ଯାତ୍ରା ମଞ୍ଚରେ ଅଭିନେତ୍ରୀ Elina ଙ୍କ ସହ ଯାହା ଘଟିଗଲା ନା… ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ମଞ୍ଚ ଉପରେ ବିଭିନ୍ନ ଡ୍ୟାନ୍ସ ନମ୍ବରରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରାଉଥିଲେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଆଉ ଏତିକି ବେଳେ ତାଙ୍କ ସହ ଯାହା ଘଟିଗଲା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ମିଠା ମିଠା କଥା କହି ବିଭିନ୍ନ ଗୀତରେ ଡ୍ୟାନ୍ସ କରି ନିଜେ ନାଚିବା ସହ ଦର୍ଶକଙ୍କୁ ଝୁମାଉଥିଲେ ଏଲିନା । ଆଉ ମଝି ମଝିରେ ଦର୍ଶକଙ୍କ ଆଡକୁ ହଟା ବଢାଇ ସମସ୍ତଙ୍କ ହାତକୁ ଛୁଇଁ ଦେଉଥିଲେ । ଆଉ ଏତିକି ବେଳେ ଭିଡ ଭିତରୁ ଜଣେ ପୁରୁଷ ଦର୍ଶକ ହଠାତ ଏଲିନାଙ୍କ ହାତକୁ ଜାବୁଡି ଧରିଥିଲେ ।

ବେଶ କିଛି ସମୟ ଧରି ସେ ଏଲିନାଙ୍କ ହାତକୁ ଧରି ପକାଇଥିଲେ ଓ ଛାଡି ନଥିଲେ । ଏହା ଦେଖି ଆଖପାଖରେ ଥିବା ଦର୍ଶକ ତାଙ୍କୁ ହାତ ଛାଡିଦେବା ପାଇଁ ଚିଲାଇ ଥିଲେ । ଏଲିନା ନିଜେ ମଧ୍ୟ ସେହି ଅମାନିଆ ଦର୍ଶକଙ୍କୁ ବୁଝାଇଥିଲେ । ଶେଷରେ ଏଲିନାଙ୍କ ହାତ ଛାଡି ଦେଇଥିଲେ ଯୁବକ ଜଣକ । ବର୍ତ୍ତମାନ ଏହି ଘଟଣାର ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି । ଏଲିନାଙ୍କ ସହ ଏପରି ଘଟିଥିବା କଥା ସାମ୍ନାକୁ ଆସିବା ପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି ।

କେହି କେହି ଏଲିନାଙ୍କ ଯାତ୍ରା ମଞ୍ଚକୁ ଯିବା ବିଲକୁଲ ପସନ୍ଦ କରିନାହାନ୍ତି । ଫିଲ୍ମ ମିଳୁ ନଥିବାରୁ ଅଭିନେତ୍ରୀମାନେ ଟଙ୍କା ପାଇଁ ଯାତ୍ରା ମଞ୍ଚକୁ ଯାଇ ଦର୍ଶକଙ୍କ ମନୋରଞ୍ଜନ କରାଉଛନ୍ତି ବୋଲି ଅନେକ କଥା ହେଉଛନ୍ତି । ତେବେ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଏଭଳି ଅନେକ ସମୟରେ ଘଟିଥାଏ ।

କିଛି ଲୋକ ତାଙ୍କ ପସନ୍ଦର ଅଭିନେତା ତଥା ଅଭିନେତ୍ରୀଙ୍କୁ ପାଖରେ ପାଇ କିଛି ଏଭଳି କରି ପକାଇଥାନ୍ତି । ଯାହାକି ଅନେକ ସମୟରେ ଦେଖିବାକୁ ମିଳିଛି । ତେବେ ଯାହା ହେଉ ଯୁବକ ଜଣକ କିଛି ସମୟ ଏଲିନାଙ୍କ ହାତ ଧରି ତାଙ୍କ ସହ କଥା ହେବା ପରେ ତାଙ୍କ ହାତକୁ ଛାଡି ଦେଇଥିଲେ । ମଞ୍ଚ ଉପରେ ଏଲିନା କିନ୍ତୁ ଏହାକୁ ବେଶ ଚତୁରତାର ସହ ହ୍ୟାଣ୍ଡେଲ କରିଥିଲେ । ଏହାକୁ ନେଇ ବିଶେଷ ପ୍ରତିକ୍ରିୟା ପ୍ରକାଶ କରି ନଥିଲେ ।

ସେଲିବ୍ରିଟିଙ୍କ ସହ ପ୍ରାୟତଃ ଏଭଳି ଘଟିଥାଏ ତେଣୁ ଏଲିନା ବୋଧେ ଏହାକୁ ସେତେ ଗୁରୁତର ଭାବେ ନେଇ ନଥିଲେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଓଲିଉଡର ଏହି ଚୁଲବୁଲି ନାୟିକା ଏଲିନାଙ୍କୁ କିଏ ନା ଜାଣେ ! ତେବେ ଏଲିନାଙ୍କ ଯାତ୍ରା ମଞ୍ଚର ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।