ଲୋକପ୍ରିୟ ଆକ୍ଟର ସ୍ବର୍ଗତଃ Puneeth Rajkumar ଙ୍କ Life Style, ରୋଜଗାର, ବାୟୋଗ୍ରାଫି, ସ୍ତ୍ରୀ ଓ ପରିବାର, ଜାଣନ୍ତୁ ସେ ଛାଡି ଯାଇଛନ୍ତି କେତେ କୋଟି ଟଙ୍କାର ସମ୍ପତି

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର ପୁନୀତ ରାଜକୁମାର ଆଉ ଆମ ଗହଣରେ ନାହାନ୍ତି ।  ୨୦୨୧ ଅକ୍ଟୋବର ୨୯ ରେ ହୃଦଘାତରେ ସେ ପ୍ରା-ଣ ହ-ରା-ଇ-ଛ-ନ୍ତି । ଯାହା ପରେ ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଓ ତାଙ୍କୁ ଜାଣିଥିବା ପ୍ରତ୍ଯେକ ଲୋକ ଖୁବ ମ-ର୍ମା-ହ-ତ ହୋଇ ପଡିଛନ୍ତି । ଆପଣ ମଧ୍ୟ ନିଶ୍ଚୟ ପୁନୀତଙ୍କ ଫିଲ୍ମ ଦେଖିଥିବେ । କିନ୍ତୁ ଆପଣ କଣ ତାଙ୍କ ଜୀବନଶୈଳୀ ଓ ବାୟୋଗ୍ରାଫି ବିଷୟରେ ଜାଣିଛନ୍ତି ? ସେ ସଂ-ଘ-ର୍ଷ କରି କିପରି ନିଜକୁ ପ୍ରତିଷ୍ଠିତ କରି ପଡ଼ିଥିଲେ ଓ କିପରି ଜୀବନ କଟୁଥିଲେ ତାହା ଆଜି ଆମ ଆପଣଙ୍କୁ ଜଣାଇବୁ ।

ପୁନୀତଙ୍କ ଅସଲ ନାମ ହେଉଛି ଲୋହିତ ରାଜ୍କୁମାର ଏବଂ ଅପୁ ଓ ପାୱାର ଷ୍ଟାର ନାମରେ ମଧ୍ୟ ସେ ବେଶ ଜଣାଶୁଣା । ତାଙ୍କ ଜନ୍ମ ୧୭ ମାର୍ଚ୍ଚ ୧୯୭୫ରେ ତାମିଲନାଡୁର ଚେନ୍ନାଇରେ ହୋଇଥିଲା । ମୃ-ତ୍ୟୁ ବେଳେ ତାଙ୍କ ବୟସ ମାତ୍ର ୪୬ ବର୍ଷ ହୋଇଥିଲା । ସେ ଅଭିନେତା ସହ ଜଣେ  ଭଲ ଗାୟକ, ପ୍ରଡ୍ୟୁସର ଓ ଟିଭି ରିପ୍ରେସେଣ୍ଟର ମଧ୍ୟ ଥିଲେ । ପୁନୀତଙ୍କ ପିତା ମଧ୍ୟ ଜଣେ ଭଲ ଅଭିନେତା ଥିଲେ ଓ ସେମାନେ ୫ ଭାଇଭଉଣୀ । ପୁନୀତଙ୍କୁ ମାତ୍ର ୬ ବର୍ଷ ହୋଇଥିବା ବେଳେ ତାଙ୍କ ପରିବାର କର୍ଣ୍ଣାଟକର ମାଇସୋରକୁ ଶିଫ୍ଟ ହୋଇ ଯାଇଥିଲେ ।

