ଜୀବନ ହାରିଲେ ଡାକ୍ତର ସ୍ଵାମୀ, ତାଙ୍କୁ ଦେଖି ସ୍ତ୍ରୀ କରି ପକାଇଲେ କିଛି ଏମିତି, ଦେଖନ୍ତୁ ଏନେଇ କଣ କହୁଛନ୍ତି ସ୍ତ୍ରୀ, ଦେଖନ୍ତୁ video

ବୈବାହିକ ଜୀବନର ଆଠ ବର୍ଷ ପରେ କେନ୍ଦ୍ରାପଡାର ଜଣେ ଡାକ୍ତର ସ୍ଵାମୀ ଆତ୍ମହତ୍ୟା କରିଛନ୍ତି । ସ୍ଵାମୀ ଆତ୍ମହତ୍ୟା କରିଥିବା ଦେଖି ସ୍ତ୍ରୀ ମଧ୍ୟ ଗୁଡିଏ ମେଡ଼ିସିନ ଖାଇ ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଯାଇଥିଲା । ସେଠାରେ ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତେବେ ସବୁକିଛି ଠିକ ଚଳାଇଥିବା ବେଳେ ଡାକ୍ତର ସ୍ଵାମୀ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ଏନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଛି । ଏନେଇ ସ୍ତ୍ରୀ’ଙ୍କ ପ୍ରତିକ୍ରିୟା ମିଳିପାରିଛି ।

ମୃତ ଡାକ୍ତରଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ, ଦୀର୍ଘ ଆଠ ବର୍ଷର ବୈବାହିକ ଜୀବନରେ ସେମାନଙ୍କ ମଧ୍ୟରେ ସମୟ ସମୟରେ ମନୋମାଳିନ୍ୟ ଲାଗି ରୁହେ । ସବୁ ସ୍ଵାମୀ ସ୍ତ୍ରୀଙ୍କ ଭଳି ତାଙ୍କ ମଧ୍ୟରେ ବି ଛୋଟ ଛୋଟ କଥା କଥାକୁ ନେଇ ଝଗଡା ହୁଏ । ଉଭୟ ରାଗିଗଲେ ମଧ୍ୟ ପରେ ପୁଣି ରାଗ ଭୁଲି ଏକାଠି ରୁହନ୍ତି । ଅନେକ ସମୟରେ ଝଗଡା ହେଲେ ସ୍ତ୍ରୀ ରାଗରେ ବାପଘରକୁ ପଳାନ୍ତି । ହେଲେ ରାଗ ଶାନ୍ତ ହେବା ପରେ ସେ ନିଜେ ଫେରି ଆସନ୍ତି ନଚେତ ସ୍ଵାମୀ ମଧ୍ୟ ତାଙ୍କୁ ଆଣିବାକୁ ଯାଆନ୍ତି ।

ସବୁ ସ୍ଵାମୀ ସ୍ତ୍ରୀଙ୍କ ଭଳି ଟଙ୍କା ଖର୍ଚ୍ଚକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ । ତେବେ ସବୁଠୁ ବଡ କଥା ହେଲା, ସ୍ତ୍ରୀ କହିଛନ୍ତି ସ୍ଵାମୀ ସ୍ତ୍ରୀ ଅନେକ ଦିନରୁ ଡିପ୍ରେସନରେ ଥିଲେ ଓ ଉଭୟ ମନସ୍ତତ୍ଵବିତଙ୍କୁ ଦେଖାଇ ମେଡ଼ିସିନ ମଧ୍ୟ ଖାଉଥିଲେ । ତେବେ ଗତ କିଛିଦିନ ତଳେ ଡାକ୍ତର ଡିପ୍ରେସନର ଶିକାର ହୋଇ ଏକାଥରେ ବହୁତ ଗୁଡିଏ ମେଡ଼ିସିନ ଖାଇ ଦେଇଥିଲେ ।

ସେ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଯାଇଥିଲା । ସେଠାରୁ ସେ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ ପୁଣି ଥରେ ସ୍ତ୍ରୀ ଅନୁପସ୍ଥିତ ଥିବା ବେ;ଏ ଆତ୍ମହତ୍ୟା କରି ନେଇଛନ୍ତି । ଉଭୟଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ପୁଅ ମାମୁଁଘରେ ଥିବାବେଳେ ପୁଅକୁ ଆଣିବା ପାଇଁ ସ୍ତ୍ରୀକୁ ପଠାଇଥିଲେ ଡାକ୍ତର । ଆଉ ଘରେ କେହି ନଥିବା ବେଳେ ଏଭଳି ପଦକ୍ଷେପ ନେଇଛନ୍ତି । ସ୍ତ୍ରୀ ବାଟରେ ଯାଉଥିବା ବେଳେ ସ୍ଵାମୀଙ୍କୁ ଫୋନ କରିଥିଲେ । କିନ୍ତୁ ସ୍ଵାମୀ ଫୋନ ନ ଉଠାଇବାରୁ ଟଙ୍କାର ସନ୍ଦେହ ହୋଇଥିଲା ।

ସେ ଅଧା ବାଟରୁ ଫେରି ଆସି ଦେଖିଥିଲେ ସ୍ଵାମୀ ଆତ୍ମହତ୍ୟା କରି ନେଇଛନ୍ତି । ଏହା ଦେଖି ସେ ନିଜେ ବି ମେଡ଼ିସିନ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।