ମଞ୍ଚ ଉପରେ ଦର୍ଶକଙ୍କୁ ହସେଇ ହସେଇ ଗଡାଉଥିବା କଳାକାର ଆଜି ଏମିତି କାଟୁଛନ୍ତି ଦିନ, ଦେଖିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ video

ଦିନେ ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରୁଥିଲେ । ତାଙ୍କୁ କିଏ ବା ନ ଚିହ୍ନିଛି ! ସେ ହେଉଛନ୍ତି ଯାତ୍ରା କମେଡିଆନ ରସରାଜ ମଣିଭଦ୍ର । ଦିନେ ମୁହଁରେ ପାଉଡର ବୋଳି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗଉଥିବ ରସରାଜ ଆଜି ଦୁଃଖର ଦରିଆରେ ଭାସୁଛନ୍ତି । ତାଙ୍କର ପଦେ ପଦେ କଥାରେ ହୋହାଲ୍ଲା ଏବଂ କରତାଳିରେ ଯାତ୍ରା ହଲ୍ କମ୍ପି ଉଠୁଥିଲା । ହେଲେ ଆଜି ସମୟ ବଦଳି ଯାଇଛି ଆଉ ଜରାଶ୍ରମ ତାଙ୍କ ଠିକଣା ପାଲଟିଛି । ଆଜି ତାଙ୍କ ମୁହଁରୁ କମେଡି ଡାଇଲଗ ବଦଳରେ ଖାଲି କୋହଭରା କଥା ବାହାରୁଛି ।

 

ମନର ସମସ୍ତ ଦୁଃଖକୁ କେଉଁଠି କବର ଦେଇ ଦର୍ଶକଙ୍କୁ ହସାଇବା ପାଇଁ ମଞ୍ଚ ଉପରେ କମେଡି ଡାଇଲଗ ମାରନ୍ତି ମଣିଭଦ୍ର । କାହିଁକି ନା ରାତି ଅନିଦ୍ରା ହୋଇ କଳା ପ୍ରଦର୍ଶନ କଲେ ଯାଇ ଦିପଇସା ହାତକୁ ଆସିବ ଓ ସେଥିରେ ଦୁଇପୁଅଙ୍କୁ ମଣିଷ କରିବେ । ଜୀବନରେ କଷ୍ଟ କରି ଦୁଇପୁଅଙ୍କୁ ସିନା ମଣିଷ କରିଦେଲେ ହେଲେ ଏହି ପରିଣତ ବୟସରେ ବୃଦ୍ଧାଶ୍ରମରେ ଜୀବନ କାଟୁଛନ୍ତି ଚିରସବୁଜ ହାସ୍ୟାଭିନେତା ରସରାଜ ମଣିଭଦ୍ର ।

ପାଉଡର ମିଶା ଝାଳ ପିଇ ପିଇ ଦୁଇପୁଅଙ୍କୁ ମଣିଷ କରିଥିବା ରସରାଜ ସାମାନ୍ଯ ଏଟିଏମ କାର୍ଡ ପାଇଁ ଦୁଇପୁଅଙ୍କ ଠାରୁ ଦୂରେଇ ଯାଇଛନ୍ତି । କିଛି ବର୍ଷ ହେଲା ବଡପୁଅ ପାଖରୁ ଆସି ସାନ ପୁଅ ପାଖରେ ରହୁଥିଲେ ରସରାଜ । ହେଲେ ହଠାତ ସେଠାରୁ ଚାଲି ଆସି ପାରାଦ୍ଵୀପ ସ୍ଥିତ ଏକ ଜରାଶ୍ରମରେ ଦିନ କାଟୁଛନ୍ତି । ବାପା ହୃଦୟକୁ କିଏ ବା ବୁଝିବ ! ଉପରୁ ଶକ୍ତ ରହୁଥିବା ବାପା ମଲାବେଳେ ବି ମଶାଣି ଜୁଇରେ ନିଆଁ ଟିକେ ପାଇବା ପାଇଁ ପୁଅକୁ ଖୋଜେ ।

ସେଥିପାଇଁ ତ ଜରାଶ୍ରମରେ ରହୁଥିଲେ ମଧ୍ୟ ପୁଅମାନଙ୍କ ଦୋଷ ଦୁର୍ବଳ କହିବା ବେଳେ କଥା ଆଡେଇ ଦେଉଛନ୍ତି । କିନ୍ତୁ କଥା କଥାରେ ଏକଥା ବି କହିଛନ୍ତି, ଯେଉଁମାନେ ବାପାମା’ଙ୍କୁ ହତାଦାର କରିବେ ସମୟ ଆସିଲେ ଭଗବାନ ତାଙ୍କୁ ନିଶ୍ଚୟ ଦଣ୍ଡ ଦେବେ । ତେବେ ବୃଦ୍ଧାଶ୍ରମର ସଭାପତିଙ୍କ କହିବା କଥା ହେଉଛି, ରସରାଜ ମଣିଭଦ୍ରଙ୍କ ପାଖରେ ଏଟିଏମ କାର୍ଡ ରୁହେ ଓ ବଡ ପୁଅ ପାଖରେ ଥିବାବେଳେ ସେ ବହୁ ଟଙ୍କା ନେଇଛନ୍ତି ବାପାଙ୍କ ଠାରୁ ।

ରସରାଜ ଯେତେବେଳେ ଆସି ସାନ ପୁଅ ପାଖରେ ରହିଲେ ସେତେବେଳେ ସେହି ଟଙ୍କା ଓ ବାପାଙ୍କ ଏଟିଏମ କାର୍ଡକୁ ନେଇ ଡୁପ ଭାଇଙ୍କ ମଧ୍ୟରେ କଳହ ଦେଖାଦେଲା । ତେଣୁ ରସରାଜ ଯେତେବେଳେ ବୁଝିଲେ ଯେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାକୁ ଲାଗୁଛି ସେ ସେଠାରୁ ଚାଲି ଆସି ଜରାଶ୍ରମରେ ରହିଲେ । ତେବେ ଏନେଇ ମଣିଭଦ୍ରଙ୍କ ଦୁଇପୁଅଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।