ଭଡକିଲେ ପାକିସ୍ତାନୀ କ୍ରିକେଟପ୍ରେମୀ, Rishabh Pant ପାକିସ୍ତାନ ପକ୍ଷରୁ ଖେଳିଥିଲେ କେବେ ବି ବସି ନଥାନ୍ତେ, ଏଭଳି କାହିଁକି କହିଲେ ଏହି ପାକିସ୍ତାନୀ କ୍ରିକେଟର ?

ଟି-୨୦ ବିଶ୍ଵକପରେ ଭାରତ ଠାରୁ ପରାଜିତ ହେବା ପରେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ଓ କ୍ରିକେଟପ୍ରେମୀ । ସେଥିପାଇଁ ତ ନିଜ ଦେଶର ଖେଳାଳିଙ୍କୁ ପରାମର୍ଶ ଦେବା ବଦଳରେ ଭାରତୀୟ ଦଳକୁ ପରାମର୍ଶ ଦେଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଓହାବ ରିୟାଜ । ରିଷଭ ପନ୍ଥଙ୍କୁ ଟିମ୍ ଇଣ୍ଡିଆର ଚୁଡାନ୍ତ ଏକାଦଶରେ ସାମିଲ ନକରିବା ନେଇ ଟିମ ମ୍ୟାନେଜମେଣ୍ଟ ଉପରେ ଓହାବ ରିୟାଜ ପ୍ରଶ୍ନ ଉଠାଇଛନ୍ତି ।

ଏପରିକି ସେ କହିଛନ୍ତି, ଯଦି ପନ୍ଥ ପାକିସ୍ତାନ ଖେଳାଳି ହୋଇଥାନ୍ତେ ତେବେ ତାଙ୍କୁ ସବୁ ମ୍ଯାଚରେ ଖେଳିବାକୁ ସୁଯୋଗ ମିଳିଥାନ୍ତା ବୋଲି ସେ କହିଛନ୍ତି । ପାକିସ୍ତାନର ଏକ ଗଣମାଧ୍ୟମ ସାକ୍ଷାତକାରରେ ଓହାବ ରିୟାଜ କହିଛନ୍ତି, “ମହେନ୍ଦ୍ର ସିଂ ଧୋନୀଙ୍କ ପରେ ରିଷଭ ପନ୍ଥ ଭାରତର ଶ୍ରେଷ୍ଠ ୱିକେଟ କିପର୍ ଭାବେ ଜଣାଶୁଣା । ଉଭୟ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଶତକ ମାରି ସାରିଛନ୍ତି ରିଷଭ ପନ୍ଥ । ସେ ଯଦି ପାକିସ୍ତାନର ହୋଇଥାନ୍ତେ ତେବେ ଟି-୨୦ ବିଶ୍ଵକପ ମ୍ଯାଚରେ ଚୁଡାନ୍ତ ଏକାଦଶରୁ କେବେ ହେଲେ ବାଦ୍ ପଡି ନଥାନ୍ତେ ।”

ତେବେ ଦଳକୁ ଜଣେ ଫିନିଶରର ଆବଶ୍ୟକ ରହିଛି ସେଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ରିଷଭ ପନ୍ଥଙ୍କୁ ଦଳରୁ ବାଦ୍ ଦେଉଛି । ଆଉ ଏହି ଭୂମିକାରେ ଏବେ ଦିନେଶ କାର୍ତ୍ତିକଙ୍କୁ ରଖାଯାଇଛି । ପନ୍ଥ ବଡ ସଟ୍ ଖେଳି ବଡ ରନ୍ କରିପାରିବେ ଏଥିରେ କେହି ଦ୍ଵିମତ ହେବେନାହିଁ । କିନ୍ତୁ ମ୍ଯାଚକୁ ଯଦି ଉଚିତ ଢଙ୍ଗରେ ଶେଷ ନକରିବେ ତେବେ ଦଳ ପରାଜିତ ହେବ । ଏହାକୁ ଦୃଷ୍ଟିରେ ରଖି ଦିନେଶ କାର୍ତ୍ତିକଙ୍କୁ ଖେଳିବା ପାଇଁ ସୁଯୋଗ ମିଳୁଥିବା ନେଇ କ୍ରିକେଟ ବିଶାରଦ କହିଛନ୍ତି ।

ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁରେଶ ରାଇନା, ରିଷଭ ପନ୍ଥଙ୍କୁ ପ୍ରଶଂସା କରିବା ସହ ଦଳରେ ବାମହାତୀ ବ୍ୟାଟର ରହିବା ଦଳ ପାଇଁ ବେଶ ଲାଭଦାୟକ ବୋଲି କହିଥିଲେ । ରିଷଭ ପନ୍ଥ ପ୍ରଥମ ବଲରୁ ହିଁ ଛକା ମାରିପାରିବେ । ସୁଯୋଗ ମିଳିଲେ ରିଷଭ ପନ୍ଥ ଏକାକୀ ମ୍ଯାଚ ଜିତେଇବାର କ୍ଷମତା ରଖିଛନ୍ତି । ପନ୍ଥ ଜଣେ ବାମହାତୀ ବ୍ୟାଟର ହୋଇଥିବାରୁ ସେ ଭାରତୀୟ ଟିମ୍ ର ଏକ୍ସ-ଫ୍ୟାକ୍ଟର ବୋଲି କହିଛନ୍ତି ସୁରେଶ ରାଇନା ।

ତେବେ ବିଶ୍ଵକପର କୌଣସି ମ୍ଯାଚରେ ରିଷଭ ପନ୍ଥଙ୍କୁ ସୁଯୋଗ ମିଳି ନଥିବା ବେଳେ ଦିନେଶ କାର୍ତ୍ତିକଙ୍କ ଉପରେ ଭରସା କରିଛନ୍ତି ରୋହିତ । ତେବେ ଦେଖାଯାଉ ଆଗକୁ ଦଳରେ କଣ ସବୁ ପରିବର୍ତ୍ତନ ହେଉଛି ଓ ରିଷଭ ପନ୍ଥଙ୍କୁ ଖେଳିବାକୁ ଶୁଜୋଟ ମିଳୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।