କଳିଯୁଗର ଏହି 5 ଟି ରହସ୍ୟ ବିଷୟରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କହିଥିଲେ, ଯାହା ଏବେ ଗୋଟି ଗୋଟି କରି ସତ୍ୟ ପ୍ରମାଣିତ ହେଉଛି

ମହାଭାରତ ଯୁଦ୍ଧ ଶେଷ ହେବା ପରେ ପାଣ୍ଡବ ମାନଙ୍କର କଳିଯୁଗ ବିଷୟରେ ଜାଣିବାକୁ ଅତ୍ୟନ୍ତ ଆଗ୍ରହ ହେଲା । କଳିଯୁଗର ଲୋକମାନେ କେମିତି ହେବେ, ସେମାନଙ୍କ ବିଚାର କେମିତି ହେବ ଓ ମୋକ୍ଷ ପ୍ରାପ୍ତି ପାଇଁ ସେମାନେ କଣ କରିବେ ଆମକୁ କୁହନ୍ତୁ ବୋଲି ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ । ଏସବୁର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ କହିଲେ ବଣକୁ ଯାଅ ଓ ସେଠାରେ ଯାହା ଦେଖିବ ସେସବୁ ମୋତେ ଆସି । ପାଣ୍ଡବମାନେ ବଣରେ କଣ ଦେଖିଲେ ଆସନ୍ତୁ ଜାଣିବା ।

ପ୍ରଥମେ ଯୁଧିଷ୍ଠିର ବଣରେ ଦୁଇଟି ଶୁଣ୍ଢ ଥିବା ହାତୀ ଦେଖି ଆଶ୍ଚର୍ଯ୍ୟ ହୋଇ ଶ୍ରୀକୃଷ୍ଣଙ୍କୁ ତା’ ବିଷୟରେ ପଚାରିଲେ । ଶ୍ରୀକୃଷ୍ଣ ଉତ୍ତର ଦେଲେ, କଳିଯୁଗରେ ଏପରି ଲୋକମାନେ ଶାସନ କରିବେ ଯେଉଁମାନେ ଗୋଟିଏ କଥା କହିବେ କିନ୍ତୁ ଆଉ ଗୋଟିଏ କାମ କରିବେ । ହାତୀର ଦୁଇ ଶୁଣ୍ଢ ଭଳି ସେମାନେ ଦୁଇ ଅଦୁ ଲୋକଙ୍କୁ କେବଳ ଶୋଷଣ ହିଁ କରିବେ ।

ଦ୍ଵିତୀୟରେ ଭୀମ ଦେଖିଲେ ଯେ ଗାଈଟିଏ ତା’ ଛୁଆକୁ ଏମିତି ଚାଟୁଛି କି ତା ଦେହରୁ ରକ୍ତ ବାହାରି ଯାଉଛି । ଏହାର ଉତ୍ତର ଦେଇ ଶ୍ରୀକୃଷ୍ଣ କହିଲେ ଯେ, କଳିଯୁଗରେ ପିତାମାତା ସନ୍ତାନ ମୋହରେ ଏତେ ଅନ୍ଧ ହୋଇଯିବେ ଯେ ତା’ର ବିକାଶ ଏବଂ ଭବିଷ୍ୟତ କଥା ଭୁଲିଯିବେ । ପିଲାଙ୍କୁ ପରିବାର ମୋହରେ ବାନ୍ଧି ରଖି ତାଙ୍କ ଜୀବନ ନଷ୍ଟ କରିଦେବେ ।

ତୃତୀୟରେ ଅର୍ଜୁନ ଦେଖିଲେ ଗୋଟିଏ ପକ୍ଷୀର ଡେଣାରେ ବେଦ ଶ୍ଳୋକ ଲେଖାଅଛି କିନ୍ତୁ ସେ ମଣିଷ ମାଂସ ଖାଉଛି । ଏକଥା ଶୁଣି ଶ୍ରୀକୃଷ୍ଣ କହିଲେ କଳିଯୁଗରେ ଏମିତି ଲୋକକୁ ଜ୍ଞାନୀ ଓ ପଣ୍ଡିତ କୁହାଯିବ ଯାହାର ମନରେ ଗୋଟିଏ କଥା ଥିବ ଏବଂ ବାହାରକୁ ଅନ୍ୟ କିଛି ଦେଖା ଯାଉଥିବ । କଳିଯୁଗରେ ବହୁତ କମ୍ ପ୍ରକୃତ ସନ୍ଥ ମିଳିବେ ଓ ଅନ୍ୟ ସମସ୍ତେ ଲୋଭୀ ଏବଂ ପରର ଅନିଷ୍ଟ ଚିନ୍ତକ ହେବେ ।

ଚତୁର୍ଥରେ ନକୁଳ ଦେଖିଲେ ପାହାଡ଼ରୁ ଏକ ବିଶାଳକାୟ ପଥର ଗାଡି ଗାଡି ଆସି ଏକ ଛୋଟିଆ ଗଛରେ ଲାଗିଗଲା । ତାକୁ କେହି ବଡ ପଥର ଅଟକାଇ ପାରିଲେ ନାହିଁ । ଏନେଇ ଶ୍ରୀକୃଷ୍ଣ କହିଲେ କଳିଯୁଗରେ ମଣିଷର ବୁଦ୍ଧି ବହୁତ କ୍ଷୀଣ ହୋଇଯିବ ଓ ତା’ ଜୀବନ ଶୀଘ୍ର ସରିଯିବ । ସେ ମୃତ୍ୟୁକୁ ଟଙ୍କା ପଇସା ଜମିବାଡି ଦେଇ ଅଟକାଇ ପାରିବ ନାହିଁ । ମାତ୍ର ହରିନାମ ଭଳି ଛୋଟ ବୃକ୍ଷ ଦ୍ଵାରା ସେ ଉଦ୍ଧାର ହେବ ।

ପଞ୍ଚମରେ ସହଦେବ ଦେଖିଲେ ଜଙ୍ଗଲରେ ବହୁତ କୂପ ଅଛି କିନ୍ତୁ ସେଥିରେ ପାଣି ନାହିଁ । ଜଙ୍ଗଲ ମଝିରେ ଥିବା କୂପଟି ମଧ୍ୟ ବହୁତ ଗଭୀର ଥିବା ସତ୍ତ୍ୱେ ଖାଲି ଅଛି । ଏ କଥାରୁ ଶ୍ରୀକୃଷ୍ଣ କହିଲେ କଳିଯୁଗରେ ଲୋକମାନେ ନିଜ ସଉକ, ଉତ୍ସବ ଓ ଝିଅ ବାହାଘର ଆଦିରେ ଅତ୍ୟଧିକ ଧନ ଖର୍ଚ୍ଚ କରିବେ । ମାତ୍ର ଭୋକିଲା ଲୋକଟିକୁ ଦାନା ଟିଏ ବି ଦେବେନି । ନିଜ ଭୋଗବିଳାସ ମଦ ମାଂସରେ ଲିପ୍ତ ରହିବେ ।

କିନ୍ତୁ ଯେଉଁମାନେ ଏସବୁରେ ମନ ଦେବେନି ସେମାନଙ୍କ ଠାରେ କଳିଯୁଗର ନୁହେଁ ମାତ୍ର ଭଗବାନଙ୍କ ପ୍ରଭାବ ରହିବ । ଏହା ହେଉଛି କଲୋଯୁଗର ୫ଟି ଅପ୍ରିୟ ସତ୍ୟ ଯାହା ଭଗବାନ ଶ୍ରୀକୃଷ୍ଣ  ପାଣ୍ଡବ ମାନଙ୍କୁ କହିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।