ସିକ୍ଯୁରିଟି ଗାର୍ଡଙ୍କ ଦାଦାଗିରି ! ଛାତିରେ ହାତ ପିଟି କହୁଛନ୍ତି ମୁଁ ସିକ୍ଯୁରିଟି ଗାର୍ଡ ନୁହେଁ ମୁଁ ହେଉଛି ଏଠାକାର ମାଲିକ,  ଦେଖନ୍ତୁ video

ମୁଁ ଏଠାକାର ସିକ୍ଯୁରିଟି ଗାର୍ଡ ନୁହେଁ, ଏଇ ବ୍ରାଞ୍ଚର ମୁଁ ହେଉଛି ମାଲିକ । ଯାହା କହିବାର ଅଛି ଯାହା ଅନୁମତି ନେବାର ଅଛି ମୋ ପାଖରୁ ନିଅ । ମୁଁ ହେଉଛି ଏଠାକାର ରକ୍ଷକ ଆଉ ଏଠାକାର ମାଲିକ । କଳିଙ୍ଗ ନଗରରେ ଥିବା ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆର ଶାଖାରେ ସିକ୍ଯୁରିଟି ଗାର୍ଡ ଅଛନ୍ତି ମହିଷା ସୋରେନ । ଆଉ ସେ ନିଜକୁ ସେହି ଶାଖାର ମାଲିକ ବୋଲି କହୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ କଳିଙ୍ଗ ନଗର ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆଏ ଏକ ଶାଖାରେ ।

ବ୍ଯାଙ୍କରେ ଦେଖିବାକୁ ମିଳିଛି ସିକ୍ଯୁରିଟି ଗାର୍ଡ ମହିଷା ସୋରେନଙ୍କ ଦାଦାଗିରି । ସୂଚନା ମୁତାବକ ନିକଟସ୍ଥ ଡୁବୁରି ଗାଁ’ର ବିଜୟଲକ୍ଷ୍ମୀ ନାୟକ ମାନକ ଜଣେ ମହିଳାଙ୍କ ଏଟିଏମ କାର୍ଡ଼ ହଜି ଯାଇଥିଲା । ମହିଳା ଜଣକ କିଡନୀ ଓ ହାର୍ଟ ରୋଗରେ ପୀଡିତ ଥିବା ମହିଳାଜଣକ ସ୍ଵାମୀଙ୍କ ସହ ଏଟିଏମ କାର୍ଡର ଆବେଦନ କରିବା ପାଇଁ କଳିଙ୍ଗ ନଗର ଏସବିଆଇ ଶାଖାକୁ ଆସିଥିଲେ । କିନ୍ତୁ ସେଠାରେ ଏସବିଆଇ ର କର୍ମଚାରୀ ତାଙ୍କୁ ଖରାପ ବ୍ୟବହାର କରିଥିଲେ ।

ଯାହାପରେ ବ୍ଯାଙ୍କର ଶାଖା ପରିଚାଳକ ସେମାନଙ୍କୁ ଦେଖା କରିଥିଲେ । ତଥାପି କିଛି ଫଳପ୍ରଦ ହୋଇ ନଥିଲା ଓ ସେମାନେ ଫେରି ଯାଇଥିଲେ । ଗତକାଲି ପୁନର୍ବାର ନିଜ ରୋଗିଣା ସ୍ତ୍ରୀଙ୍କୁ ଧରି କଳିଙ୍ଗ ନଗର ଏସବିଆଇ ଶାଖାକୁ ଆସିଥିଲେ ବିଜୟଲକ୍ଷ୍ମୀଙ୍କ ସ୍ଵାମୀ । ହେଲେ ସେଠାରେ ଥିବା ସିକ୍ଯୁରିଟି ଗାର୍ଡ ନିଜ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ।

ଶାଖା ପରିଚାଳନା ଅଧିକାରୀଙ୍କୁ ଖାତିର ନକରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଇଥିଲେ ସେଠାରେ ଥିବା ସିକ୍ଯୁରିଟି ଗାର୍ଡ । ଶାଖା ପ୍ରବନ୍ଧଙ୍କ ସାମ୍ନାରେ ସେହି ଶାଖାରେ ସିକ୍ଯୁରିଟି ଗାର୍ଡ ଦବଙ୍ଗଗିରି ଚଳାଇ ନିଜକୁ ମାଲିକ ବୋଲି କହିଲେ । ପରିସ୍ଥିତି ଅଣାୟାତ ହେବାରୁ ଶାଖା ପରିଚାଳକ ଗ୍ରାହକଙ୍କୁ ଡାକି ସମସ୍ଯା ବୁଝି ସମାଧାନ କରିଥିଲେ ।

ତେବେ ପ୍ରଶ୍ନ ଉଠୁଛି ବ୍ଯାଙ୍କରେ କଣ ଚାଲିଛି ? ଜଣେ ସିକ୍ଯୁରିଟି ଗାର୍ଡ କିପରି ସମସ୍ତଙ୍କ ଆଗରେ ନିଜକୁ ମାଲିକ ବୋଲି କହି ପାରୁଛନ୍ତି ? ତେବେ ଏସବିଆଇ ବ୍ଯାଙ୍କ ସେଠାକାର ସିକ୍ଯୁରିଟି ଗାର୍ଡଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।