ଏମିତି କମାଲ କରି ନିଜ ଜେଜେମାଙ୍କୁ ପୁନର୍ଜୀବିତ କରି ଦେଲା ନାତୁଣୀ, ତା’ପରେ ଯାହା ହେଲା ଲୋକେ ଦେଖି ଆଚମ୍ବିତ ହେଉଛନ୍ତି, ଦେଖନ୍ତୁ video

ଯେଉଁମାନେ ନିଜ ଜେଜେବାପା ଓ ଜେଜେମାଙ୍କ ସହ ଭଲପାଇବା ମିଳେ ସେମାନେ ବହୁତ ସୌଭାଗ୍ୟବାନ ହୋଇଥାନ୍ତି । ଜେଜେନ୍ବାପା ଓ ଜେଜେମା’ଙ୍କ ସହ ବଡ ହେବାର ଆନନ୍ଦ ଖୁବ ନିଆରା । କିନ୍ତୁ ବସ ହେବା ପରେ ସେମାନେ ଯେତେବେଳେ ଏମାନେ ଦୁନିଆ ଛାଡି ଚାଲିଯାନ୍ତି ସେମାନଙ୍କ ମିଠା ମିଠା ସ୍ମୃତି କେବଳ ପଛରେ ଛାଡି ଯାଆନ୍ତି । ଆଜି ଆମେ ଆପଣଙ୍କୁ ଜଣେ ଏମିତି ନାତୁଣୀ ସହ ଭେଟ କରେଇବୁ ଯିଏ ଜେଜେମା’ଙ୍କ ମୃତ୍ଯୁର ତିନି ବର୍ଷ ପରେ ତାଙ୍କୁ ପୁନର୍ଜୀବିତ କରିପାରିଛି ।

ସେହି ନାତୁଣୀ ଜଣକ ହେଉଛନ୍ତି ଜଣେ ମେକଅପ ଆର୍ଟିଷ୍ଟ, ଯିଏ ତାଙ୍କ ଜେଜେମାଙ୍କୁ ଖୁବ ଭଲପାଆନ୍ତି । ସେ ଆଜି ବି ତାଙ୍କ ଜେଜେମାଙ୍କୁ ଖୁବ ମନେପକାନ୍ତି । ତେଣୁ ସେ ତାଙ୍କୁ ଏକ ନିଆରା ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମେକଅପ କରି ନିଜ ଲୁକ୍ ଏମିତି ବଦଳେଇ ଦେଲେ ଯେ ଏକଦମ ନିଜ ଜେଜେମା’ଙ୍କ ଭଳି ଦେଖା ଯାଉଛନ୍ତି । ତାଙ୍କ ଟ୍ୟାଲେଣ୍ଟ ଆଉ ଟ୍ରାନ୍ସଫର୍ମେସନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ପ୍ରିୟଙ୍କା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ।

ଏହି ଭିଡିଓ ସହ ସେ ଭାବୁକ କରିଦେବା ଭଳି କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି, “ମା ଏହା ତୁମ ପାଇଁ । ୩ ବର୍ଷ ହୋଇଗଲା ସେ ଆମ ସାଥିରେ ନାହାନ୍ତି । କିନ୍ତୁ ମୋତେ ସବୁଦିନ ତାଙ୍କ କଥା ମନେପଡେ । ମୁଁ କାମକୁ ଯିବାବେଳେ ସେ ସବୁବେଳେ ମୋତେ ପ୍ରେମରେ ଆଲିଙ୍ଗନ କରି ଚୁମ୍ବନ ଦେଉଥିଲେ ।


ଯେଉଁ ଦିନ ସେ ଆମକୁ ଛାଡି ଚାଲିଗଲେ ସେଦିନ ସକାଳେ ମୋର କାମକୁ ଯିବାକୁ ଡେରି ହୋଇ ଯାଇଥିଲା । ଜଲ୍ଦବାଜିରେ ସେଦିନ ମୁଁ ତାଙ୍କୁ ଆଲିଙ୍ଗନ କଲିନାହିଁ । ସେ ମୋତେ କହିଲେ ବି, ବେଟା ମୋ ପାଖକୁ ଟିକେ ଆସେ । କିନ୍ତୁ ମୁଁ ତାଙ୍କୁ କାମକୁ ଯିବାକୁ ଡେରି ହୋଇଗଲିଣି କହି ଚାଲିଗଲି । ଆଜି ବି ମୋତେ ସେଥିପାଇଁ ପଶ୍ଚାତପ ହେଉଛି କି, ସେଦିନ କାହିଁକି ମୁଁ ତାଙ୍କୁ ଆଲିଙ୍ଗନ ନକରି ଚାଲିଗଲି ।

ଏକ ଯୌଥ ପରିବାରରେ ବଡ ହେବା କୌଣସି ବରଦାନ ଠାରୁ କମ୍ ନୁହେଁ । ଆପଣଙ୍କୁ ନିଜ ଜେଜେମା-ଜେଜେବାପାଙ୍କ ସହ ବହୁତ ସମୟ କରିବାକୁ ସୁଯୋଗ ମିଳିଥାଏ । ମୋ ଜୀବନର ସବୁଠୁ ସୁନ୍ଦର ସ୍ମୃତି ତାଙ୍କ ସହ ବିତିଛି ଓ ସେଗୁଡିକୁ ମୁଁ ସାରା ଜୀବନ ମୋ ମନରେ ସଜେଇକି ରଖିବି ।

ମା ତୁମେ ସବୁଠୁ ଦୟାଳୁ ଓ ତୁମ ହୃଦୟ ବହୁତ ବଡ ଥିଲା । ମୁଁ ତୁମକୁ ସବୁବେଳେ ଏମିତି ମିସ୍ କରିବି । ମୁଁ ତୁମକୁ ବହୁତ ଭଲ ପାଏ ମା ।” ପ୍ରିୟଙ୍କାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ଦେଖି ସମସ୍ତେ ଜେଜେବାପା ଓ ଜେଜେମା’ଙ୍କୁ ମନେ ପକାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।