ଏମିତି ଅବିବେକୀ ସ୍ଵାମୀ କାହାକୁ ବି ନମିଳୁ, ପକ୍ଷାଘାତରେ ପୀଡିତ ସ୍ତ୍ରୀ’କୁ ଘରୁ ତଡିଦେଲା ସ୍ଵାମୀ, କୋଳରୁ ଛଡେଇ ନେଲା ଶିଶୁ କନ୍ୟା, ଦେଖନ୍ତୁ କଣ କହୁଛନ୍ତି ସ୍ତ୍ରୀ Monalisa

ଯିଏ ସମସ୍ଯା ଆସିଲେ ଅଧା ରାସ୍ତାରେ ହାତ ଛାଡି ଚାଲିଯାନ୍ତି ତାଙ୍କୁ କଣ ଜୀବନସାଥି କୁହାଯାଏ ? ସବୁ ପ୍ରତିଶ୍ରୁତିକୁ ଭୁଲି ନିଜ ସୁବିଧା ଦେଖି ମୁହଁ ମୋଡି ଦିଅନ୍ତି ? ଖବର ମୁତାବକ, ୨୦୧୩ରେ ନବରଙ୍ଗପୁର ଜିଲ୍ଲା ଡାବୁ ଗାଁ’ର ତାରାକାନ୍ତ ରଥଙ୍କ ଝିଅ ମୋନାଲିସା ରଥ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ରାମବଲ୍ଲଭ ବକ୍ସିଙ୍କ ସାନ ପୁଅ ଶକ୍ତିଶଙ୍କରଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଚେନ୍ନାଇ ଚାଲି ଯାଇଥିଲେ ଓ ସେଠାରେ ବୈବାହିକ ଜୀବନକୁ ବେଶ ଭଲରେ ଉପଭୋଗ କରିଥିଲେ ।

କିନ୍ତୁ ମୋନାଲିସାଙ୍କର ଦୁଇଥର ପିଲା ନଷ୍ଟ ହୋଇଯିବା ପରେ ଶାଶୁଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ । ହେଲେ ତୃତୀୟ ପିଲା ଜନ୍ମ ହେବା ବେଳକୁ ମୋନାଲିସା ପକ୍ଷାଘାତର ଶିକାର ହୋଇଥିଲେ । ଏଭଳି ଏକ ଦୌରାତ୍ମ୍ୟ ରୋଗର ଶିକାର ହୋଇଥିଲେ ମଧ୍ୟ ମୋନାଲିସାଙ୍କ ଶାଶୁଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେବାରୁ ବର୍ତ୍ତି ନଥିଲେ । ଆଉ ସ୍ଵାମୀ ଶକ୍ତିଶଙ୍କର ନିଜ ଝିଅକୁ ପାଖରେ ରଖି ମୋନାଲିସାଙ୍କୁ ଘରୁ ବାହାର କରି ଦେଇଥିଲେ ।

ଯାହା ଜାଣିବା ପରେ ମୋନାଲିସାଙ୍କ ଘରଲୋକ ତାଙ୍କୁ ଯାଇ ନେଇ ଆସିଥିଲେ । ଶରୀରରେ ସିନା ରୋଗ ମାଡି ବସିଛି ହେଲେ ମୋନାଲିସାଙ୍କୁ ଦେଖିଲେ ଜାଣିବେ ତାଙ୍କ ମନ କେତେ ତାଜା ରହିଛି । ହାତ ଧରି ବାହା ହୋଇଥିବା ସ୍ଵାମୀକୁ ଏବେବି ଭୁଲି ନାହାନ୍ତି ମୋନାଲିସା । ସ୍ଵାମୀ ହାତ ଛାଡି ପର କରିଦେବା ପରେ ମଧ୍ୟ ତାଙ୍କୁ ଝୁରି ହେଉଛନ୍ତି ମୋନାଲିସା ।

ଛଳଚ୍ଛଳ ଆଖିରେ ନିଜ ସ୍ଵାମୀଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି ବୋଲି ମୋନାଲିସା କହିଛନ୍ତି । ହେଲେ ଅବିବେକୀ ସ୍ଵାମୀ ଶକ୍ତିଶଙ୍କର କିନ୍ତୁ ପତ୍ନୀ ମୋନାଲିସାଙ୍କୁ ଟଣକ ପାଖକୁ ନେବାକୁ ଚାହୁଁ ନାହାନ୍ତି । ତେଣୁ ଦ୍ଵିତୀୟ ବିବାହ କରିବାକୁ ଶକ୍ତି ମନସ୍ଥ କରିଛନ୍ତି । ସ୍ଵାମୀ ବର୍ତ୍ତାମାନ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ସେଠାରୁ ତାଙ୍କ ପାଖକୁ ଆସିଛି ଛାଡପତ୍ର ନୋଟିସ । ଏଭଳି ଖବର ଜାଣି ମୋନାଲିସାଙ୍କୁ ଦୁଃଖ ଉପରେ ଦୁଃଖ ମାଡି ବସିଛି ।

ଦେଢ ବର୍ଷ ହେବ ନିଜ ବାପାମା’ଙ୍କ ପାଖେ ରହୁଥିବା ମୋନାଲିସା ଏବେ ନିଜ ସ୍ଵାମୀ ଓ ଦୁଇ ବର୍ଷର ଝିଅ ପାଖକୁ ଯିବାକୁ ଚାହୁଁଛନ୍ତି । ମୋନାଲିସାଙ୍କ ଦେହ ଏବେ ଖରାପ ଥିବାରୁ ସେ କୋର୍ଟକୁ ଯାଇ ପାରିବେନି ବୋଲି ମନାକରି ଦେଇଛନ୍ତି । ତେବେ ଦେଖାଯାଉ ଆଗକୁ ମୋନାଲିସାଙ୍କ ସ୍ଵାମୀଙ୍କ ହୃଦୟ ପରିବର୍ତ୍ତନ ହେଉଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।