସାଧାରଣତଃ କୌଣସି ବଡ ଧରଣର ଅପରାଧ କରିବା ପରେ ଅ-ଭି-ଯୁ-କ୍ତ-ମା-ନେ ଭୟଭୀତ ହୋଇଯାନ୍ତି । ଅନେକ ସମୟରେ କାନ୍ଦିବା ସହ ତଦନ୍ତକାରୀ ପୋଲିସ ଠାରୁ ଦୟା ମନୋଭାବ ଆଶା କରନ୍ତି । କିନ୍ତୁ ଗୋପାଳ ଦାସ କ୍ଷେତ୍ରରେ ଏପରି କିଛି ଆଦୌ ଦେଖା ଯାଉନାହିଁ । ଯାହା ବି ପ୍ରଶ୍ନ କରାଗଲେ ସେ ଏକଦମ ଅବିଚଳିତ ଢଙ୍ଗରେ ଜବାବ ଦେଉଛନ୍ତି ।

ଗୋପାଳର ଏଭଳି ବ୍ୟବହାର ଦେଖି ପୋଲିସ କର୍ମୀମାନେ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଗୋପାଳ ଆଗକୁ ଯେପରି ବ୍ୟବହାର କରୁଥିଲେ ଏବେ ମଧ୍ୟ ଠିକ ସେମିତି ବ୍ୟବହାର କରୁଥିବା ଦେଖାଯାଉଛି । ତଦନ୍ତକାରୀ ଦଳକୁ କାଳେ ଗୋପାଳ ଏକ ପ୍ରକାର ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି ବୋଲି ସନ୍ଦେହ କରାଯାଉଛି । ଗୋପାଳ ଜଣେ ଅନୁଭବୀ ପୋଲିସକର୍ମୀ ଓ ଅଭିଯୁକ୍ତଙ୍କୁ କେମିତି ଜେରା କରାଯାଏ ସେ ଭଲଭାବେ ଜାଣିଛନ୍ତି । ତେଣୁ ଗୋପାଳକୁ ଜେରା କରିବା କ୍ରା-ଇ-ମ-ବ୍ରା-ଞ୍ଚ ପାଇଁ ସହଜ ହେଉନାହିଁ ।

ଦିଲ୍ଲୀରୁ ଫରେନସିକ ଏକ୍ସପର୍ଟ ମାନଙ୍କୁ ଡକାଯିବା ସହ ଗୋପାଳର କିଛି ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆ ଯାଇଥିବା ଶୁଣିବାକୁ ମିଳୁଛି । ଗୋପାଳ ବ୍ୟକ୍ତିଗତ ଶ-ତ୍ରୁ-ତା କାରଣରୁ ଏପରି କରିଛି ନା ତା’ ପଛରେ ଆଉ କିଏ ଅଛି ତାହା ଜାଣିବାକୁ ଚେଷ୍ଟା ଜାରି ରହିଛି । ଗୋପାଳ ପାଟି ଖୋଲିଲେ ତା’ ଜୀବନ ପ୍ରତି ବିପଦ ଅଛି କି ? ସେଥିପାଇଁ କାଳେ ଚୁପ୍ ରହୁଛନ୍ତି ବୋଲି ଅନେକ ଚର୍ଚ୍ଚା କରୁଛନ୍ତି । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।