ଜେଲ ଭିତରେ ମିନି ସୋ ରୁମ ପ୍ରସ୍ତୁତ ହୋଇଛି ଆଉ ଏଠାରେ ମିଳୁଛି ଭଳିକି ଭଳି ସାମଗ୍ରୀ ।

ନମସ୍କାର ବନ୍ଧୁଗଣ । ଜେଲ ଭିତରେ ଅନ୍ତେବାସୀ ସୋ ରୁମ । ଅପରାଧ ହାତରୁ ଆକର୍ଷିଣୀୟ ଜିନିଷ । ଏହି ଅନ୍ତେବାସୀ ସୋ ରୁମରୁ ମିଳିବ ଭଳି କି ଭଳି ଘର କରଣା ଜିନିଷ । ସଂପୂର୍ଣ୍ଣ ଦେଶୀ ସାମଗ୍ରୀ ରେ ତିଆରି ବେଡସିଟ, ପାପୋଛ, ଗାମୁଛା, ରୁମାଲ, ସୋଫା ସେଟ ଆଦି ଜେଲ ଭିତର ର ସୋ ରୁମରୁ କିଣି ହେବ । କାରଣ ଯେଉଁ ଜାତରେ ହାତ କଡି ପଡିଛି ସେ ହାତ ଆଜି ତିଆରି କରିଛି ଫୁଲ ଚାଙ୍ଗୁଡି ।

ଅପରାଧୀ ର ତ୍ୟାଗ ପାଇ ଦଣ୍ଡ ଭୋଗୁଥିବା ଅନ୍ତେବାସୀଙ୍କ ହସ୍ତ ଶିଳ୍ପ ପ୍ରତିଭାକୁ ଚିହ୍ନି ପାରିଥିଲେ ଜେଲର । ଆଉ ସେଥିପାଇଁ ଜେଲ ଭିତରେ ସୋ ରୁମ ଖୋଲିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାରିପଦା ର ମଣ୍ଡଳ କାରାଗାର ରେ । ନାଲି କୋଠା ପାଚେରି ସହ ଜୀବନ କାରାବାସ ମିଳୁଛି । କିନ୍ତୁ ଅପରାଧୀ ଜଣକ ଏତେ ସୁନ୍ଦର ଜିନିଷ ତିଆରି କରିଛନ୍ତି ଯିଏ ବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ ।

ଏଠିକାର ଅନ୍ତେବାସୀ ଙ୍କ ଦ୍ଵାରା ପ୍ରତିଦିନ ଅନେକ ପ୍ରକାରର ଜିନିଷ ପ୍ରସ୍ତୁତ କରାଯାଏ । ମଣ୍ଡଳ କାରାଗାର କଏଦୀଙ୍କ ମଙ୍ଗଳ କରିବା ପାଇଁ ଜେଲର ନେଇଛନ୍ତି ନୂତନ ପଦକ୍ଷେପ । ସେଥିପାଇଁ ସୁପର ଟେଣ୍ଡେନ ନିଜେ ଏହି ଛୋଟ ଅନ୍ତେବାସୀଙ୍କ ଦେଶୀ ସୋ ରୁମର ଉଦଘାଟନ କରିଛନ୍ତି । ଏହା ସହ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ ଜେଲ ଭିତର ବଗିଚା ରେ ଲଗାଇ ଏହାର ଉତ୍ପାଦନ କରିଥାନ୍ତି ।

ଆଉ ଅନ୍ତେବାସୀ ଙ୍କ ଜିନିଷର ଚାହିଦା ମଧ୍ୟ ଅଧିକ ରହିଛି । ଜେଲ ପରିସର ରେ ନୂଆ କରି ଖୋଲିଥିବା ଏହି ମିନି ସୋ ରୁମ କୁ ସ୍ଥାନୀୟ ଲୋକଙ୍କ ମନ କିଣି ପାରିଛି । ଅନେକ ଜେଲରେ ଜୀବନ କାଟୁଥିବା କଏଦୀ ଙ୍କୁ ନେଇ ଅନେକ ଖବର ଆସିଥାଏ । ହେଲେ ବାରିପଦା ମଣ୍ଡଳ କାରାଗାର ଅନ୍ତେବାସୀ ଙ୍କ ମନ ଦୁଃଖ କି ଅବସାଦ କରି ନାହାନ୍ତି । କିଛି ନା କିଛି କାରଣରୁ ଅପରାଧି ହେବା ପରେ ନିଜର ପ୍ରତିଭା କୁ ଭୁଲି ନାହାନ୍ତି ।

ବରଂ ନିଜର ଭୁଲ ସୁଧାରିବାକୁ ଯାଇ ସମାଜ ଆଗରେ ଜଣେ ଭଲ ମଣିଷର ପୁନଃ ଜନ୍ମ ଦେବାକୁ ପ୍ରୟାସ କରୁଛନ୍ତି । ସେଥିପାଇଁ ତ ଏହି ସବୁ ଜିନିଷ ବିକ୍ରି କରିବା ପାଇଁ ତାଙ୍କୁ ସୁଯୋଗ ଦେଇଛି ଜେଲ ବିଭାଗ । ତେବେ ଜେଲ ଭିତର ର ଏହି ମିନି ସୋ ରୁମ ଆଗକୁ ଖୁବ ସଫଳ ହେଉ । ରାଜ୍ୟ ର ଅନେକ କାରାଗାର ରେ ରହୁଥିବା କଏଦୀ ଙ୍କ ପ୍ରତିଭା କୁ ଲୋକଲୋଚନ କୁ ଆଣି ଜନ ହିତ ରେ ବ୍ୟବହାର କରାଯିବା ଉଚିତ ।

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।