ଯାତ୍ରାରେ ଅଶ୍ଳୀଳ ନାଚ ଦେଖି ଅଭିନେତ୍ରୀ Rani ଙ୍କୁ ଚପଲ ଫିଙ୍ଗି ମାରିଲେ ଉତ୍ତ୍ୟକ୍ତ ମହିଳା, ତା’ପରେ ମଞ୍ଚ ଉପରକୁ ଚଢି ଯାହା କଲେ ନା… ଦେଖନ୍ତୁ video

ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ କଲେ ଦର୍ଶକ । ଯାତ୍ରାରେ ରେକର୍ଡ ଡ୍ୟାନ୍ସ ହେଉଥିବା ସମୟରେ ମଞ୍ଚ ଉପରକୁ ଚଢି ଯାଇ ପ୍ରତିବାଦ ଜଣାଇଲେ ଯାତ୍ରା ଦେଖୁଥିବା ଜଣେ ମହିଳା । ନାଚ କିଛି ସମୟ ଚାଲିବା ପରେ ହଠାତ ଜଣେ ମହିଳା ଭିଡ ଭିତରୁ ଉଠି ଡ୍ୟାନ୍ସ କରୁଥିବା ଅଭିନେତ୍ରୀଙ୍କୁ ଚପଲ ଫୋପାଡିଲେ । ଯାହାଫଳରେ କିଛି ସମୟ ପାଇଁ ସ୍ଥଗିତ ହୋଇ ଯାଇଥିଲା ଯାତ୍ରା । ସୂଚନା ମୁତାବକ, କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଚରମ୍ପା ଅଞ୍ଚଳରେ ଯାତ୍ରା “ରାଜନନ୍ଦିନୀ” ପରିବେଷଣ ହେଉଛି । ରାଜନନ୍ଦିନୀ ଯାତ୍ରା ପାର୍ଟିର ରାନୀ ପ୍ରିୟଦର୍ଶିନୀ ନାମକ ଜଣେ ଅଭିନେତ୍ରୀ ନୃତ୍ୟ ପ୍ରଦର୍ଶନ କରୁଥିଲେ । କିନ୍ତୁ ଅଭିନେତ୍ରୀଙ୍କ ଅଶ୍ଳୀଳ ନାଚ ଦେଖି ଭିଡ ମଧ୍ୟରୁ ଜଣେ ମହିଳା ନାଚୁଥିବା ଅଭିନେତ୍ରୀ ରାନୀଙ୍କ ଉପରକୁ ନିଜ ଜୋତା ବା ଚପଲ ଖୋଲି ଫିଙ୍ଗିଥିଲେ । ଏହାପରେ ନିଜେ ମଞ୍ଚ ଉପରକୁ ଚଢି ଯାଇ ଏହି ମହିଳା ପ୍ରତିବାଦ କରିଥିଲେ । ଯେଉଁଥି ପାଇଆନ ବେଶ କିଛି ସମୟ ଧରି ଯାତ୍ରା ବନ୍ଦ କରିବାକୁ ପଡିଥିଲା ।

ଉକ୍ତ ମହିଳା ଓ ସେଠାରେ ଉପସ୍ଥିତ ଥିବା କିଛି ଯାତ୍ରା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ଦେଖା ଦେଇଥିଲା । ଖାଲି ସେତିକି ନୁହେଁ ବରଂ ଉଭୟ ପକ୍ଷ ମଧ୍ୟରେ ଭିଡାଭିଡି ଭଳି ପରିସ୍ଥିତି ମଧ୍ୟ ଦେଖା ଦେଇଥିଲା । ଯାତ୍ରାରେ ଅଶ୍ଳୀଳ ନାଚ ପରିବେଷଣ କରାଯାଉଛି ବୋଲି ମହିଳାଙ୍କ ଅଭିଯୋଗ ରହିଥିଲା । ଅଭିନେତ୍ରୀ ଅଶ୍ଳୀଳ ନୃତ୍ୟ କରୁଥିବା ବେଳେ ଦର୍ଶକ ତଳେ ରହି ତାଳି ମାରିବା ସହ ଅଶ୍ଳୀଳ କମେଣ୍ଟ କରୁଥିଲେ ।

ଏହିସବୁ ଦେଖି ଉତ୍ତ୍ୟକ୍ତ ହୋଇ ଯାଇଥିଲେ ମହିଳା । ତେବେ ପୂର୍ବରୁ ଖଣ୍ଡଗିରିରେ ଯାତ୍ରା ଚାଲିଥିବା ବେଳେ ମଧ୍ୟ ଏହିଭଳି ସମାନ ଅଭିଯୋଗ ଆସିଥିଲା । ଯାହାକୁ ନେଇ ମଧ୍ୟ ଅନେକ ବାକ୍ ବିତଣ୍ଡା ସୃଷ୍ଟି ହୋଇଥିଲା । ଏହାପରେ ଯାତ୍ରା କତ୍ତୃପକ୍ଷ ଏ ଦିଗ ପ୍ରତି ଯତ୍ନବାନ ହେବେ ବୋଲି ଆଶା କରାଯାଉଥିଲା । ଆଉ ଚରମ୍ପାରେ ଦେଖା ଦେଇଥିବା ଏହି ଘଟଣା ପୁଣି ଥରେ ଲୋକଙ୍କୁ ସେହି ଚିତ୍ର ମନେପକାଇ ଦେଇଛି ।

ତେବେ ଏନେଇ ଅଭିନେତ୍ରୀ ଜଣକ ନିଜ ପକ୍ଷ ରଖି କହିଛନ୍ତି କି, ସେ ସୀମା ଭିତରେ ମର୍ଯ୍ୟାଦା ମଧ୍ୟରେ ରହି ନୃତ୍ୟ ପରିବେଷଣ କରୁଥିଲେ ବୋଲି । ତେବେ ଅଭିନେତ୍ରୀ ନୃତ୍ୟ କରୁଥିବା ବେଳେ ତାଙ୍କ ଉପରକୁ ମହିଳା ଚପଲ ଫୋପାଡିବାର ଦୃଶ୍ୟ ଏବଂ ମଞ୍ଚ ଉପରକୁ ଚଢି ପ୍ରତିବାଦ କରିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।