ବାର୍ ରେ ନାଚିବା ପାଇଁ ସାହସ ରଖିଥିଲା, ହେଲେ କାହିଁକି ଶୁଭଲକ୍ଷ୍ମୀ କଣ ବୁଝି ପାରିଲାନି ଅଙ୍କଲ ଙ୍କ ଷଡ଼ଯନ୍ତ୍ର ?

ନମସ୍କାର ବନ୍ଧୁଗଣ । ଯେଉଁ ଝିଅ ଭଦ୍ରକ ରୁ ଭୁବନେଶ୍ଵର ଆସି କଲେଜରେ ପାଠ ପଢିବା ସହ ନିଜର କଣ୍ଟାକ୍ଟ କ୍ରିଏଟ କରି ହୋଟେଲ ବାର ରେ ଡ୍ୟାନ୍ସ କରୁଥିଲା ଆଉ ତା ସହ ନିଜ ରୋଜଗାର ନିଜେ କରୁଥିଲା । ଯାହା ଅନ୍ୟ କେହି କରିବାକୁ ଅନେକ ଥର ଭାବିବେ । ତେବେ ସେ କାହିଁକି ଆତ୍ମହତ୍ୟା କରିବ ? ଶୁଭଲକ୍ଷ୍ମୀ ଯିଏକି ଭଲ ପିନ୍ଧିବା ସହ ଧନୀ ଘର ଝିଅ ଭଳି ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରୁଥିଲା ସେ କାହିଁକି ନିଜ ଜୀବନକୁ ଶେଷ କରିଦେବ ?

ତେବେ ଏହି ସବୁ ପ୍ରଶ୍ନ ସାଧାରଣରେ ଏବେ ଉଙ୍କି ମାରୁଛି । କଲେଜ ରେ ପାଠ ପଢିବା ନାଁ ରେ ନିଜର ଶିକ୍ରେଟ ଲାଇଫକୁ ବଞ୍ଚୁଥିବା ଶୁଭଲକ୍ଷ୍ମୀ କଣ ଜାଣି ନ ଥିଲେ ଏଭଳି ପ୍ରଫେସନ ରେ କଣ କଣ ସ୍ଥିତି ର ସାମ୍ନା କରିବାକୁ ପଡିପାରେ ? ନିଶ୍ଚିନ୍ତ ଭାବରେ ତାଙ୍କର ବୟସ ଯେତିକି ଥିଲା ତା ଠାରୁ ଅଧିକ ତାଙ୍କ ମାଇଣ୍ଡ ପ୍ରଖର ଥିଲା । ଏ ସବୁ ବାଦ ବି ସେ କାହିଁକି ଏଭଳି ଗୁରୁତର ଅବସ୍ଥାରେ ହୋଟେଲ ରୁ ଉଧାର ଦେଲେ ।

ତେବେ ଏ ସବୁରୁ ସ୍ପଷ୍ଟ ହେଉଛି ସେ ଅଙ୍କଲଙ୍କର ଏହା ପଛରେ ହାତ ରହିପାରେ । ଏହା ସହ ଯେଉଁ ମାନେ କାମ କରୁଥିଲେ ସେ ହୋଟେଲ ମାଲିକ ମଧ୍ୟ ଏ ବିଷୟରେ ଅବଗତ ଥିଲେ । ଏହା କେମିତି ସମ୍ଭବ ଯେ ଲୋକାଲ ଅଭିଭାବକ ବିନା ହୋଟେଲ ମାଲିକ ଗୋଟେ ଝିଅକୁ ଡ୍ୟାନ୍ସ କରିବାକୁ ତା ବାର ରେ ଅନୁମତି ଦେବ ? ଅନ୍ୟ ପଟେ ହୋଟେଲର ମାଲିକ ଏବେ କେଉଁଠି ଅଛନ୍ତି ଓ କାହିଁକି ଏ ନେଇ ସ୍ପଷ୍ଟତା ରାଖୁ ନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ତେବେ ଶୁଭଲକ୍ଷ୍ମୀ ଙ୍କ ହତ୍ୟା ପଛରେ ଏବେ 2 ଜଣଙ୍କ ନାଁ ସାମ୍ନାକୁ ଆସୁଛି । ସେ ହେଉଛନ୍ତି ତାଙ୍କ ପୁରୁଷ ବନ୍ଧୁ ସଞ୍ଜୟ ଓ ଅନିଲ । ସଞ୍ଜୟ ଦୀପାଲି ବାର ରେ ଡିଲ ଏଜେଣ୍ଟ ଭାବେ କାମ କରୁଥିଲେ । ତେବେ କେଉଁ ଜିନିଷର ଡିଲ ହେଉଥିଲା ତାହା ସ୍ପଷ୍ଟ ହେଉ ନାହିଁ । ଅନ୍ୟ ପଟେ ଶୁଭଲକ୍ଷ୍ମୀଙ୍କୁ ବାର ରେ ନିଜ ପ୍ରେମ ଜାଲରେ ଫସାଇଦେଲେ ଅନିଲ ।

ଏହାପରେ ଶୁଭଲକ୍ଷ୍ମୀଙ୍କ କନଫିଡେନ୍ସ ଏତେ ବଢିଗଲା କି ଅନିଲ ଙ୍କୁ ତାଙ୍କ ବାପା ମା ସହ ଦେଖା କରାଇଲେ । ବର୍ତ୍ତମାନ ଶୁଭଲକ୍ଷ୍ମୀ ଙ୍କ ଅଙ୍କଲଙ୍କର ଦେଖା ଦର୍ଶନ ନାହିଁ । ସେ ଅଙ୍କଲ ନିଶ୍ଚୟ ଜାଣିଥିବେ ଝିଅ ଟି ବାର ରେ କାମ କରୁଛି । ଆଉ ଏହା ଉପରେ ଆପତ୍ତି ବି କରି ନାହିଁ । ଅଙ୍କଲ କାହିଁକି ଏମିତି ରାସ୍ତା ଦେଖାଇଲେ ଶୁଭଲକ୍ଷ୍ମୀ କୁ ? ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଝିଅର ସବୁ କଥା ଅଙ୍କଲ ବୁଝୁଥିଲେ । ସବୁ ପ୍ରଶ୍ନ ର ଉତ୍ତର ଏବେ ପୋଲିସ ଖୋଜିବାରେ ଲାଗିଛି । ଜୀବନ ବଞ୍ଚିବାର ଇଚ୍ଛା ଯୁବପିଢି ଙ୍କୁ ଏମିତି ଜାଗାରେ ଆଣି ଛିଡା କରି ଦେଇଥାଏ ଯେଉଁଠି ୟୁ-ଟର୍ନ ନ ଥାଏ ତାହା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ବୁଝା ପଡୁଛି ।