ତାଙ୍କ ପିତା ପୁନୀତ ଓ ତାଙ୍କ ଭଉଣୀଙ୍କୁ ପ୍ରାୟ ଫିଲ୍ମ ସେଟକୁ ମଧ୍ୟ ନେଇ ଯାଉଥିଲେ । ତାଙ୍କ ବଡ ଭାଇ ଶିବା ରାଜକୁମାର ମଧ୍ୟ ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ମାତ୍ର ୬ ମାସର ହୋଇଥିବା ବେଳେ ପୁନୀତ ଏକ କନ୍ନଡ ଫିଲ୍ମ ‘ପ୍ରେମଦା କନିକେ’ ରେ ନଜର ଆସିଥିଲେ । ଶିଶୁ କଳାକାର ଭାବେ ପୁନୀତ ଅନେକ ଫିଲ୍ମରେ କାମ କରିଥିଲେ ଓ ଏଥିପାଇଁ ତାଙ୍କୁ କନ୍ନଡ ଫିଲ୍ମ ଆୱାର୍ଡ ସହ ଜାତୀୟ ଫିଲ୍ମ ଆୱାର୍ଡ ମଧ୍ୟ ମିଳିଥିଲା । ସେତେବେଳେ ତାଙ୍କ ସ୍କ୍ରିନ ନାମ ମାଷ୍ଟର ଲୋହିତ ଥିଲା ।

ଶିଶୁ କଳାକାର ଭାବେ ଅନେକ ଫିମରେ କାମ କରିବା ପରେ ପୁନୀତ ୨୦୦୨ରେ କନ୍ନଡ ଫିଲ୍ମ ‘ଅପୁ’ ମୁଖ୍ୟ ଅଭିନେତା ଭାବେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବକ୍ସଅଫିସରେ ଖୁବ ହୋଇଥିଲା ଓ ଏହି ଫିଲ୍ମର ତାମିଲ ଓ ତେଲୁଗୁ ରିମେକ ମଧ୍ୟ ବନିଥିଲା । ଏହାପରେ ପୁନୀତ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣି ନେଇଥିଲେ । ଏପ୍ରିଲ ୨୦୨୧ ରେ ପୁନୀତଙ୍କ ଶେଷ ଫିଲ୍ମ ‘ୟୁବାରତ୍ନ’ ଆସିଥିଲା । ଆଗକୁ ମଧ୍ୟ ତାଙ୍କର ଦୁଇଟି ଫିଲ୍ମ ଆସିବାର ଥିଲା ।

ପୁନୀତ ଅନେକ ଟିଭି ଶୋ’ରେ ମଧ୍ୟ ହୋଷ୍ଟ ଓ ଜଜ୍ ଭାବେ କାମ କରିଛନ୍ତି । ଏହାସହ ସେ ୨୦ରୁ ଅଧିକ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଥିଲେ । ସେ ଆଇପିଏଲ ଟିମ୍ମ ଆରସିବି ର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଥିଲେ ଓ ତାଙ୍କର ନିଜର ଏକ ଫୁଟବଲ ଟିମ୍ ମଧ୍ୟ ଥିଲା । ଏହାସହ PRK ଅଡିଓ ନାମକ ତାଙ୍କର ଏକ ମ୍ୟୁଜିକ ଲେବଲ ମଧ୍ୟ ଅଛି । ପୁନୀତ ୧୯୯୯ରେ ବିବାହ କରିଥିଲେ ଓ ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି ।

ବେଙ୍ଗାଲୁରୁରେ ନିଜର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ପୁନୀତ ନିଜ ପରିବାର ସହ ରହୁଥିଲେ ଓ ତାଙ୍କର ଅନେକ ମହଙ୍ଗା କାର ଓ ବାଇକ ମଧ୍ୟ ଅଛି । ପୁନୀତ ଗୋଟିଏ ଫିଲ୍ମରେ କାମ କରିବା ୬-୭ କୋଟି ଟଙ୍କା ନେଉଥିଲେ ଓ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ତାଙ୍କର ଅଧିକ ରୋଜଗାର ହେଉଥିଲା । ପୁନୀତଙ୍କ କୁଳ ସମ୍ପତ୍ତି ହେଉଛି ପ୍ରାୟ ୬୦ କୋଟି ଟଙ୍କା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।